Below header

ଫିଲ୍ମକୁ ଆସିବା ପୂର୍ବରୁ ବେକେରୀ ଦୋକାନରେ କାମ କରୁଥିଲେ ଏହି ଅଭିନେତା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ମୁନ୍ନାଭାଇ ଏମ୍‌ବିବିଏସ୍‌, ଥ୍ରୀ ଇଡିୟଟ୍‌ସ, ଜଲି ଏଲ୍‌ଏଲ୍‌ବି ଏବଂ ସଞ୍ଜୁ ଭଳି ଫିଲ୍ମରେ ଉଚ୍ଚକୋଟିର ଅଭିନୟ କରିଥିବା ଅଭିନେତା ବୋମନ ଇରାନୀଙ୍କ ଜନ୍ମ ୨ ଡିସେମ୍ବର ୧୯୫୯ରେ ମୁମ୍ବାଇରେ ହୋଇଥିଲା। ସେ ୪୨ ବର୍ଷ ବୟସରେ ଫିଲ୍ମରେ ଡେବ୍ୟୁ କରିଥିଲେ। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ ବୋମନ୍‌ଙ୍କୁ ଫଟୋଗ୍ରାଫିରେ ବହୁତ ସଉକ ରହିଛି। ଯେତେବେଳେ ସେ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେତେବେଳେ ସେ ସ୍କୁଲରେ ହେଉଥିବା କ୍ରିକେଟ ମ୍ୟାଚ୍‌ର ଫଟୋ ଉଠାଉଥିଲେ। ଏଥିପାଇଁ ତାଙ୍କୁ କିଛି ପଇସା ମଧ୍ୟ ମିଳୁଥିଲା।

bo2

ବୋମନ୍‌ ପ୍ରଥମ ଥର ପ୍ରଫେଶନାଲ୍‌ ଭାବେ ପୁଣେରେ ଏକ ବାଇକ୍‌ ରେସ୍‌ର ଫଟୋଗ୍ରାଫି କରିଥିଲେ। ଏହାପରେ ତାଙ୍କୁ ମୁମ୍ବାଇରେ ହୋଇଥିବା ବକ୍ସିଂ ଓ୍ଵାର୍ଲ୍ଡ କପ୍‌କୁ କଭର କରିବାର ମଉକା ମିଳିଥିଲା। ସେ ମୁମ୍ବାଇର ମିଠିବାଈ କଲେଜରୁ ନିଜ ଗ୍ରାଜୁଏଶନ ପୂରଣ କରିଥିଲେ। ପାଠପଢ଼ା ଶେଷ ପରେ ସେ ହୋଟେଲ ତାଜ୍‌ରେ ୨ ବର୍ଷ କାମ କରିଥିଲେ। ସେ େଓ୍ଵଟର ଏବଂ ରୁମ୍‌ ସର୍ଭିସ୍‌ ଷ୍ଟାଫ୍‌ ଥିଲେ।

ଏହାସହ ପଢ଼ନ୍ତୁ: ଏ ହେଉଛନ୍ତି ଉଦିତ୍‌ ନାରାୟଣଙ୍କ ପ୍ରଥମ ସ୍ତ୍ରୀ, ପରେ ମୁମ୍ବାଇ ଆସି ଉଦିତ୍‌ କରିଥିଲେ ଦ୍ୱିତୀୟ ବିବାହ

କିଛି କାରଣ ଯୋଗୁ ତାଙ୍କୁ ସେହି ଚାକିରି ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ନିଜ ପରିବାର ଲୋକଙ୍କ ସହିତ କାମରେ ଲାଗିଥିଲେ। ବୋମନ୍‌ ନିଜ ମା’ଙ୍କ ସହ ବେକେରୀ ଦୋକାନରେ ୧୪ ବର୍ଷ ଧରି କାମ କରିଥିଲେ। ହଠାତ୍‌ ଦିନେ କୋରିଓଗ୍ରାଫର ଶ୍ୟାମକ ଡାବରଙ୍କ ସହିତ ତାଙ୍କର ଦେଖା ଦେଇଥିଲା। ଶ୍ୟାମକ ତାଙ୍କୁ ଥିଏଟରରେ କାମ କରିବାକୁ ପରାମର୍ଶ ଦେଇଥିଲେ।

bo3

ଏହାସହ ପଢ଼ନ୍ତୁ: ବହି ଉପରେ ଠିଆ ହୋଇ ଫଟୋ ଉଠାଇଲେ ଏହି ଗାୟିକା, ଭାରତୀୟ ଫ୍ୟାନ୍‌ ହେଲେ ନାରାଜ

ବୋମନ୍‌ଙ୍କୁ ଅଧିକାଂଶ କମେଡି ଫିଲ୍ମ ହିଁ ମିଳୁଥିଲା। ସେ ପାର୍ସୀ ଥିଲେ, ତେଣୁ ତାଙ୍କ ଦ୍ୱାରା ଅଭିନୀତ ଚରିତ୍ର ମଧ୍ୟ ପାର୍ସୀ ହିଁ ହେଉଥିଲେ। ଧୀରେ ଧୀରେ ସେ ଥିଏଟର ଦୁନିଆରେ ନିଜର ଏକ ଅଲଗା ପରିଚୟ ବନାଇଲେ। ଅଳ୍ପ ବହୁତ ସଂଘର୍ଷ ପରେ ତାଙ୍କୁ ୨୦୦୧ରେ ଦୁଇଟି ଇଂଲିଶ ଫିଲ୍ମ ‘Every Badi Sage I’m Fine’ ଏବଂ ‘Let’s Talk’ ମିଳିଥିଲା। ବର୍ଷ ୨୦୦୩ରେ ବୋମନ୍‌ଙ୍କୁ ଫିଲ୍ମ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ରୁ ପରିଚୟ ମିଳିଥିଲା। ବୋମନ୍‌ ଏ ପଯ୍ୟର୍ନ୍ତ ୫୦ରୁ ଅଧିକ ଫିଲ୍ମ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.