ପିଲାଙ୍କ ପାଇଁ ଲଞ୍ଚ୍‌ ହେଲା ଏହି ଖାସ୍‌ ଆପ୍‌, ମା’-ବାପାଙ୍କୁ ମେସେଜ୍‌ ବିନା ଖୋଲିବ ନାହିଁ ଫୋନ୍‌ ଲକ୍‌

ଆଜିକାଲି ସ୍ମାର୍ଟଫୋନ୍‌ ପଛରେ ପିଲା ହୁଅନ୍ତି କି ବୁଢ଼ା, ସମସ୍ତେ ଧାଇଁଛନ୍ତି। ଏପରି କି, ସାର୍ବଜନୀନ ସ୍ଥାନରେ କୌଣସି ଅଘଟଣ ଘଟିଲେ ବି ଲୋକେ ଦୃଶ୍ୟ ଦେଖିବା ବଦଳରେ ନିଜ ମୋବାଇଲ୍‌ ଫୋନ୍‌ ଦେଖିଥାଆନ୍ତି। ତେବେ ଏହାରି ଭିତରେ ସ୍ମାର୍ଟଫୋନ୍‌ର ସବୁଠାରୁ ଅଧିକ ପ୍ରଭାବ ଛୋଟ ଛୁଆଙ୍କ ଉପରେ ପଡ଼ିଥାଏ। ଅଧିକ ମାତ୍ରାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାରେ ପିଲାଙ୍କ ଆଖି ମଧ୍ୟ ଖରାପ ହୋଇଯାଇପାରେ। ତେଣୁ ଏହାକୁ ନଜରରେ ରଖି ବ୍ରିଟେନ୍‌ର ନିକ୍‌ ହର୍ବଟ ନାମକ ବ୍ୟକ୍ତି ଛୋଟ ଛୁଆଙ୍କ ଲାଗି ଏକ ନୂଆ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିଛନ୍ତି। ଏହା ମା’ ବାପାକୁ ନ ଜଣାଇ ପିଲାକୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଦେବନାହିଁ। ଆସନ୍ତୁ ଜାଣିବା ଏହି ଆପ୍‌ ବିଷୟରେ।

ଏହାସହ ପଢ଼ନ୍ତୁ: ୫ଜି ପରେ ଏବେ ୬ଜି ଟେକ୍ନୋଲୋଜି ଉପରେ କାମ ଆରମ୍ଭ କଲା ଏହି ଦେଶ, ୧୦୦୦ ଗୁଣା ଅଧିକ ସ୍ପୀଡ୍‌ରେ ସେବା ପାଇବେ ଗ୍ରାହକ

phone

ନିକ୍‌ RespondASAP ନାମକ ଆପ୍‌ ପ୍ରସ୍ତୁତ କରିଛନ୍ତି। ଏହି ଆପ୍‌ ଜରିଆରେ ମା’, ବାପା ନିଜ ପିଲାଙ୍କ ଉପରେ ନଜର ରଖିପାରିବେ। ପିଲା କେତେ ସମୟ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛି, ତାହା ବି ଜାଣିପାରିବେ। ଫୋନ୍‌ରେ ଏହି ଆପ୍‌ ଏକ ଫିଚର ଅଟେ। ଯେତେବେଳେ ପିଲା ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଚାହିଁବ, ସେହି ସମୟରେ ତା’ ମା’, ବାପାଙ୍କ ପାଖକୁ ଏକ ମେସେଜ୍‌ ଯିବ। ଏହାପରେ ସ୍ମାର୍ଟଫୋନ୍‌ ଅନ୍‌ଲକ୍‌ ହୋଇଯିବ।

phone2

ଏହାସହ ପଢ଼ନ୍ତୁ: ପ୍ରଦୂଷଣରୁ ବଞ୍ଚାଇବ ହେଲ୍‌ମେଟ, ଏୟାର୍‌ ପ୍ୟୁରିଫାୟର ଭଳି କରିବ କାମ

ଏହି ଆପ୍‌ର ଖାସ୍‌ କଥା ହେଉଛି, ଯଦି ଫୋନ୍‌ ସାଇଲେଣ୍ଟ୍‌ ମୋଡ୍‌ରେ ଅଛି, ତା’ହେଲେ ମେସେଜ୍‌ ଆସିବାରେ ଆଓ୍ଵାଜ୍‌ ଆସିବ। ମେସେଜ୍‌ ରିସିବ୍‌ ହେବାର ଆଓ୍ଵାଜ୍‌ ସେ ପଯ୍ୟର୍ନ୍ତ ଆସୁଥିବ, ଯେ ପଯ୍ୟର୍ନ୍ତ ପିଲା ଉକ୍ତ ମେସେଜ୍‌କୁ ରିପ୍ଲାଏ ନ ଦେବ। ଏହାଛଡ଼ା ମା’, ବାପା ସେମାନଙ୍କ ନିଜ ଫୋନ୍‌ରେ ମଧ୍ୟ ପିଲା ସ୍ମାର୍ଟଫୋନ୍‌ରେ କ’ଣ କ’ଣ କରୁଛି, ତାହା ଦେଖିପାରିବେ। କେବଳ ଏତିକି ନୁହେଁ, ଯେକୌଣସି ସମୟରେ ମା’, ବାପା ଚାହିଁଲେ ପିଲା ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌କୁ ଲକ୍‌ କରିପାରିବେ। RespondASAP ଆପ୍‌ ବର୍ତ୍ତମାନ ଆଣ୍ଡ୍ରୋଏଡ୍‌ ଡିଭାଇସ୍‌ ପାଇଁ ହିଁ ଉପଯୁକ୍ତ ରହିଛି। ଖୁବ୍‌ଶୀଘ୍ର ଏହାକୁ ଆଇଓଏସ୍‌ ପାଇଁ ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.