ଜବରଦସ୍ତ ବ୍ୟାଟେରୀ ଥିବା ଏହି ସ୍ମାର୍ଟଫୋନ ହେଲା ଶସ୍ତା, ଜଲଦି କିଣନ୍ତୁ

ସାମସଙ୍ଗ ଭାରତରେ ଗାଲାକ୍ସୀ ଏ୫୧ ଲଞ୍ଚିଂ ସହିତ ନିଜର Galaxy M30s ସ୍ମାର୍ଟଫୋନର ଦାମ ମଧ୍ୟ କମ୍‌ କରିଦେଇଛି। ସାମସଙ୍ଗ୍‌ ଗାଲାକ୍ସୀ ଏମ୩୦ଏସକୁ ଗତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରାଯାଇଥିଲା। Samsung Galaxy M30sକୁ ନୂଆ ଦାମରେ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରୁ କିଣାଯାଇହେବ।

Samsung Galaxy M30sର ନୂଆ ଦାମ

ସାମସଙ୍ଗ୍‌ ଗାଲାକ୍ସୀ M30ର ନୂଆ ଦାମ ୧୨,୯୯୯ ଟଙ୍କା ହୋଇଯାଇଛି ଯାହା ପୂର୍ବରୁ ୧୩,୯୯୯ ଟଙ୍କା ଥିଲା। ଏହି ଦାମରେ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ୍‌ ଭେରିୟଣ୍ଟ ମିଳିବ। ସେହିପରି ୬ଜିବି ରାମ ବିଶିଷ୍ଟ ଭେରିୟଣ୍ଟ ୧୪,୯୯୯ ଟଙ୍କାରେ ମିଳୁଛି। ଯାହାର ଦାମ ପୂର୍ବରୁ ୧୬,୯୯୯ ଟଙ୍କା ଥିଲା। ସାମସଙ୍ଗ୍‌ ନିଜର ଏହି ଫୋନରେ ଏହା ପ୍ରଥମ ରିହାତି କରିଛି।

ସ୍ପେସିଫିକେସନ

ସାମସଙ୍ଗ ଗାଲାକ୍ସୀ ଏମ୩୦ଏସରେ ୬.୪ ଇଞ୍ଚର ଇନଫିନିଟୀ ୟୁ ସୁପର ଆମୋଲେଡ ଡିସପ୍ଲେ ମିଳିବ, ଯାହାର ରିଜୋଲ୍ୟୁସନ 1080×2340 ପିକ୍ସେଲ ରହିଛି। ସାମସଙ୍ଗର ଲାଟେଷ୍ଟ ସ୍ମାର୍ଟଫୋନ ଓ୍ଵାନ ୟୁଆଇ ଏବଂ ଆଣ୍ଡ୍ରଏଡ ୯.୦ ପାଇ ଅପରେଣ୍ଟିଙ୍ଗ ସିଷ୍ଟମ ଉପରେ କାମ କରିବ। ଭଲ ପରଫରମାନ୍ସ ପାଇଁ କମ୍ପାନୀ ଏହି ଫୋନରେ ନୂଆ ଆକ୍ଟୋ କାର ସାମସଙ୍ଗ୍‌ ଆକ୍ସିନସ୍‌ ୯୬୧୧ ଚିପସେଟ ଦେଇଛି। ସେହିପରି ଏହି ଫୋନରେ Widevine L1 ସାର୍ଟିଫିକେସନ୍‌ ମିଳିବ, ଯାହାକୁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଏଚଡି ଭିଡିଓରେ ଦେଖିପାରିବେ।

କ୍ୟାମେରା

cameraଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ମିଳିବ, ଯେଉଁଥିରେ ୪୮ ମେଗାପିକ୍ସେଲ କ୍ୟାମେରା, ୮ ମେଗପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ ଏବଂ ୫ ମେଗାପିକ୍ସେଲର ଡେପଥ୍‌ ସେନସର ରହିଛି। ସେହିପରି ୟୁଜର୍ସ ୧୬ ମେଗାପିକ୍ସେଲର କ୍ୟାମେରା ସହିତ ଜବରଦସ୍ତ ସେଲଫି କ୍ଲିକ କରିପାରିବେ।

କନେକଟିଭିଟୀ ଏବଂ ବ୍ୟାଟେରୀ

କନେକଟିଭିଟୀ ପାଇଁ କମ୍ପାନୀ ଏହି ଫୋନରେ ୪ଜି ଭୋଲ୍ଟ, ଓ୍ଵାଇ-ଫାଇ, ଜିପିଏସ୍‌, ବ୍ଲୁଟୁଥ ୫.୦ ଏବଂ ୟୁଏସବି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ସେହିପରି ଗ୍ରାହକଙ୍କୁ ଏହି ଫୋନରେ ୬୦୦୦ ଏମଏଏଚ ବ୍ୟାଟେରୀ ଏବଂ ୧୫ ଓ୍ଵାଟ ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.