Redmi Note 7 ସିରିଜକୁ ଟକ୍କର ଦେବ Redmi 8 ସିିରିଜ
Redmi Note ମୋବାଇଲ ସିିରିଜ ଭାରତରେ ବେଶ୍ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ Redmi Note 7 ସିରିଜର ୫୦ ଲକ୍ଷ ଫୋନ ବଜାରରେ ବିକ୍ରି ହୋଇସାରିଲାଣି। ଏଥିରେ Redmi Note 7, Redmi Note 7 pro, Redmi Note 7s ରହିଛି। କିନ୍ତୁ ଏବେ ଭାରତରେ Redmi Note 7 ବିକ୍ରି କୁ ବନ୍ଦ କରିଦିଆଯାଇଛି। ସେହିଭଳି Redmi Note 5 ତୁଳନାରେ Redmi Note 6 ବେଶୀ ସଫଳତା ହାସଲ କରିପାରିନଥିଲା।
ଏବେ କମ୍ପାନୀ ଏହାର ଆଗାମୀ ସଂସ୍କରଣ Redmi 8 ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସାଓମୀର ଜେନେରାଲ ମ୍ୟାନେଜର ଲୁ ଓ୍ଵିବିଂ କହିଛନ୍ତି। କେବଳ Redmi 8, ନୁହେଁ Redmi 8 pro ମଧ୍ୟ ଲଞ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ସିରିଜରେ mediate helio G90T ପ୍ରୋସେସର ରହିବ ବୋଲି ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏପର୍ୟ୍ୟନ୍ତ କେଉଁ ସ୍ମାର୍ଟ ଫୋନରେ ଏହି ପ୍ରୋସେସର ରହିବ ତାହା କମ୍ପାନୀ ସ୍ପଷ୍ଟୋକ୍ତି କରିନାହିଁ।
ସୂଚନାଯୋଗ୍ୟ, Redmi ତାର ୬୪ ମେଗାପିକେ୍ସଲ କ୍ୟାମେରା ବାଲା ସ୍ମାର୍ଟଫୋନ ୭ ଅଗଷ୍ଟରେ ଲଞ୍ଚ କରିବ।