ମିଡ଼ିଆରେ ପ୍ରତିକ୍ରିୟା ପରେ ଭାଇରାଲ ହେଲା ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ, ଚର୍ଚ୍ଚାରେ ସୋସିଆଲ ମିଡ଼ିଆ ସେନ୍ସେସନ

ସୋସିଆଲ ମିଡ଼ିଆ ଦ୍ୱାରା ରାତାରାତି ସୁପରଷ୍ଟାର ବନିଥିବା ରାନୁ ମଣ୍ଡଳଙ୍କର ପୂର୍ବ ଭିଡିଓରେ ସେ ମିଡ଼ିଆ ଉପରେ ରାଗୁଥିବାର ଦୃଶ୍ୟ ନଜରକୁ ଆସିଥିଲା । ଯଦିଓ କିଛିଦିନ ତଳେ ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ଜଣେ ଫ୍ୟାନ ରାନୁ ମଣ୍ଡଳଙ୍କୁ ଛୁଇଁ ଦେଇଥିବାରୁ ସେ ସେଠାରେ ହଙ୍ଗାମା କରିଦେଇଥିଲେ । ଏହି ଘଟଣା ପରେ ରାନୁ ମଣ୍ଡଳଙ୍କୁ ଯେତେବେଳେ ଏନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ମିଡ଼ିଆକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେବେ ନିକଟରେ ସୋସିଆଲ ମିଡ଼ିଆର ସେନ୍ସେସନ ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଏହି ଭିଡିଓରେ ରାନୁ ମଣ୍ଡଳ ସଲମାନ ଖାନଙ୍କ ଏକ ଫିଲ୍ମର ଗୀତ ଗାଉଥିବା ଦେଖିବାକୁ ମିଳିଛି ।
ରାନୁ ମଣ୍ଡଳଙ୍କର ଏହି ଭିଡିଓକୁ ମିମ ଫ୍ୟାକ୍ଟ୍ରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ଏହି ଭିଡିଓରେ ରାନୁ ମଣ୍ଡଳ ସଲମାନ ଖାନଙ୍କର ସୁପରହିଟ ଫିଲ୍ମ ‘ଚୋରି ଚୋରି ଚୁପକେ ଚୁପକେ’ର ‘ଦିୱାନା ହେ ୟେ ମନ’ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାନୁ ମଣ୍ଡଳଙ୍କର ଏହି ଭିଡିଓ ବହୁତ ପୁରୁଣା ଅଟେ ଯାହାକି ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଲୋକମାନେ ଏହା ଉପରେ ଖୁବ କମେଣ୍ଟ ଦେଉଛନ୍ତି ।
ଏହାସହ ପଢନ୍ତୁ କରିନା କପୁରଙ୍କୁ ପଚରାଗଲା ‘କପୁର ୟା ଖାନ’ ଉତ୍ତରରେ ଅଭିନେତ୍ରୀ ରଖିଲେ ଏପରି ମତ, ଦେଖନ୍ତୁ ଭିଡିଓ
ଏଠାରେ କହିରଖିବାକୁ ଚାଁହୁଛୁ ଯେ ଲତା ମଙ୍ଗେସକରଙ୍କର ଏକ ଗୀତ ‘ଏକ ପ୍ୟାର କି ନଗମା ହେ’ କୁ ଷ୍ଟେସନରେ ଗାଉଥିବା ରାନୁ ମଣ୍ଡଳ ସୋସିଆଲ ମିଡ଼ିଆ ଜରିଆରେ ରାତାରାତି ସୁପରଷ୍ଟାର ବନି ଯାଇଥିଲେ । ତାଙ୍କ ସ୍ୱରରେ ପ୍ରଭାବିତ ହୋଇ ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ ।