Samsung ୟୁଜର୍ସଙ୍କ ପାଇଁ ବଡ ଝଟ୍‌କା, ଆଜିଠାରୁ ଏହିସବୁ ସ୍ମାର୍ଟଫୋନରୁ ବନ୍ଦ ହୋଇଯାଉଛି ଜବରଦସ୍ତ ଫିଚର

ଆପଣ ସାମସଙ୍ଗର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କୁ ଲାଗିପାରେ ବଡ ଝଟକା। ଜୁନ ୧ ତାରିଖରୁ ସାମସଙ୍ଗ କମ୍ପାନୀ ଏହିସବୁ ଫୋନରେ ନିଜର ଖାସ୍‌ ସର୍ଭିସକୁ ବନ୍ଦ କରିବାକୁ ଯାଉଛି। କମ୍ପାନୀ କହିଛି କି, ଏହି ଫୋନର S voice ଆସିଷ୍ଟାଣ୍ଟକୁ ଆଜିଠାରୁ ବନ୍ଦ କରିବାକୁ ଯାଉଛି। ସାମସଙ୍ଗ ସ୍ମାର୍ଟଫୋନରେ ଏହି ଭଏସ ଆସିଷ୍ଟାଣ୍ଟ ବିକ୍ସବିକୁ ବହୁତ ପୂର୍ବରୁ ଲଞ୍ଚ କରିଥିଲା। ଆସନ୍ତୁ ଜାଣିନେବା, କେଉଁ ଫୋନରୁ କେଉଁ ଫିଚର ବନ୍ଦ ହେବାକୁ ଯାଉଛି।

samsung

ସାମସଙ୍ଗ କମ୍ପାନୀ ପକ୍ଷରୁ ନିଜର ପେଜରେ ସାମସଙ୍ଗର କିଛି ମଡେଲର ନାମ ଜାରି କରିଛି, ଯେଉଁଥିରୁ ଏହି ଭଏସ ଆସିଷ୍ଟାଣ୍ଟ କାମ କରୁଛି।ଏଥିରେ ସାମସଙ୍ଗର Galaxy A3, Galaxy A5, Galaxy A7, Galaxy A8, Galaxy A9, Galaxy Note FE, Galaxy Note5, Galaxy Note4, Galaxy Note3, Galaxy Note2, Galaxy S7, Galaxy S7 edge, Galaxy S6, Galaxy S6 edge, Galaxy S5, Galaxy S4, Galaxy S3, Gear S, Gear S2, Galaxy Watch, Galaxy Watch Active, Gear S3, Gear Sport ଏଥିରେ ସାମିଲ ରହିଛି। ଯାହାକି ଆଉ କାମ କରିବ ନାହିଁ।

sam

ସାମସଙ୍ଗ S ର ଭଏସ ଜରିଆରେ କଲିଂ ପାଇଁ କମାଣ୍ଡ, ରିମାଇଣ୍ଡର ସେଟ କରିବା ଭଳି କାମ କରିଥାଏ। ଏହାସହିତ ୟୁଜରକୁ ସମୟ ମଧ୍ୟ ଜଣାଇଥାଏ। କିନ୍ତୁ ଏବେ କମ୍ପାନୀ ସାମସଙ୍ଗ ଗାଲାକ୍ସିS8 ପରେ ନିଜର ପାଓ୍ଵରଫୁଲ ଭଏଓ ଆସିଷ୍ଟାଣ୍ଟ ବିକ୍ସବୀ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.