ଏମିତି କହିଲେ ମାତାଲ ଶିକ୍ଷକ, ୟାରୋ ମୁଝେଁ ମାଫ୍ କରୋ…ମେଁ ନସେ ମେ ହୁଁ…

ଛତିଶଗଡ: ୟାରୋ ମୁଝେଁ ମାଫ୍ କରୋ…. ମେଁ ନସେ ମେ ହୁଁ…..ଛତିଶଗଡର ଜସପୁରର ଶିକ୍ଷା ବ୍ୟବସ୍ଥା ଏବଂ ନିଶା ଶକ୍ତ ଶିକ୍ଷକଙ୍କର ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଛି। ଜିଲ୍ଲାର ପ୍ରାୟତଃ ସରକାରୀ ବିଦ୍ୟାଳୟରେ ଏଭଳି ପରିସ୍ଥିତି ହେଉଥିବା ଜଣାପଡିଛି । ଜଣେ ଶିକ୍ଷକ ଏହି ବର୍ଷା ଋତୁରେ ମଦ ପିଇ ସ୍କୁଲ୍ ଆସୁଥିବାବେଳେ ଏପରି ଦାୟିତ୍ବହୀନ ଶିକ୍ଷକଙ୍କର ଛୁଆମାନଙ୍କ ପାଠ ପଢା ସହିତ କୌଣସି ଦେଣନେଣ ନାହିଁ । ଏପରି ଭୁଲ୍ କୁ ମଧ୍ୟ ବାରମ୍ବାର ଅଣଦେଖା କରୁଛନ୍ତି ଅନ୍ୟ ଅଧିକାରୀମାନେ । ଯେଉଁ କାରଣରୁ ଶିକ୍ଷକଙ୍କ ଏହି ଅଭ୍ୟାସ ବଦଳିବାର ନାଁ  ନେଉନାହିଁ ।

ପ୍ରଥମ ମାମଲା ଜସପୁରର ବଗିଚା ବିକାଶଖଣ୍ଡ ପ୍ରାଥମିକ ବିଦ୍ଯାଳୟ ସୁରତିର ଅଟେ । ଯେଉଁଠାରେ ଶିକ୍ଷକ ଫିଲିପ ପନ୍ନା ମଦ ପିଇ ନିଶାରେ ଏମିତି ରହୁଛନ୍ତି ଯେ ପାଠ ପଢାଇବା ତ ଦୁରର କଥା ତାଙ୍କ ହୋସ୍ ହିଁ ରହୁନାହିଁ । ଯେବେ କ୍ୟାମେରା ସାମ୍ନାରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା ସେହି ସମୟରେ ସେ ଇଂରାଜୀରେ ଗପିବା ଆରମ୍ଭ କରିଥିଲେ ଏବଂ ନିଜ ନାଁ କହିଥିଲେ । ଯେତେବେଳେ ନିଶା ଅବସ୍ଥାରେ ସ୍କୁଲ୍ ଆସିଥିବାନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ସେ ମିଡିଆ ଉପରେ ବର୍ଷିବାକୁ ଆରମ୍ଭ କରିଥିଲେ ଏବଂ କହିଥିଲେ କି, ସେ ଏମିତି ରୋଗରେ ପିଡୀତ ଅଛନ୍ତି ଯେଉଁଥିପାଇଁ ସେ ମଦ ପିଇବା ନିହାତି ଆବଶ୍ଯକ । ସେ ଧମକ ଦେଇ ଏହା ମଧ୍ୟ କହିଲେ କି, ଯାଅ ଯାହା କରିବା କଥା କର ।

teacherଅନ୍ୟପଟେ ଆଉ ଏକ ମାମଲା ଜସପୁରର ମନୋରାର ଅଟେ ଯେଉଁଠାରେ ପ୍ରାଥମିକ ବିଦ୍ୟାଳୟ ମଧୱାରେ ଜଣେ ଶିକ୍ଷକ ଲାଲୁ ରାମ ସ୍କୁଲ୍ ଖୋଲିଦେଇ ଗାଁକୁ ମଦ ପିଇବାକୁ ଚାଲିଯାଇଥିଲେ ଏବଂ ଏହାପରେ ସେ ଗାଁର ଗୋଟେ ଘର କଣରେ ନିଶାଶକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲେ । ଛୁଆମାନେ ସ୍କୁଲ ବାହାରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଯେତେବେଳେ ଛୁଆମାନଙ୍କୁ ପଚରାଯାଇଥିଲା କି ପାଠ ନପଢି କାହିଁକି ବାହାରେ ଖେଳୁଛ ସେତେବେଳେ ଛୁଆମାନେ କହିଥିଲେ କି ଶିକ୍ଷକ ଲାଲୁ ପ୍ରତିଦିନ ମଦ ପିଇ ସ୍କୁଲ ଆସିଥାନ୍ତି । ପାଠପଢା ହୋଇନଥାଏ ।

ଅନ୍ୟପଟେ ଏହି ମଦୁଆ ଶିକ୍ଷକଙ୍କ ଉପରେ କାର୍ଯ୍ୟାଦେଶ ଗ୍ରହଣ କରାଯାଉଥିବାବେଳେ କିଛି ଦିନ ପରେ ପୁଣି ସେମାନଙ୍କୁ ପଦସ୍ଥ କରାଯାଉଛି । ଯାହାଫଳରେ ସେମାନଙ୍କର ଦାୟିତ୍ବହୀନତା ବଢିବାରେ ଲାଗୁଛି । କିନ୍ତୁ ଏକଥା ସାମ୍ନାକୁ ଆସିବା ପରେ ଏବେ ଦେଶର ଭିବିଷ୍ୟତକୁ ନେଇ ଏକ ବଡ ପ୍ରଶ୍ନ ମୁଣ୍ଡ ଟେକିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.