Below header

କେବେ ମନରେ ପ୍ରଶ୍ନ ଆସିଛି ଫେସବୁକ୍‌ର ରଙ୍ଗ ‘BLUE’ କାହିଁକି ? ଜାଣନ୍ତୁ କ’ଣ ରହିଛି କାରଣ

ଆଜିକାଲି ଦୁନିଆରେ ଏମିତି ମାତ୍ର କେଇ ଜଣ ଲୋକ ଥିବେ, ଯେଉଁମାନେ ଫେସବୁକ୍‌ ବ୍ୟବହାର କରୁନଥିବେ। ନଚେତ୍‌ ପ୍ରାୟ ଅଧିକାଂଶ ଲୋକ ଫେସବୁକ୍‌ ବ୍ୟବହାର କରୁଛନ୍ତି। ତେବେ ଆପଣ ଫେସବୁକ୍‌ ତ ବ୍ୟବହାର କରୁଛନ୍ତି, କିନ୍ତୁ ଆପଣଙ୍କ ମନରେ କେବେ ଏମିତି ପ୍ରଶ୍ନ ଆସିଛି କି ଫେସବୁକ୍‌ର ରଙ୍ଗ(କଲର) ନୀଳ ବା ବ୍ଲୁ କାହିଁକି ?। ଜଣଙ୍କର ମୃତ୍ୟୁ ପରେ ତା’ର ଫେସବୁକ୍‌ ଆକାଉଣ୍ଟ କ’ଣ ହୋଇଥାଏ ? ଏମିତିରେ ଫେସବୁକ୍‌ ସହ ଜଡିତ ବହୁତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ। ଯେଉଁ ପ୍ରଶ୍ନର ଉତ୍ତର ଆଜି ବି ଆପଣଙ୍କ ମନରେ ଉଙ୍କି ମାରୁଛି।

ତେବେ ଫେସବୁକ ରଙ୍ଗ ନୀଳ ଏଥିପାଇଁ କାରଣ ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କ ‘କଲର ବ୍ଲାଇଣ୍ଡନେସ’ ରୋଗ ରହିଛି। ନୀଳ ରଙ୍ଗ ଏମିତି ଗୋଟେ ରଙ୍ଗ ଯାହାକୁ ବହୁତ ଭଲ ଭାବରେ ଅତି ସହଜରେ ଦେଖାଯାଇ ପାରିବ। ଏହି କାରଣରୁ ଫେସବୁକର ରଙ୍ଗ ନୀଳ ରଖାଯାଇଛି।

facebookକ’ଣ ଆପଣଙ୍କୁ ଜଣାଅଛି ଫେସବୁକର ଏମିତି ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି, ଯାହାଙ୍କୁ କେବେବି ବ୍ଳକ୍‌ କରାଯାଇ ପାରିବନାହିଁ। ସେ ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ମାର୍କ ଜୁକରବର୍ଗ। ଯାହାଙ୍କୁ କେହି ବି ବ୍ଲକ କରିପାରିବେନାହିଁ।

ଫେସବୁକ ସାରା ଦୁନିଆରେ ବେଶ୍ ଲୋକପ୍ରିୟ। ଏହାର ଆରବୀୟ ୟୁଜର୍ସ ମଧ୍ୟ ଅଛନ୍ତି। କିନ୍ତୁ ସବୁଠୁ ଖାସ୍ କଥା ହେଉଛି ଚୀନ, ଇରାନ ଏବଂ ଉତ୍ତର କୋରିଆ ସମେତ ଅନେକ ଦେଶରେ ଫେସବୁକ୍‌ ବ୍ୟାନ୍‌ ରହିଛି।

markସେହିପରି ଯଦି ଆପଣଙ୍କ ଚିହ୍ନା ଜଣାରେ କେହି ଲୋକଙ୍କର ମୃତ୍ୟୁ ହୋଇଯାଏ, ଆପଣ ଏହି ବିଷୟରେ ଫେସବୁକରେ ରିପୋର୍ଟ ଦେଇପାରିବେ। ଫେସବୁକ ଏମିତି ପ୍ରୋଫାଇଲକୁ ମେମୋରଲାଇଜଡ୍ ଆକାଉଣ୍ଟ କରିଦିଏ। ଯେଉଁଥିରେ ଆପଣଙ୍କ ବନ୍ଧୁ ଏବଂ ପରିବାର ଲୋକ ଯୋଡି ହୋଇ ରୁହନ୍ତି। ଯାହାଦ୍ୱାରା ଏମାନେ ମୃତକ ବ୍ୟକ୍ତିଙ୍କ ଟାଇମଲାଇନକୁ ଯାଇ କିଛି ବି ସେୟାର କରିପାରିବେ। ଏହି ଆକାଉଣ୍ଟକୁ କେହି ବି ଲଗଇନ୍ କରିପାରିବେ ନାହିଁ, କିମ୍ବା ଏଥିର କୌଣସି ପ୍ରକାର ପରିବର୍ତ୍ତନ କରାଯାଇପାରିବ ନାହିଁ।

ତେବେ ଆଉଗୋଟେ କଥା ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫେସବୁକରେ ଯେଉଁ ଲାଇକ ଅପସନ୍ ଆପଣ ଦେଖୁଛନ୍ତି, ତାହାର ନାମ ପୂର୍ବରୁ ‘AWESOME’ ରଖାଯାଥିଲା। ଯାହାକୁ ପରେ LIKEର ନାମ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.