ANC ସପୋର୍ଟ ଏବଂ ୨୯ ଘଣ୍ଟାର ବ୍ଯାଟେରୀ ସହିତ ଲଞ୍ଚ ହେଲା Samsung ର ନୂଆ ଇଅରବଡସ୍, ଜାଣନ୍ତୁ ଦାମ୍

Samsung Galaxy Buds 2 ନୂଆ ଟ୍ରୁ ୱେୟାରଲେସ ଷ୍ଟେରିଓ ଇଅରବଡ୍ସ ଲଞ୍ଚ କରିଛି। ଗତବର୍ଷ Galaxy Buds+ କୁ ଅପଗ୍ରେଡ କରି ପୁଣିଥରେ ଲଞ୍ଚ କରିଛି। ଏହି ବଡସ ଆକ୍ଟିଭ ନଏଜ କ୍ଯାନସିଲେସନ ଫିଚର ଦିଆଯାଇଛି।

Samsung Galaxy Buds 2 ର ଦାମ୍ ପାଖାପାଖି ୧୧,୧୦୦ ଟଙ୍କା ରହିଛି। ଏହି ବଡସ୍ ଗ୍ରେଫାଇଟ, ଲାଭେଣ୍ଡର, ଅଲିଭ ଏବଂ ହ୍ବାଇଟ ୪ଟି କଲର ଅପସନରେ ମିଳିବ। ଏହାର ବିକ୍ରି ୨୭ ଅଗଷ୍ଟରୁ ଆରମ୍ଭ ହେବ। କିନ୍ତୁ ଭାରତୀୟ ବଜାରରେ ତା’ର ଦାମ୍ ଏବଂ ଲଞ୍ଚ ତାରିଖ କେବେ ଆସିବ ତାହା ଜଣାପଡିନାହିଁ।

ସ୍ପେସିଫିକେସନ:

ଏହି ଇଅରବଡସରେ ଟ୍ରୁ ୱେ ଡ୍ରାଇଭର କନଫିଗ୍ରେସନ ସହିତ ଲଞ୍ଚ କରାଯାଇଛି। ଏଥିରେ ୩ଟି ମାଇକ୍ରୋଫୋନ୍ସ ଦିଆଯାଇଛି। ଏଥିରେ AKG ଟ୍ଯୁନଡ ଅଡିଓ ଅଫର ମଧ୍ୟ ଦିଆଯାଇଛି। ଏହା Galaxy Buds+ ତୁଳନାରେ ଅଲଗା ରହିଛି। ଏହି ଡିଭାଇସରେ ସ୍ଲାସ୍ ଏବଂ ୱାଟର ରେସିଟାନ୍ସ ପାଇଁ IPx7ସାର୍ଟିଫାଏଡ ହୋଇଛି। କନେକ୍ଟିଭିଟି ପାଇଁ ବ୍ଲୁଟୁଥ v5.2 ସପୋର୍ଟ ରହିଛି।

କମ୍ପାନୀ ଦାବି ଅନୁଯାୟୀ, ଏହା ସିଙ୍ଗଲ ଚାର୍ଜରେ Galaxy Buds 2 ଜରିଆରେ ଟୋଟାଲ ୨୯ ଘଣ୍ଟା ବ୍ଯାଟେରୀ ୟୁଜର୍ସଙ୍କୁ ମିଳିବ। ବ୍ଯାଟେରୀ ଚାର୍ଜିଂ କେସ୍ ସହିତ କେବଳ ୭.୫ ଘଣ୍ଟା ପର୍ଯ୍ଯନ୍ତ ବ୍ଯାଟେରୀ ଅଫର ମିଳିବ। ବଡସକୁ ମାତ୍ର ୫ ମିନିଟ ଚାର୍ଜ କରି ୧ ଘଣ୍ଟା ପର୍ଯ୍ଯନ୍ତ ଚାଲିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.