Below header

ଦ୍ୱିତୀୟ ସେମିଫାଇନାଲ୍‌ : ଅଷ୍ଟ୍ରେଲିଆ, ଚୌକାରୁ ଆରମ୍ଭ ଓ ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌

ଲଣ୍ଡନ୍‌ : ଆଇସିସି ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ଟସ୍‌ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆରୋନ୍‌ ଫିଞ୍ଚ୍‌ଙ୍କ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଥିବା ଉସମାନ ଖ୍ଵାଜାଙ୍କ ସ୍ଥାନରେ ପିଟର ହ୍ୟାଣ୍ଡସ୍କମ୍ବ ଖେଳୁଛନ୍ତି । ବିଶ୍ୱକପ୍‌ରେ ଏହା ହେବ ତାଙ୍କର ପ୍ରଥମ ମ୍ୟାଚ୍‌ । ତେବେ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏଇ ମାତ୍ର ଖେଳ ଆରମ୍ଭ ହୋଇଛି । ପ୍ରଥମ ବଲ୍‌ରେ ଓକ୍‌ସଙ୍କୁ ଚୌକା ମାରି ଓ୍ଵାର୍ଣ୍ଣର୍‌ ଭଲ ଆରମ୍ଭ କରିଥିଲେ । ହେଲେ ଦ୍ୱିତୀୟ ଓଭର୍‌ର ପ୍ରଥମ ବଲ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍‌ ଫିଞ୍ଚ୍‌ଙ୍କୁ ଏଲବିଡବଲ୍ୟୁ କରି ଦେଲେ ଜୋଫ୍ରା ଆର୍ଚର୍‌ । ଆଷ୍ଟ୍ରେଲିଆ ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.