ପାଟକୁରାରେ ବିଜୟ ହାସଲ କରିବ ବିଜେଡି : ଅନୁଭବ ମହାନ୍ତି

ପାଟକୁରା(କେନ୍ୟୁଜ୍) : ପାଟକୁରାରେ ବିଜୟ ହାସଲ କରିବ ବିଜେଡି । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସେ ମଧ୍ୟ ଖୁବ୍‌ ଶୀଘ୍ର ପାଟକୁରାର ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି । ଏହା ସହ ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି କହିଛନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ାରେ ରହିଥିବା ବିଭିନ୍ନ ସମସ୍ୟାକୁ ସେ ସଂସଦରେ ଉପସ୍ଥାପନ କରିବେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ରେଲେଓ୍ଵ ନେଟଓ୍ଵର୍କ ବିସ୍ତାର ପାଇଁ କାମ କରିବା ସହ ବେକାର ଯୁବକ, ଯୁବତୀଙ୍କ ଥଇଥାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.