Below header

Samsungର ଏହି ଫୋନ ଉପରେ ମିଳୁଛି ୧୪,୦୦୦ ଟଙ୍କାର ଡ଼ିସକାଉଣ୍ଟ ତାସହିତ କ୍ୟାସବ୍ୟାକ 

ଯଦି ଆପଣ ସାମସଙ୍ଗର ସ୍ମାର୍ଟଫୋନ କିଣିବା ପାଇଁ କୌଣସି ସେଲ କିମ୍ବା ଅଫରର ଅପେକ୍ଷା କରିଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ସାମସଙ୍ଗ ଭାରତରେ ଗ୍ୟାଲେକ୍ସି ସ୍ମାର୍ଟଫୋନକୁ ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ଵମ୍ପର ସେଲର ଆୟୋଜନ କରିଛି । ଏହି ସେଲରେ ଅନେକ ସ୍ମାର୍ଟଫୋନ ଉପରେ ଡ଼ିସକାଉଣ୍ଟ ସହିତ କ୍ୟାସବ୍ୟାକ ମଧ୍ୟ ମିଳୁଛି । ସାମସଙ୍ଗର ଏହି ଅଫର ନଭେମ୍ବର ୨୩ରୁ ଆରମ୍ଭ କରି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗ୍ୟାଲେକ୍ସି ସିରିଜର ସମସ୍ତ ଫୋନ ଉପରେ ରହିବ ।

Samsung Galaxy S10e

ଏହି ଫୋନରେ ସମୁଦାୟ ୧୪,୦୦୦ ଟଙ୍କାର କ୍ୟାସବ୍ୟାକ ମିଳୁଛି । ଯଦିଓ କ୍ୟାସବ୍ୟାକ ପାଇଁ ଆପଣଙ୍କୁ ଏଚଡ଼ିଏଫସିର କ୍ରେଡିଟ କିମ୍ବା ଡେବିଟ କାର୍ଡର ବ୍ୟବହାର କରିବାକୁ ପଡିବ । ଏହି ଫୋନରକୁ ୫୫,୯୦୦ ଟଙ୍କାର ଦର ସହିତ ଲିଷ୍ଟ କରାଯାଇଛି ।

 

Samsung Galaxy s10

Samsung Galaxy S10 ଏବଂ S10 Plus

ଏହି ଦୁଇ ସ୍ମାର୍ଟଫୋନ ଉପରେ କମ୍ପାନୀ ୫୦୦୦ ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ ଦେଉଛି । ଏହା ବ୍ୟତୀତ ଯଦି HDFCର କ୍ରେଡିଟ କିମ୍ବା ଡେବିଟ କାର୍ଡରେ ପେମେଂଟ କରୁଛନ୍ତି ତାହେଲେ ଆପଣଙ୍କୁ ଅତିରିକ୍ତ ୬୦୦୦ ଟଙ୍କାର କ୍ୟାସବ୍ୟାକ ମିଳିବ ।

ଗ୍ୟାଲେକ୍ସି ନୋଟ10 ଏବଂ ନୋଟ10 ପ୍ଲସ 

ସୂଚନା ଅନୁଯାୟୀ ଏହି ଦୁଇ ଫୋନ ଉପରେ ଭିନ୍ନ ଭାବେ କୌଣସି କ୍ୟାସବ୍ୟାକ ମିଳୁନାହିଁ କିନ୍ତୁ ଯଦି ଆପଣ  HDFCର କ୍ରେଡିଟ କିମ୍ବା ଡେବିଟ କାର୍ଡରେ ପେମେଂଟ କରୁଛନ୍ତି ତାହେଲେ ଆପଣଙ୍କୁ ୬୦୦୦ ଟଙ୍କାର କ୍ୟାସବ୍ୟାକ ମିଳିବ ।

ଏହାସହ ପଢନ୍ତୁ ଭାରତକୁ ଆସିଲା ସୌରଶକ୍ତିରେ ଚାଳିତ ସ୍ମାର୍ଟଫୋନ, ମାତ୍ର ୪୯୦ ଟଙ୍କାରେ କରିପାରିବେ ବୁକ, ଜାଣନ୍ତୁ କଣ ରହିଛି ଅନ୍ୟ ସୁବିଧା

Samsung Galaxy Note 10 Plus

Galaxy A30s

ଏହି ଅଫର ଦ୍ୱାରା Galaxy A30sକୁ ୧୫,୯୯୯ ଟଙ୍କାରେ ତାଲିକାଭୁକ୍ତ କରାଯାଇଛି । ଯଦିଓ ଏହାର ପ୍ରକୃତ ଦର ହେଉଛି ୧୮,୯୦୦ ଟଙ୍କା । ଏହାସହିତ 4GB ରାମର Galaxy A50s 4901 ଟଙ୍କାର ଡ଼ିସକାଉଣ୍ଟ ସହିତ ୧୯୯୯୯ ଟଙ୍କାରେ କିଣାଯାଇପାରିବ । କେବଳ ସେତିକି ନୁହେଁ Galaxy A70s କିଣିବା ଦ୍ୱାରା ଆପଣଙ୍କୁ ୧୯୯୯ଟଙ୍କାର ବ୍ଲୁଟୁଥ ଇୟରଫୋନ ମାଗଣାରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.