ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଲଞ୍ଚ ହେବ ପାଞ୍ଚ ରିୟର କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ, ମିଳିବ ୧୦୮ ମେଗାପିକ୍ସେଲର ସେନସର୍
ଭାରତୀୟ ବଜାରରେ ନିଜର ସ୍ଥାନ ଜମାଇଥିବା ଚାଇନା ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି (Xiaomi) ଏବେ ନୋଟ ୧୦ (Mi Note 10)କୁ ଲଞ୍ଚ କରିବା ପ୍ରସ୍ତୁତିରେ। କମ୍ପାନୀର ଆଗାମୀ ସ୍ମାର୍ଟଫୋନ ପୂର୍ବରୁ ହିଁ ଥାଇଲ୍ୟାଣ୍ଡରେ ସାର୍ଟିଫାଇଡ୍ ହୋଇସାରିଲାଣି। ସାଓମି ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଲାଟେଷ୍ଟ ନୋଟ ୧୦ ସ୍ମାର୍ଟଫୋନରକୁ ନେଇ ଟିଜର ଜାରୀ କରିଛି। ଏହା ପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ରେଡମି ୮ ସିରିଜକୁ ଲଞ୍ଚ କରିଥିଲା।
ଏମଆଇ ନୋଟ ୧୦ର କ୍ୟାମେରା
ସାଓମି ଏହି ଫୋନର ଟିଜରକୁ ତାର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଜାରୀ କରିଛି ଯେଁଉଥିରେ ଲେଖା ହୋଇଛି ଏହି ଫୋନରେ ୧୦୮MP ବିଶିଷ୍ଟ ପେଣ୍ଟା କ୍ୟାମେରା (ପାଞ୍ଜ କ୍ୟାମେରା)ସେଟଅପ୍ ଦିଆଯାଇଛି। ଏହାପୂର୍ବରୁ କୌଣସି ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଫୋନରେ ପାଞ୍ଚ କ୍ୟାମେରା ସେଟଅପର ସପୋର୍ଟ ଦେଇନାହିଁ।
Introducing the world’s FIRST 108MP Penta Camera. A new era of smartphone cameras begins now! #MiNote10 #DareToDiscover pic.twitter.com/XTWHK0BeVL
— Xiaomi #First108MPPentaCam (@Xiaomi) October 28, 2019
Xiaomi Mi CC9 Pro ଫିଚର
ଲିକ୍ ହୋଇଥିବା ରିପୋର୍ଟରୁ ଜଣାପଡୁଛି ଭଲ ପ୍ରର୍ଦଶନ ପାଇଁ ଏହି ଫୋନରେ ସ୍ନାପଡ୍ରାଗନ ୭୩୦ଜି ଦିଆଯିବ। ଏହାସହିତ ୟୁଜର୍ସଙ୍କୁ ଏହି ଫୋନରେ ୧୨୮ ଜିିବି ଇଣ୍ଟରନାଲ ଷ୍ଟୋରେଜର ସପୋର୍ଟ ମିଳିବ। ସେହିପରି କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୧୦୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି ଏହାବ୍ୟତୀତ ୧୩ ମେଗାପିକ୍ସେଲର ଓ୍ଵାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ଆଠ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ ଦେଇପାରେ।
ମିଳିବ ଦମଦାର ବ୍ୟାଟେରୀ
ସ୍ମାାର୍ଟଫୋନ ବଜାରରେ ପ୍ରତିଯୋଗିତାକୁ ଦେଖି କମ୍ପାନୀ ଏହାର ବ୍ୟାଟେରୀ ଉପରେ ଅଧିକ ଧ୍ୟାନ ଦେଇଛି। ଯେଉଁ କାରଣରୁ ସାଓମି ଏହି ଫୋନରେ ୪୦୦୦ମାହ ବ୍ୟାଟେରୀ ଦେଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଗ୍ରାହକଙ୍କୁ ଏହି ଫୋନରେ ୬ଜିବି ରାମ ସହିତ 6.4″ (16.26 cm)ର ଏଚଡି ଡିସପ୍ଲେ ମିଳିବ।
ଏହାସହ ପଢନ୍ତୁ : ଡିସେମ୍ବରରେ Oppo ଆଣୁଛି ୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ କେତେ ରହିଛି ଦାମ୍