ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ଥରେ ପଢି ନିଅନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଏବେ ଭୟର ବାତାବରଣ ଖେଳାଇ ଦେଇଛି । ଯେଉଁ ରିପୋର୍ଟ ଏବେ ସାମ୍ନାକୁ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ଉଠିଛି ବଡ ପ୍ରଶ୍ନ । ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଥିବା ନେଇ ସୂଚନା ଦେଇଛି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

virus ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ସେଥିରୁ ପାଖାପାଖି ୧.୫ କୋଟି ମୋବାଇଲ ଡିଭାଇସ କେବଳ ଭାରତର ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଭାଇରସ ଗୁଗୁଲ ଆପ୍ସ ଭଳି ଦେଖାଯାଏ ଏବଂ ମୋବାଇଲରେ ଥରେ ଇନଷ୍ଟଲ ହେବା ପରେ ଅନ୍ୟ ଆପ୍ସକୁ ଭାଇରସ ଦ୍ୱାରା ଏହା ଆକ୍ରମଣ କରିଥାଏ। ଏହି ସଂସ୍ଥା ପ୍ରତିକ୍ରିୟାରେ କହିଛି କି, ଏଜେଣ୍ଟ ସ୍ମିଥ୍ ନାମକ ଏହି ଭାଇରସ ମୋବାଇଲକୁ ବହୁତ ଶୀଘ୍ର ନିଜ ଆୟତ୍ତରେ ରଖିବା ସହିତ ମୋବାଇଲର ସମସ୍ତ ଡାଟା, ପାସଓ୍ୱାର୍ଡକୁ ମଧ୍ୟ ଏହା ସଂଗ୍ରହ କରିଥାଏ। ଏହି ଆପ୍ସ ବିଜ୍ଞାପନ ଦେଖାଇ ମୋବାଇଲରୁ ସମସ୍ତ ଡାଟା ଚୋରି କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.