ଦେବେନ୍ଦ୍ର ଫଡନାଭିସ୍‌ ଓ ଅଜିତ ପାଓ୍ଵାର ଶପଥ ନେବା ପରେ ଜିଦ୍ ଛାଡୁନାହାନ୍ତି NCP ଓ ଶିବସେନା, କହୁଛନ୍ତି ଆମେ ବି ସରକାର ଗଢିବୁ

ସରୁନି ମହାରାଷ୍ଟ୍ର ନାଟକ। ଘଡିକେ ଘୋଡା ଛୁଟୁଛି । ଦେବେନ୍ଦ୍ର ଫଡନାଭିସ୍‌ ଓ ଅଜିତ ପାଓ୍ଵାର ଶପଥ ନେବା ପରେ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଏନ୍‌ସିପି ଓ ଶିବସେନା। ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରାଯାଇଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି, ଆମେ ସରକାର ଗଢିବୁ। ଆମ ପାଖରେ ନମ୍ବର ରହିଛି । ୧୭୦ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ଶରଦ ପାଓ୍ଵାର । ଅଜିତ ପାଓ୍ଵାର ଏନ୍‌ସିପିର ଶୃଙ୍ଖଳା ଭାଙ୍ଗିଛନ୍ତି । ତାଙ୍କ ବିରୋଧରେ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପିକୁ ସମର୍ଥନ କରିବା ଅଜିତଙ୍କ ବିକ୍ତିଗତ ନିଷ୍ପତ୍ତି । ଯେଉଁ ବିଧାୟକମାନେ ଅଜିତ ପାଓ୍ଵାରଙ୍କ ସହ ଯାଇଥିଲେ ସେମାନେ ମୋ ସହ ଅଛନ୍ତି ବୋଲି ଶରଦ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ତିନି ଜଣ ବିଦ୍ରୋହୀ ବିଧାୟକ ସାମିଲ ହୋଇଥିଲେ । ଏହା ସହ ଶରଦ ପାଓ୍ଵାର କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ବିଜେପି ଲୁଚାଛପାରେ ସରକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.