Paytm KYC ମାଧ୍ୟମରେ ହେଉଥିବା ଠକେଇରୁ ଏହି ଉପାୟରେ ନିଜକୁ ଦୂରେଇ ରଖନ୍ତୁ

ଦିନକୁ ଦିନ ଦେଶରେ ଅନଲାଇନ କିଣାବିକା କାରବାର ବଢ଼ିବାରେ ଲାଗିଛି । ଯେଉଁ ଅନୁପାତରେ ଏହି କାରବାର ବଢୁଛି ସେହି ଅନୁପାତରେ ଠକେଇ କାରବାର ମଧ୍ୟ ବଢ଼ିବାରେ ଲାଗିଛି । କେବେ କେବେ ଅନଲାଇନ ଭେରିଫିକେସନ ମାମଲାରେ ତ କେବେ କେବେ ପେମେଣ୍ଟ ମାମଲାରେ ଠକେଇ କାରବାର ବଢ଼ିବାରେ ଲାଗିଛି । କିନ୍ତୁ ଯଦି ଆପଣ ସାମାନ୍ୟ ସାବଧାନ ଅବଲମ୍ବନ କରିବେ ତ ନିଶ୍ଚିତ ରୂପେ ଏହି ସାଇବର ଠକ ମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ । ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ପେଟିଏମର ବ୍ୟବହାର କରୁଛନ୍ତି ତେବେ ନିଶ୍ଚିତ ରୂପେ ବେଳ ଥାଉ ଥାଉ ସତର୍କ ହୋଇଯିବା ଆବଶ୍ୟକ । ସାଇବର ଠକ ପ୍ରଥମେ ଆପଣଙ୍କୁ ଫୋନ କରିବ ଓ ନିଜକୁ ପେଟିଏମ କର୍ମଚାରୀର ପରିଚୟ ଦେଇ କହିବ ଯେ ଆପଣଙ୍କ ପେଟିଏମ KYCର ଅବଧି ସରିଯାଇଛି ।

paytm

ଏହାକୁ ତୁରନ୍ତ ଅପଡେଟ କରାଇ ନିଅନ୍ତୁ ନଚେତ ଆପଣଙ୍କ ପେଟିଏମ ଅବଧି ସରିଯିବ । ପରେ ଆପଣଙ୍କ ଶହ କଥାବାର୍ତ୍ତା କରି ଏକ ଆପ ଡାଉନଲୋଡ଼ କରିବା ପାଇଁ କହିବ । ଯେତେବେଳେ ଆପଣ ଆପ ଡାଉନଲୋଡ଼ କରିବାକୁ ଲାଗିବେ ଆପଣଙ୍କ ଡିଟେଲସ ତାଙ୍କ ନିକଟରେ ପହଞ୍ଚିଯିବ । ଏହା ପରେ ସେ ଆପଣଙ୍କୁ ନିଜ ପେଟିଏମ ଖାତାରେ ଏକ ଟଙ୍କା କି ଦଶ ଟଙ୍କା ଭର୍ତ୍ତି କରିବାକୁ କହିବ । ଯେମିତି ଆପଣ ଟଙ୍କା ଭର୍ତ୍ତି କରିବେ ଆପଣଙ୍କ ଆକାଉଣ୍ଟରୁ ବାକି ଟଙ୍କା ତାଙ୍କ ଖାତାକୁ ପଳେଇଯିବ ।

ଏହା ସହ ପଢନ୍ତୁ: ଏବେ ଏହି ଆପ୍‌ ସାହାଯ୍ୟରେ ଆପଣଙ୍କ ଫୋନ୍‌ ରହିବ ସୁରକ୍ଷିତ, ପ୍ରତି ଥର ବଦଳିଥାଏ ପାସଓ୍ଵାର୍ଡ

ଏମିତି ରୁହନ୍ତୁ ସାବଧାନ:

-ଯଦି କେହି ଆପଣଙ୍କୁ ନିଜ ପେଟିଏମ KYC ଅପଡେଟ କରିବାକୁ ଫୋନ କରୁଛି ତେବେ ନିଶ୍ଚିତ ରୂପେ ତାଠାରୁ ସତର୍କ ହୋଇ ରୁହନ୍ତୁ ।

-କେହି ଅଜଣା ଲୋକ କହିବା ଅନୁଯାୟୀ କୌଣସି ଆପ ଡାଉନ ଲୋଡ଼ କରନ୍ତୁ ନାହିଁ । କାରଣ ଆପ ମାଧ୍ୟମରେ ଆପଣଙ୍କ ଡିଟେଲସ ଅଜଣା ଲୋକ ପାଖରେ ପହଞ୍ଚିଯାଏ ।

 

-ଆଉ ସବୁବେଳେ ମନେ ରଖିବେ ଫୋନ କଲ ମାଧ୍ୟମରେ କୌଣସି କମ୍ପାନୀ ଭେରିଫିକେସନ କରେନାହିଁ ।

-KYC ପାଇଁ ପେଟିଏମ ସର୍ବଦା ନିଜ ପ୍ରତିନିଧି ମାନଙ୍କୁ ହିଁ ପଠେଇ ଥାଏ । ଆଉ ସେହି ପ୍ରତିନିଧି ମାନଙ୍କ ପୁରା ଡିଟେଲସ ଆପଣ ମାନଙ୍କୁ ଏସଏମଏସ ମାଧ୍ୟମରେ ଜଣାଯାଇଥାଏ ।

-KYC ଫର୍ମ ଭରିବା ପାଇଁ ଆସିଥିବା ପ୍ରତିନିଧିଙ୍କ ପରିଚୟ ପତ୍ର ଦେଖି ଓ ତାଙ୍କ ଫୋନ ନମ୍ବର ମିଶାଇ ପରିଚୟ ପତ୍ର ପୂରଣ କରନ୍ତୁ ।

-ଦିନକୁ ଦିନ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ପେଟିଏମ ତରଫରୁ ନିଜ ଗ୍ରାହକ ମାନଙ୍କ ପାଇଁ ସତର୍କତା ଜାରି କରାଯାଇଛି । ଏଥିପାଇଁ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଖକୁ ସତର୍କ ମେସେଜମାନ ମଧ୍ୟ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.