Below header

ଗର୍ଭବତୀ ମହିଳାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଏହି ବ୍ୟକ୍ତି, କାରଣ ଜାଣିଲେ ଆପଣଙ୍କର ଉଡିବ ହୋସ୍‌

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଭାଇରାଲ ଭିଡିଓ ନିଶ୍ଚିତ ଭାବେ ଦେଖୁଥିବେ। ଏହି ଭିଡିଓ ଯୋଗୁଁ ଲୋକ ଅନେକ ସଚେତନ ମଧ୍ୟ ହୋଇପାରୁଛନ୍ତି। ଅନେକ ଭିଡିଓରେ ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର ଓ ହିଂସା ଦୃଶ୍ୟ ଦେଖିବାକୁ ମିଳୁଛି। ପୁଣି ଥରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ। ଏପରି ଏକ ଘଟଣା ଅଷ୍ଟ୍ରେଲିଆର ସିଡ୍‌ନୀରେ ଦେଖିବାକୁ ମିଳିଛି। ଯେଉଁଠାରେ ତିନି ଜଣ ମୁସଲମାନ ମହିଳା ଏକାଠି ବସି ଏକ କାଫେରେ ଖାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏଭଳି ଘଟଣା ସିସି ଟିଭି କ୍ୟାମେରା କଏଦ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏହା ପଛରେ ପ୍ରକୃତ କାରଣ କ’ଣ ହୁଏତ ଆପଣ ଜାଣିବା ପାଇଁ ଇଚ୍ଛୁକ ଥିବେ।

ସୂଚନା ମୁତାବକ, ସିଡ୍‌ନୀର ଏକ କାଫେରେ ତିନି ଜଣ ମହିଳା ବସି ପରସ୍ପର ସହିତ କଥା ହେଉଥିଲେ। ଯେଉଁମାନଙ୍କ ମଧ୍ୟରେ ଜଣେ ମହିଳା ଗର୍ଭବତୀ ଥିଲେ। ଠିକ୍‌ ସେତିକିବେଳେ ହଠାତ୍‌ ଜଣେ ବ୍ୟକ୍ତି ଆସି ଗର୍ଭବତୀ ମହିଳାକୁ ମାରପିଟ୍‌ କରିଥିଲେ। ସେହି ବ୍ୟକ୍ତି ଜଣକ ଗର୍ଭବତୀ ମହିଳାଙ୍କୁ ମୁଥ ମାରିବା ସହ ଚାପୁଡା ମାରି, ଗୋଇଠା ମଧ୍ୟ ମାରିଥିଲେ। ଏଠିକାର ସଂପୂର୍ଣ୍ଣ ଘଟଣା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା।

ଏହି ମାମଲା ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା, ଅଷ୍ଟ୍ରେଲିଆରେ ‘ଇସ୍‌ଲାମୋଫୋବିୟା’କୁ ନେଇ ଏପରି ସ୍ଥିତି ଦେଖାଦେଇଛି। ଯାହାକୁ ନେଇ ପ୍ରାୟ ହିଂସା ଦେଖିବାକୁ ମିଳିଥାଏ। ଯେଉଁ ମହିଳା ମୁଣ୍ଡକୁ ସ୍କାର୍ଫ ଗୁଡାଇ ଥାଆନ୍ତି, ସେମାନଙ୍କ ପାଇଁ ବେଶି ବିପଦ ରହିଥାଏ। ସେଥିପାଇଁ ସେହି ମହିଳାଙ୍କୁ ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ବୁର୍ଖା ପିନ୍ଧିଥିଲେ। ସେଥିପାଇଁ ଏହି ପରିସ୍ଥିତି ଉପୁଜିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.