ମାଲକାନଗିରି : ପୁଣି ଚାଷକୁ ଫେରିଲେ ପୂର୍ବତନ ବିଧାୟକ, ନିଜେ ଖେତକୁ ଯାଇ ବିହନ ବୁଣୁଛନ୍ତି

ମାଲକାନଗିରି (କେ ନ୍ୟୁଜ୍‌) : ହାତରେ ଧାନ ବିହନ ଭରା ବାଲଟି ଓ ଶରୀରରେ ହାପ୍ ପ୍ୟାଣ୍ଟ ଏବଂ ଟି-ସାର୍ଟ । ଆଣ୍ଠୁଏ କାଦୁଅରେ ବେଉଷଣ କାମ କରୁଛନ୍ତି ଏଇ ବ୍ୟକ୍ତି । ଟିକେ ଭଲ କରି ଦେଖିଲେ । ହୁଏତ ଆପଣ ଚିହ୍ନିବାରେ ଭୁଲ କରି ପାରନ୍ତି । ସେ ହେଉଛନ୍ତି ବିଜେଡି ଦଳର ଜଣେ ପୂର୍ବତନ ବିଧାୟକ । ବାହାରିଛନ୍ତି ଅନ୍ନଦାତା ହେବାକୁ। ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ମାଲକାନଗିରି ଖଇରପୁଟ ଅଞ୍ଚଳରେ । ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ବତନ ବିଧାୟକ ଡମ୍ବରୁ ସୀସା । ନିଜେ ବିଲକୁ ଯାଇ ଚାଷ କାମ କରୁଛନ୍ତି ।

DAMABRU IMAGE-2

ଡମ୍ବରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ଚିତ୍ରକୋଣ୍ଡାବାସୀଙ୍କ ସହ ସୁଖଦୁଃଖରେ ସାମିଲ ହୋଇ ଅଞ୍ଚଳର ବିକାଶ ଦିଗରେ କାମ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଡମ୍ବରୁଙ୍କ ପରିବର୍ତ୍ତେ ନୂଆ ମୁହଁ ଭାବେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ମିଳିଥିଲା ଓ ପୂର୍ଣ୍ଣଚନ୍ଦ୍ର ବିଜୟୀ ମଧ୍ୟ ହୋଇଥିଲେ। ହେଲେ ଏଥିରେ ଡମ୍ବରୁ ବିଚଳିତ ନହୋଇ ନିଜ କୌଳିକ ବୃତ୍ତି ଚାଷ କାମକୁ ଫେରି ଆସିଛନ୍ତି । ନିଜ ଜମିରୁ ଶସ୍ୟ ଉତ୍ପାଦନ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ବଣ୍ଡା ଜନଜାତି ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ଡମ୍ବରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ କୌଣସି କାମ ଛୋଟ ନୁହେଁ ଏବଂ ନିଜ କାମ କରିବାରେ କିଛି ଭାବିବା ଉଚିତ ନୁହେଁ ବୋଲି ପରୋକ୍ଷରେ ସେ ବାର୍ତ୍ତା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.