ସାମସଙ୍ଗ ଆଣୁଛି ଦମଦାର ବ୍ୟାରେରୀ ଫିଚର, ଜାଣନ୍ତୁ ଏହାର ଲାଭ

କମ୍ପାନୀ ଖୁବଶୀଘ୍ର ‘ଡିଭାଇସ୍‌ କେୟାର’ ଆପ୍‌ ଅପଡେଟ୍‌ କରିବାକୁ ଯାଉଛି, ଯାହା ପୂର୍ବରୁ ସାମସଙ୍ଗ ଗ୍ୟାଲେକ୍ସି ସ୍ମାର୍ଟଫୋନ ଓ ଟ୍ୟାବଲେଟରେ ଇନଷ୍ଟଲ୍‌ କରାଯାଉଥିଲା । ଏହି ଅପଡେଟରେ ଏକ ଫିଚର ଆସୁଛି, ଯେଉଁ ଫିଚରକୁ କମ୍ପାନୀ କିଛି ଦିନ ପୂର୍ବରୁ ହିଁ ହଟାଇଥିଲା ।

ସାମସଙ୍ଗ ୟୁଜର୍ସଙ୍କ ପାଇଁ ଆସିଛି ଖୁସି ଖବର । କମ୍ପାନୀ ଖୁବଶୀଘ୍ର ‘ଡିଭାଇସ୍‌ କେୟାର’ ଆପ୍‌ ଅପଡେଟ୍‌ କରିବାକୁ ଯାଉଛି, ଯାହା ପୂର୍ବରୁ ସାମସଙ୍ଗ ଗ୍ୟାଲେକ୍ସି ସ୍ମାର୍ଟଫୋନ ଓ ଟ୍ୟାବଲେଟରେ ଇନଷ୍ଟଲ୍‌ କରାଯାଉଥିଲା । ଏହି ଅପଡେଟରେ ଏକ ଫିଚର ଆସୁଛି, ଯେଉଁ ଫିଚରକୁ କମ୍ପାନୀ କିଛି ଦିନ ପୂର୍ବରୁ ହିଁ ହଟାଇଥିଲା । ୟୁଜରମାନଙ୍କ ପସନ୍ଦକୁ ନଜରରେ ରଖି ଏହାକୁ ପୁଣିଥରେ ଇନଷ୍ଟଲ୍‌ କରାଯାଉଛି । ରେଡ୍ଡିଟ୍ ର ଜଣେ ୟୁଜର ପ୍ରଥମେ ଏହି ସୂଚନା ଦେଇଥିଲେ । ତେବେ ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

‘ଡିଭାଇସ୍ କେୟାର’ ଆପରେ ବ୍ୟାଟେରୀ ସେକ୍ସନ ଥାଏ । ଏହାପୂର୍ବରୁ ଏହି ସେକ୍ସନରେ, ‘ସିନ୍ସ ଲାଷ୍ଟ ଚାର୍ଜ’ ନାମକ ଏକ ଅପ୍ସନ ଥିଲା ଯାହା ଫୋନ୍ ଫୁଲ୍‌ ଚାର୍ଜ ହେବା ପରଠାରୁ କେତେ ବ୍ୟାଟେରୀ ୟୁଜ୍‌ ହୋଇଛି ତାହା ଜଣାଇଥାଏ । ପୂର୍ବ ଅପଡେଟରେ ବ୍ୟାଟେରୀ ବ୍ୟବହାରର ସୂଚନା କେବଳ ୨୪ ଘଣ୍ଟା ପାଇଁ ରହୁଥିଲା । କିନ୍ତୁ ଅନେକ ୟୁଜର ପୁରୁଣା ଅପ୍ସନକୁ ଅଧିକ ପସନ୍ଦ କରୁଥିଲେ । ୟୁଜରମାନଙ୍କ ପସନ୍ଦକୁ ନଜରରେ ରଖି ଏହି ଅପ୍ସନକୁ ନୂଆ ଅପଡେଟରେ ଅଣାଯାଉଛି । ଏହା ସହିତ ୟୁଜରମାନେ ଜାଣିପାରିବେ ଯେ ଫୋନ୍ ଫୁଲ୍‌ ଚାର୍ଜ ହେବା ପରେ କେତେ ଦିନ ପର୍ଯ୍ୟନ୍ତ ଚାଲିବ ।

ବର୍ତ୍ତମାନ ରେଡ୍ଡିଟ୍ ୟୁଜର ଏବଂ କିଛି ରିପୋର୍ଟ ଅନୁସାରେ “ସିନ୍ସ ଲାଷ୍ଟ ଚାର୍ଜ” ର ଅପ୍ସନ ନୂଆ ଅପଡେଟରେ ଆସିବ । ଏହି ଅପ୍ସନ ୟୁଜରଙ୍କ ପାଇଁ ଅତ୍ୟନ୍ତ ଭଲ ହୋଇପାରେ । ଏହି ଅପ୍ସନ ଦ୍ୱାରା ଆପଣ ଦେଖିପାରିବେ ଯେ ଆପଣଙ୍କ ଫୋନ୍ ଫୁଲ୍‌ ଚାର୍ଜ ହେବା ପରେ କେତେ ଦିନ ଚାଲୁଛି । ଆପଣଙ୍କୁ ନୂଆ ଅପଡେଟରେ ଦୁଇଟି ଅପ୍ସନ ମିଳିବ । ଆପଣ ନିଜ ପସନ୍ଦ ଅନୁଯାୟୀ ଅପ୍ସନ ବାଛିପାରିବେ । ଆପଣ କିପରି ବ୍ୟାଟେରୀ ଲାଇଫ ଦେଖିବାକୁ ଚାହୁଛନ୍ତି, ତାହା ଏହି ଅପ୍ସନରେ ସୋ’ କରିବ । ସାମସଙ୍ଗ ଗ୍ୟାଲାକ୍ସି ଷ୍ଟୋର୍ ମାଧ୍ୟମରେ ସାମସଙ୍ଗ ଗ୍ୟାଲାକ୍ସି ଫୋନ୍ ଏବଂ ଟ୍ୟାବଲେଟରେ ଏହି ନୂଆ ଅପଡେଟ୍ ମିଳୁଛି । କିଛି ୟୁଜର ଏହାକୁ ନିଜେ ଡାଉନଲୋଡ୍ ଏବଂ ଇନଷ୍ଟଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.