ରେଙ୍ଗାଲି ତହସିଲ ଅଫିସରେ ଅଭାବନୀୟ ଘଟଣା: ଅଭିଯୋଗ ନଶୁଣିବାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର: ରେଙ୍ଗାଲି ତହସିଲ ଅଫିସରେ ଅଭାବନୀୟ ଘଟଣା । ତହସିଲ ଅଫିସକୁ ଆସି କାଗଜପତ୍ରରେ ନିଆଁ ଲଗାଇ ଦେଲେ ଯୁବକ । ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଶେଷରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ ।

ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ରାଜୀବ କିଷାନ । ଅଭିଯୋଗ ନ ଶୁଣିବାରୁ ଯୁବକ ଏଭଳି କାଣ୍ଡ ଘଟାଇଛନ୍ତି । ଏଥିରେ ତହସିଲର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଛି । ଖବର ପାଇ ଦମକଳ କର୍ମଚାରୀ ଓ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତହସିଲ ଅଫିସ୍‌ର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ କମ୍ପ୍ୟୁଟର ଆଦି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.