Below header

ସୁଖ ନିଦ୍ରା ପାଇଁ ଲଞ୍ଚ ହେଲା ସ୍ମାର୍ଟ ତକିଆ, ମୁଣ୍ଡ ରଖିବା ମାତ୍ରେ ହିଁ ବନ୍ଦ ହୋଇଯିବ ଆପଣଙ୍କ ଇଣ୍ଟରନେଟ

ଯଦି ଆପଣ ମଧ୍ୟ ସୋସିଆଲ ମିଡିଆ, ଗ୍ୟାଜେଟ ଏବଂ ଇଣ୍ଟରନେଟ ଚକ୍କରରେ ପଡିଯାଇଛନ୍ତି, ଲକ୍ଷ ଚେଷ୍ଟା ସତ୍ତ୍ୱେ ବି ଆପଣ ଏଥିରୁ ମୁକ୍ତି ପାଇପାରୁ ନାହାଁନ୍ତି, ତେବେ ଏହି ଖବରଟି ଖାସ୍‌ ଆପଣଙ୍କ ପାଇଁ । ବର୍ତ୍ତମାନ ଏକ ସ୍ମାର୍ଟ ତକିଆ ଲଞ୍ଚ କରାଯାଇଛି, ଯାହା ଆପଣଙ୍କୁ ଇଣ୍ଟରନେଟ୍ ଠାରୁ ଦୁରେଇ ରହିବାରେ ସାହାଯ୍ୟ କରିବ । ଦକ୍ଷିଣ କୋରିଆର କିଛି ଛାତ୍ର ଏକ ସ୍ମାର୍ଟ ତକିଆ ଡିଜାଇନ୍ କରିଛନ୍ତି ଯାହା ଉପରେ ମୁଣ୍ଡ ରଖିବା ମାତ୍ରେ ହିଁ ସେ ଘରର ୱାଇ-ଫାଇ ରାଉଟରକୁ ବନ୍ଦ କରିଦେବ, ଯଦିଓ ମୋବାଇଲ୍ ନେଟୱାର୍କରେ ଏହି ତକିଆ କାମ କରିବ ନାହିଁ । ଏହି ତକିଆର ନାମ ରହିଛି ‘Pause Pillow’ ।

ଏହି ସ୍ମାର୍ଟ ତକିଆରେ ମୁଣ୍ଡ ରଖିବା ମାତ୍ରେ ଏହା ୱାଇ-ଫାଇ ରାଉଟରକୁ ଏକ ସଙ୍କେତ ପଠାଇଥାଏ । ଯାହା ପରେ ରାଉଟରରୁ ମୋବାଇଲକୁ ଇଣ୍ଟରନେଟ୍ ସିଗନାଲ୍ ବ୍ଲକ କରାଯାଇଥାଏ । ଯଦି ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ ନାହିଁ, ତେବେ ଆପଣଙ୍କର ଶୋଇବାରେ ବାଧା ଉପୁଜିବ ନାହିଁ ।

ଏହି ସ୍ମାର୍ଟ ତକିଆ ନିର୍ମାଣ କରିଥିବା ଛାତ୍ରମାନଙ୍କୁ 20 କୋଟି ଟଙ୍କା ଦିଆଯିବ, ଯାହାଫଳରେ ଏହି ତକିଆକୁ ସେମାନେ ବହୁ ପରିମାଣରେ ପ୍ରସ୍ତୁତ କରିପାରିବେ ।

ସୂଚନା ଅନୁଯାୟୀ ପୂର୍ବରୁ 2017 ରେ ଏକ ସ୍ମାର୍ଟ ତକିଆ ମଧ୍ୟ ଆସିଥିଲା ଯାହା ଲୋକଙ୍କୁ ରାତିରେ ଗଭୀର ନିଦରେ ଶୋଇବା ସହିତ ଠିକ୍ ସମୟରେ ଜାଗ୍ରତ କରିବାରେ ସାହାଯ୍ୟ କରୁଥିଲା । ଏହି ତକିଆର ବିଶେଷତ୍ୱ ହେଲା ଯେ ଆପଣ ଯେତେ ଗଭୀର ନିଦ୍ରାରେ ଥିଲେ ମଧ୍ୟ ଏହା ଆପଣଙ୍କୁ ଉଠାଇଦେବ । ଏହି ତକିଆରେ ପ୍ରକୃତିର ମଧୁର ଶବ୍ଦ ଏବଂ କୃତ୍ରିମ ସୂର୍ଯ୍ୟଙ୍କ କିରଣ ଦିଆଯାଇଥିଲା ।

ଏହି ତକିଆର ନାମ ଥିଲା ‘ସୂର୍ଯ୍ୟୋଦୟ ସ୍ମାର୍ଟ’ ତକିଆ । ତକିଆର ଉଭୟ ମୁଣ୍ଡରେ ଏଲଇଡି ଲାଇଟ୍ ବି ଲଗାଯାଇଥିଲା, ଯାହା ସକାଳେ ବ୍ୟବହାରକାରୀଙ୍କ ଆଖିରେ ସୂର୍ଯ୍ୟ କିରଣ ପଡ଼ିବା ଭଳି ଲାଗିବ । ବିଶେଷ କଥାଟି ହେଲା ଏହି ଆଲୋକ କୌଣସି ପାର୍ଶ୍ୱରେ ଶୋଇଲେ ବି କାମ କରିପାରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.