ସାମସଙ୍ଗ ଲଞ୍ଚ୍ କଲା AirDresser, କପଡା ଧୋଇବା ଠାରୁ ଡ୍ରାଏ କ୍ଲିନ ପର୍ଯ୍ଯନ୍ତ କରିବା ସବୁକାମ

ସାଉଥ କୋରିଆନ୍ କମ୍ପାନୀ ସାମସଙ୍ଗମ ଭାରତରେ ଏୟାର ଡ୍ରେସର ଲଞ୍ଚ କରିଛି। ଏହି ଡିଭାଇସ ସାହାଯ୍ୟରେ ଡ୍ରେସକୁ ଧୂଳି, ପ୍ରଦୂଷଣ ଏବଂ ଭାଇରସକୁ ମଧ୍ୟ ବାହାର କରାଯାଇପାରିବ । ଏହାର ମୂଲ୍ୟ ୧.୧୦ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

କମ୍ପାନୀ ମୁତାବକ, ଏହି ଏୟାରଡ୍ରେସର ସାହାଯ୍ୟରେ ଗ୍ରାହକମାନେ ଏଣିକି ଖୁବ ଶୀଘ୍ର ଏବଂ ସହଜରେ ନିଜ ଡ୍ରେସ୍ ସଫା କରିପାରିବେ । ଅର୍ଥାତ୍ ଏଣିକି ବାରମ୍ବାର ଧୋଇବା- ଶୁଖାଇବା ବା ଡ୍ରାଇ କ୍ଲିନ୍ କରିବା ଦରକାର ନାହିଁ । ଏଥିରେ ଏକ ଜେଟ ଏୟାର ସିଷ୍ଟମ ଅଛି । ଏହାସହିତ ୩ଟି ଏୟାର ହ୍ୟାଙ୍ଗର୍ ମଧ୍ୟ ରହିଛି ଯାହା ଫଳରେ ଡ୍ରେସ ଗୁଡିକ ସହଜରେ ଶୁଖିପାରିବ । ଡ୍ରେସକୁ ହ୍ୟାଙ୍ଗରରେ ଟାଙ୍ଗିବା ପରେ ଡିଭାଇସ ତାହା ସମ୍ପୂର୍ଣ୍ଣ ସଫା କରିଦେବ ।

air dresser

କମ୍ପାନୀ କହିବାନୁସାରେ ସଫା କରିବା ସହ ଏଥିରେ ଥିବା ଭାଇରସ ମଧ୍ୟ ସଫା କରିବ ଏହି ଡିଭାଇସ । ଏହି ମେସିନ୍ ଅଧିକ ଶବ୍ଦ ମଧ୍ୟ କରେନି । ଏବେ କମ୍ପାନୀ ଏହା ଉପରେ ୧୦ ହଜାର ଟଙ୍କାର ରିହାତି ମଧ୍ୟ ଦେଉଛି । ମେସିନକୁ ୧ ଲକ୍ଷ ଟଙ୍କାରେ କିଣି ପାରିବେ ଗ୍ରାହକ । ଏହାକୁ ୧୮ ମାସର ନୋ- କଷ୍ଟ ଇଏମଆଇରେ ମଧ୍ୟ କ୍ରୟ କରିପାରିବେ । ୨୪ ଡିସେମ୍ବରରୁ ଏହା ଆମାଜନ ଓ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.