ସ୍ମାର୍ଟଫୋନ୍ କ୍ୟାମେରାର ସ୍କ୍ରାଚକୁ ଚୁଟକିରେ ଦୂର କରିବ ଏହି ଟିପ୍ସ

କେତେକ ଥର ସ୍ବାର୍ଟଫୋନରେ କଭର ନ ପଡିବା କାରଣରୁ କ୍ୟାମେରା ଲେନ୍ସରେ ସ୍କ୍ରାଚ୍ ପଡିଯାଇଥାଏ। ଏମିତିରେ ଆମ ଫଟୋ ଗୁଡିକ ଖରାପ ଆସିଥାଏ। ଆମେ ଚାହିଁକି ବି ଭଲ ଫଟୋ କ୍ଲିକ କରିପାରନ୍ତି ନାହିଁ। ଏମିତି ପରିସ୍ଥିତରେ ଯଦି ଆପଣ ଚାହିଁବେ ଘରେ ମଧ୍ୟ ଆପଣ ନିଜେ ସ୍ମାର୍ଟଫୋନର ଲେନ୍ସର ସ୍କ୍ରାଚକୁ ସହଜରେ ସଫା କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ୫ ଉପାୟ ବିଷୟରେ ଯାହା ସାହାଯ୍ୟରେ ଆପଣ ଏହାକୁ ସଫା କରିପାରିବେ।

ରବିଂ ଆଲକୋହଲ

robingରବିଂ ଆଲକୋହଲର କିଛି ବୁନ୍ଦାକୁ ପାଣିରେ ମିଶାଇ ଏକ ମୁଲାୟମ କପଡାରେ ଫୋନର କ୍ୟାମେର ଲେନ୍ସକୁ ସଫା କରିପାରିବେ। ଏହିଭଳି ଦୁଇ ତିନି ଥର କରିବା ପରେ ଲେନ୍ସ ନୂଆ ଭଳି ସଫା ହୋଇଯିବ।

ଟୁଥପେଷ୍ଟ

toothpasteଏହାର ଫାଇଦା ବିଷୟରେ ଆମେମାନେ ତ ଜାଣିଛନ୍ତି କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ଆପଣ ଏହାର ବ୍ୟବହାର ଫୋନର କ୍ୟାମେରା ଲେନ୍ସ ସଫା କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଅଳ୍ପ ଟୁଥପେଷ୍ଟ କ୍ୟାମେରାର ଲେନ୍ସରେ ଲଗାଇ ଏକ ସଫା କପଡା ସାହାଯ୍ୟରେ ତାହାକୁ ସଫା କରିପାରିବେ।

ଇରେଜର

eraserଇରେଜରକୁ ସାଧାରଣତଃ ପେନସିଲର ଲେଖାକୁ ଲିଭାଇବାରେ ବ୍ୟବହାର କରାଯାଇଥାଏ। କିନ୍ତୁ ଇରେଜର ସାହାଯ୍ୟରେ ଆପଣ ଫୋନର କ୍ୟାମେରା ଲେନ୍ସକୁ ସଫା କରିପାରିବେ। ଏହା କେବଳ ଧ୍ୟାନ ଦିଅନ୍ତୁ ଯେ ଯେପରି ଇରେଜର ନୂଆ ଏବଂ ସଫା ହୋଇଥିବା ଆବଶ୍ୟକ।

removerଯଦି ଏହି ସବୁକୁ ବ୍ୟବହାର କରିବା ପରେ ମଧ୍ୟ ସ୍କ୍ରାଚ ଠିକ ହେଲା ନାହିଁ ତେବେ ଆପଣ ବଜାରରୁ ସ୍କ୍ରାଚ୍ ରିମୁଭର କିଣି ତାହାକୁ ଲେନ୍ସ ଉପରେ ଲଗାଇ ଲେନ୍ସକୁ ସହଜରେ ସଫା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.