ବହୁତ ଜଲଦି ଆପଲ୍‌ ଆଣୁଛି ଏକ ଖାସ Apple Watch, ଆପଣଙ୍କ ଡ୍ରେସ୍‌ ଅନୁସାରେ ବଦଳିବ ବ୍ୟାଣ୍ଡର କଲର

ଡ୍ରେସ୍‌ କଲର ହିସାବରେ ବଦଳିବ Apple Watch ରଙ୍ଗ । ବହୁତ ଜଲଦି ଆପଲ୍ ଆଣୁଛି କଲର ଚେଞ୍ଜ୍ ହେଉଥିବା ଆପଲ୍ ଓ୍ଵାଚ୍ ।

ବହୁତ ଜଲଦି ଆପଲ୍ ଆଣୁଛି କଲର ଚେଞ୍ଜ୍ ହେଉଥିବା ଆପଲ୍ ଓ୍ଵାଚ୍ । ହଁ ଆଜ୍ଞା ଗୋଟିଏ ଓ୍ଵାଚ୍ କିନ୍ତୁ ରଙ୍ଗ ହେବ ଅଲଗା ଅଲଗା । ଆପଣଙ୍କ ଡ୍ରେସ୍ କଲର ଅନୁଯାୟୀ ନିଜର ବ୍ୟାଣ୍ଡର ରଙ୍ଗ ବଦଳାଇବ ଏହି ଆପଲ୍ ଓ୍ଵାଚ୍ । ଆପଣଙ୍କ ଡ୍ରେସର କଲର ସହ ଖାପ ଖୁଆଇବା ପାଇଁ ଆପେ ଆପେ ନିଜର କଲର ଚେଞ୍ଜ୍ କରିବ ଏହି ଓ୍ଵାଚ୍ । ଆପଣଙ୍କୁ ଆମର ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ ଏବଂ ବହୁତ ଜଲଦି ଆପଲ ଆଣିବାକୁ ଯାଉଛି ଏମିତି ଏକ ଓ୍ଵାଚ୍ । ଏବଂ ବହୁତ ଜଲଦି ଆପଣଙ୍କ ହାତରେ ଥିବ ଏହି ଓ୍ଵାଚ୍ ।

ସାରା ଦୁନିଆରେ ଲୋକପ୍ରିୟ ଆପଲ୍ ଓ୍ଵାଚ୍ ଖୁବ ଶୀଘ୍ର ଏହିଭଳି ଏକ ଆଡଭାନ୍ସଡ ଟେକ୍ନୋଲୋଜି ସହ ମାର୍କେଟକୁ ଆସୁଛି ଏଥିପାଇଁ ଆପଲ ଏକ ପାଟେଣ୍ଟ ରିଲିଜ୍‌ କରିଛି । ପାଟେଣ୍ଟ ଅନୁଯାୟୀ ଏହି ଆପଲ ଓ୍ଵାଚ୍ ବ୍ୟାଣ୍ଡ ଇଲେକଟ୍ରୋକ୍ରୋମିକ ଏଲିମେଣ୍ଟସ ଫିଚର ଦ୍ୱାରା କଣ୍ଟ୍ରୋଲ ହେବ ଏବଂ ୟୁଜରମାନେ ଏହି ଓ୍ଵାଚ୍‌କୁ ନିଜ ଫୋନରୁ ଏକ app ଦ୍ୱାରା କଂଟ୍ରୋଲ କରିପାରିବେ । ଫଳରେ ୟୁଜର୍ସ ନିଜ ପସନ୍ଦ ଓ ଷ୍ଟାଇଲ ଅନୁଯାୟୀ ନିଜର ଓ୍ଵାଚ୍ର ବ୍ୟାଣ୍ଡକୁ କଲର କଷ୍ଟମାଇଜ୍ କରିପାରିବେ ।

ପାଟେଣ୍ଟରେ କୁହାଯାଇଛି ଯେ ଓ୍ଵାଚ୍ର ବ୍ୟାଣ୍ଡରେ ଇଲେକଟ୍ରୋକୋମିକ ଏଲିମେଣ୍ଟସ ଫିଚର ରହିଛି, ଯାହା ଏହାର କଲର ଏବଂ ଓପାସିଟିକୁ ଆଡଜଷ୍ଟ କରିପାରିବ । ଓ୍ଵାଚ ବ୍ୟାଣ୍ଡରେ ତିନି ଷ୍ଟ୍ରାଇପର ଡିଜାଇନ୍ ରହିବ ଏବଂ ପ୍ରତ୍ୟେକ ଷ୍ଟାଇପର କଲରକୁ ଅଲଗା ଅଲଗା କରି ଆଡଜଷ୍ଟ କରିହେବ। ଏହାସହ ପେଟେଣ୍ଟରେ କୁହାଯାଇଛି ଯେ ଓ୍ଵାଚ୍ ବ୍ୟାଣ୍ଡସକୁ ଆଡଜଷ୍ଟ କରାଯାଉଥିବା କଲର କଣ୍ଟ୍ରୋଲ ଫିଚର ଉପଲବ୍ଧ କରାଯିବ ଯାହା ଦ୍ୱାରା ଆପଣ ବିନା ଓ୍ଵାଚ୍ ବ୍ୟାଣ୍ଡକୁ ବାହାର କରି ବା ବଦଳାଇ ବି କଲର କମ୍ବିନେସନ୍ ପରିବର୍ତନ କରିପାରିବେ ।

ୟୁଜର୍ସ ଏକ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ଓ୍ଵାଚ୍ ବ୍ୟାଣ୍ଡର ଗୋଟିଏ ଏବଂ ଅଧିକ କଲର୍ସକୁ କଣ୍ଟ୍ରୋଲ, ସିଲେକ୍ଟ ଏବଂ ଆଡଜଷ୍ଟ କରିପାରିବେ। କଲରକୁ ଆପଲ୍ ଓ୍ଵାଚ୍ ଜରିଆରେ ଆପଣ ଚୟନ କରିପାରିବେ ଏବଂ ମ୍ୟାନେଜ କରିପାରିବେ ।

ନିକଟରେ ବିନା ଛୁଞ୍ଚିରେ ବ୍ଲଡ ଗ୍ଲୁକୋଜ୍ ମନିଟରିଙ୍ଗ୍ କରିବାର ଫିଚର ଡେଭଳପ୍ କରି ଆପଲ ଖୁବ ଚର୍ଚାରେ ଅଛି । ତେବେ ଯଦି ଏହି କଲର changing feature ପ୍ରକୃତରେ ଆପଲ ଲଞ୍ଚ୍‌ କରେ ତେବେ ଏହା ୟୁଜର ଙ୍କର ପ୍ରଥମ ପସନ୍ଦ ହେବ ନିଶ୍ଚୟ । ଆଉ ବହୁତ ଲୋକପ୍ରିୟତା ବି ହାସଲ କରିବ । କାହିଁକିନା ଲୋକମାନଙ୍କୁ ଆଉ ନିଜ ଆଉଟଫିଟ ଅନୁଯାୟୀ ବ୍ୟାଣ୍ଡ କଲର ଚେଞ୍ଜ୍ କରିବାକୁ ଦରକାର ପଡିବନି । ଆଉ ଯଦି ଏପରି ହୁଏ ନିହାତି ଭାବେ ଏହା ଗେମ ଚେଞ୍ଜର ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.