Below header

ଆସନ୍ତାକାଲି ପଡୁଛି ରବି ପ୍ରଦୋଷର ସଂଯୋଗ, ସ୍ୱାମୀ, ପୁତ୍ରଙ୍କର ଲମ୍ବା ଆୟୁଷ ପାଇଁ ନିଶ୍ଚୟ କରନ୍ତୁ ଏହି ପୂଜା

ଶିବ ଉପାସନା ପାଇଁ ସବୁ ମାସ ଶୁକ୍ଳ ଏବଂ କ୍ରୁଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଶ୍ରେଷ୍ଠ କୁହାଯାଏ। ଏହାକୁ ପ୍ରଦୋଷ ବ୍ରତ କୁହାଯାଏ। ୨୪ ନଭେମ୍ବର ଦିନ ବର୍ଷର ଶେଷ ରବି ପ୍ରଦୋଷ ବ୍ରତ କରାଯିବ। ଏହାପରେ ଏପ୍ରିଲ ୨୦୨୦ରେ ଏହି ଯୋଗ ପୁଣି ଆସିବ। ମାନ୍ୟତା ଅଛି ପ୍ରଦୋଷ ସମୟରେ ମହାଦେବ କୈଳାସ ପର୍ବତରେ ରଜତ ଭବନରେ ଏହି ସମୟରେ ନୃତ୍ୟ କରନ୍ତି ଏବଂ ଅନ୍ୟ ଦେବତା ତାଙ୍କ ଗୁଣର ସ୍ତୃତି କରନ୍ତି। ଯେଉଁ ଲୋକ ନିଜର କଲ୍ୟାଣ ଚାହୁଁଛନ୍ତି ସେମାନେ ଏହି ପ୍ରଦୋଷ ବ୍ରତ ରଖନ୍ତି। ସପ୍ତାହର ସାତ ଦିନ ଏହି ବ୍ରତ ରଖାଯାଇ ପାରିବ।

ପ୍ରଦୋଷର ମହତ୍ତ୍ୱ

ହିନ୍ଦୁଧର୍ମ ଅନୁସାରେ ପ୍ରଦୋଷ ବ୍ରତ କଳିଯୁଗରେ ଅତି ମଙ୍ଗଳକାରୀ ଓ ଶିବ କୃପା ପ୍ରଦାନ କରିଥାଏ। କୁହାଯାଏ ଏହି ବ୍ରତ ରଖିଲେ ସବୁ ପ୍ରକାରର ଦୋଷ ନିବାରଣ ହୁଏ। ଏହି ବ୍ରତ ରଖିବା ଦୁଇ ଗାଈକୁ ଦାନ କରିବା ଭଳି ପୁଣ୍ୟ ସହ ସମାନ। ଶାସ୍ତ୍ର ଅନୁସାରେ ଏହି ବ୍ରତକୁ କଲେ କେବଳ ଯେ ଭଗବାନ ଶିବ ଖୁସି ହେବେ ତାହାନୁହେଁ ମାତା ପାର୍ବତୀଙ୍କ କୃପା ମଧ୍ୟ ମିଳିବ।

shivବିଭିନ୍ନ ପ୍ରକାରର ପ୍ରଦୋଷ ବ୍ରତ ଏବଂ ଏହାର ଲାଭ

-ଦିନ ଅନୁସାରେ ଏହି ବ୍ରତର ମହତ୍ୱ ବଦଳିଥାଏ। ଏମିତି କୁହାଯାଏ କି ଯେଉଁଦିନ ଏହି ବ୍ରତ ଆସେ ସେହି ଦିନ ଆନୁସାରେ ଏହାର ନା ଏବଂ ମହତ୍ୱ ବଦଳିଯାଏ। ଯଦି ଉପାସକ ରବିବାର ଏହି ଉପାସ କରନ୍ତି ତାଙ୍କ ଆୟୁଷ ବୃଦ୍ଧି ହୁଏ ଓ ଭଲ ସ୍ୱାସ୍ଥ୍ୟ ଲାଭ ହୁଏ।

-ସୋମବାର ଦିନ ଏହି ବ୍ରତ ରଖିଲେ ଏହାକୁ ସୋମ ପ୍ରଦୋଷମ ବ୍ରତ କୁହାଯାଏ ଓ ଏହି ଦିନ ଯାହା ମନସ୍କାମନା ନେଇ ଉପବାସ କରିବେ ତାହା ନିଶ୍ଚୟ ପୁରାଣ ହୁଏ।

ଏହାସହ ପଢନ୍ତୁ : ଫିଲ୍ମ ଷ୍ଟାଇଲରେ ବିଦାଇ, ସ୍ୱପ୍ନକୁ ସତ କରି ହେଲିକପ୍ଟରରେ ବସି ବର ଘରକୁ ଗଲେ କନ୍ୟା

-ଯିଏ ଏହି ପ୍ରଦୋଷ ବ୍ରତ ମଙ୍ଗଳବାର ଦିନ କରନ୍ତି ତାକୁ ଭୌମ ପ୍ରଦୋଷମ କୁହାଯାଏ ଏହି ଦିନ ବ୍ରତ ରଖଲେ ସବୁ ପ୍ରକାରର ରୋଗ ନିବାରଣ ହୁଏ।

-ବୁଧବାର ଦିନ ଏହି ବ୍ରତ କରିଲେ ସବୁ କାମନା ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି।

-ଗୁରୁବାର ରେ ଏହି ବ୍ରତର ମହତ୍ୱ ହେଲା ଶତ୍ରୁଙ୍କ ବିନାଶ ହେବ।

-ଯିଏ ଶୁକ୍ରବାର ଏହି ବ୍ରତ ରଖଣ୍ତ ତାଙ୍କ ଜୀବନରେ ସୌଭାଗ୍ୟ ବୃଦ୍ଧି ହୁଏ ଏବଂ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତି ରେ କଟେ।

-ରବିବାର ଦିନ ଆସୁଥିବା ଏହି ବ୍ରତକୁ ସାନି ପ୍ରଦୋଶମ ବ୍ରତ କୁହାଯାଏ ଲୋକ ଏହି ଦିନ ସନ୍ତାନ ପ୍ରାପ୍ତ ର ଇଛା ରଖି ଏହି ଉପବାସ କରନ୍ତି।ନିଜ ଇଛାକୁ ଧ୍ୟାନରେ ରଖି ପ୍ରଦୋଷ ବ୍ରତ କରିଲେ ସୁଫଳ ପ୍ରାପ୍ତି ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.