ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର: ପ୍ରଥମଥର ପାଇଁ ଭିତରକନିକା ପ୍ରବେଶ ପଥ ଡାଙ୍ଗମାଳରେ ନୌକା ବ୍ଯବସ୍ଥା

ରାଜନଗର(କେନ୍ଯୁଜ୍) : ପ୍ରଥମଥର ପାଇଁ ଭିତରକନିକା ପ୍ରବେଶ ପଥ ଡାଙ୍ଗମାଳରେ ନୌକା ବ୍ଯବସ୍ଥା। । ଭିତରକନିକାର ନୈଶର୍ଗିକ ଶୋଭାରାଜି ଓ ପ୍ରାକୃତିକ ସୈନ୍ଦର୍ଯ୍ଯକୁ ଉପଭୋଗ କରିବାକୁ ଆଉ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବନି ପର୍ଯ୍ଯଟକଙ୍କୁ । ପୂର୍ବରୁ ଜୟନଗର,ଗୁପ୍ତି ଓ ଖୋଳା ବାଟ ଦେଇ କେବଳ ନୌ ବିହାରର ସୁବିଧା ରହିଥିବା ବେଳେ , ଡାଙ୍ଗମାଳରେ କେବଳ ପାଦରେ ଚାଲିଚାଲି ପର୍ଯ୍ଯଟକ ମାନେ ବୁଲୁଥିଲେ। ତେବେ ରାଜ୍ଯ ସରକାର ଓ ବନବିଭାଗର ମିଳିତ ଉଦ୍ୟମରେ ଡାଙ୍ଗମାଳରେ ୫ଟି ଶବ୍ଦବିହୀନ ବୋଟ ଚଳାଚଳ ପାଇଁ ବ୍ଯବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ ଏହା ସହ ଗୁପ୍ତି ପ୍ରବେଶ ପଥରେ ରେ ମଧ୍ୟ ୪ଟି ନୂତନ ବୋଟ ରଖାଯାଇଛି । ଏହି ବୋଟରେ ବୁଲି ପର୍ଯ୍ଯଟକ ମାନେ ଭିତରକନିକାର ପ୍ରାକୃତିକ ମନୋରମ ଦୃଶ୍ଯ ଉପଭୋଗ କରିପାରିବେ ।

ପୂର୍ବରୁ ଡାଙ୍ଗମାଳ ମଧ୍ୟଦେଇ ପ୍ରବେଶ କରୁଥିବା ପର୍ଯ୍ଯଟକ ବୋଟରେ ବୁଲିପାରୁନଥିବାରୁ ମନରେ ଦୁଃଖ ରହୁଥିଲା ବେଳେ ଏବେ ଏହି ବୋଟ ଚଳାଚଳ ଯୋଗୁଁ, ଭିତରକନିକା ଏବେ ପର୍ଯ୍ଯଟକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରୁଛି ବନବିଭାଗ। ଏହି ବୋଟର ଦେୟ ଘଣ୍ଟାକୁ ୨୮୦୦ ଟଙ୍କା ରହିଛି । ଏହି ଶବ୍ଦବିହୀନ ପ୍ରକୃତି ଉପଯୋଗୀ ବୋଟ ପାଇଁ ୧୭.୩ କିଲୋମିଟରକୁ ଏକ ଲିଟର ଇନ୍ଧନ ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏବଂ ଯେଉଁ ମାନେ ଚାହିଁବେ ବୋଟ ରିଜର୍ଭ କରି ମଧ୍ୟ ନିଜ ପରିବାର ସହ ଭିତରକନିକା ଭ୍ରମଣ କରିପାରିବେ ।

ଭିତରକନିକା ଜାତୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ଯଟକ ମାନେ ଏବେ ଡଙ୍ଗାରେ ବୁଲି ବିସ୍ତୀର୍ଣ୍ଣ ହେନ୍ତାଳବନ,ମୃଗ ବିହାର, ନଦୀ ପଠାରେ ପଡିଥିବା ବଉଳା କୁମ୍ଭୀର ଆଦି ଦେଖିବା ସହ ଡାଙ୍ଗମାଳର ରେ ଥିବା ଗୋରୀ ଓ ମଲ୍ଲୀ କୁମ୍ଭୀରକୁ ଦେଖିପାରିବେ । ଏବେ ପର୍ଯ୍ଯଟକ ମାନେ ନୌକାରେ ନେଉଛନ୍ତି ମଜ୍ଜା। ପୂର୍ବରୁ ପର୍ଯ୍ଯଟକ ମାନଙ୍କ ପାଇଁ ସରକାରୀ ଏବଂ ବେସରକାରୀ ବୋଟ ଥିବା ବେଳେ ତାହା ପର୍ଯ୍ଯଟକ ମାନଙ୍କ ପାଇଁ ପ୍ରଯ୍ଯାପ୍ତ ନଥିଲା । ଯାହା ଦ୍ଵାରା ପର୍ଯ୍ଯଟକ ମାନେ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ ।

ସାରା ବିଶ୍ୱ ଦରବାରରେ ପରିଚିତ ଭିତରକନିକା। ଏଠାରେ ବର୍ଷ ତମାମ ପର୍ଯ୍ଯଟନଙ୍କ ଭିଡ ଜମେ। ସରକାର ସଦାସର୍ବଦା ଭିତରକନିକାର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷପ ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ପୁଣି ଏକ ନୂତନ ଆଶାର ଆଲୋକ ସାଜିଛି ଏହି ଶବ୍ଦବିହୀନ ବୋଟ ଗୁଡିକ। ଯାହା ପର୍ଯ୍ଯଟକଙ୍କୁ ଆହୁରି ଆକ୍ରୁଷ୍ଟ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.