Below header

ମାର୍କେଟକୁ ଆସିଲା ସବୁଠାରୁ ଷ୍ଟ୍ରଙ୍ଗ୍‌ ସ୍ମାର୍ଟଫୋନ, କ୍ୟାମେରା ବି ରହିଛି ଦମଦାର

ଏହି ଫୋନର ନାମ ହେଉଛି Doogee V30 Pro । ଏହି ଫୋନରେ ୨୦୦ MP ପ୍ରାଇମେରୀ କ୍ୟାମେରା, ୫୧୨ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ଏବଂ ରଗ୍ଡ ଡିଜାଇନ୍ ମିଳିଥାଏ । ଏହି ଫୋନ୍ ମିଡିଆ ଟେକ୍ ଡାଇମେନସିଟି ୭୦୫୦ ଚିପସେଟ୍ ଏବଂ ଆଣ୍ଡ୍ରଏଡ୍ ୧୩ରେ ଚାଲିଥାଏ ।

Rugged Smartphone ପ୍ରସ୍ତୁତ କରିବା ପାଇଁ ପ୍ରସିଦ୍ଧ କମ୍ପାନୀ Doogee ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହା ଦମଦାର ଫିଚର ସହିତ ଆସୁଛି । ଏହି ଫୋନର ନାମ ହେଉଛି Doogee V30 Pro । ଏହି ଫୋନରେ ୨୦୦ MP ପ୍ରାଇମେରୀ କ୍ୟାମେରା, ୫୧୨ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ଏବଂ ରଗ୍ଡ ଡିଜାଇନ୍ ମିଳିଥାଏ । ଏହି ଫୋନ୍ ମିଡିଆ ଟେକ୍ ଡାଇମେନସିଟି ୭୦୫୦ ଚିପସେଟ୍ ଏବଂ ଆଣ୍ଡ୍ରଏଡ୍ ୧୩ରେ ଚାଲିଥାଏ । ଆସନ୍ତୁ ଜାଣିବା Doogee V30 Proର ଦାମ ଓ ଫିଚର କଣ ରହିଛି ।

Doogee ଏହାର ମଜବୁତ ଡିଭାଇସଗୁଡ଼ିକ ମାଧ୍ୟମରେ ନିଜର ପରିଚୟକୁ ଅଧିକ ଶକ୍ତିଶାଳୀ କରିଛି । V30 Pro ହେଉଛି V30 ସିରିଜର ଲାଟେଷ୍ଟ ଫୋନ୍ ଏବଂ ୧ ନଭେମ୍ବର ୨୦୨୩ରେ ଏହା ଲଞ୍ଚ ହେବ । ଏହା ହେଉଛି ପ୍ରଥମ V30 ସିରିଜ୍ ମଡେଲ୍ ଯେଉଁଥିରେ ୨୦୦MPର ମୁଖ୍ୟ କ୍ୟାମେରା ରହିଛି ଏବଂ ୬.୫୮ଇଞ୍ଚର ଡିସପ୍ଲେ ସହ ୧୨୦Hz FHD + IPS ପ୍ୟାନେଲ୍ ଫିଚର ରହିଛି । ଏହି ସ୍ମାର୍ଟଫୋନ୍ ୱାଇ-ଫାଇ ୬ କନେକ୍ଟିଭିଟିକୁ ସପୋର୍ଟ କରେ ଏବଂ ସାଇଡ୍-ମାଉଣ୍ଟ୍ ଫିଙ୍ଗର ପ୍ରିଣ୍ଟ ରିଡର୍ ସହିତ ଆସିଥାଏ ।

V30 Pro ଡୁଆଲ୍ 5G ସିମକୁ ସପୋର୍ଟ କରେ, ଯାହାର ଅର୍ଥ ହେଉଛି ଆପଣ ଏକା ସମୟରେ ଦୁଇଟି 5G ନେଟୱାର୍କ ବ୍ୟବହାର କରିପାରିବେ । ଏଥିରେ ୩୨MP ସେଲଫି କ୍ୟାମେରା ରହିଛି, ଯାହା ହାଇ କ୍ୱାଲିଟି ସେଲଫି ନେବା ପାଇଁ ସାହାଯ୍ୟ କରେ । V30 Proରେ ୧୦,୮୦୦mAh ବ୍ୟାଟେରୀ ଅଛି, ଯାହା ଡିଭାଇସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବା ପାଇଁ ସାହାଯ୍ୟ କରିଥାଏ ।

Doogee ଏହାର ନୂଆ ସ୍ମାର୍ଟଫୋନ୍ V30 Pro ଲଞ୍ଚ କରିଛି, ଯାହାକି ଖାକି, ସିଲଭର ଏବଂ ବ୍ଲାକ୍ ରଙ୍ଗରେ ମିଳୁଛି । ଏହି ସ୍ମାର୍ଟଫୋନକୁ AliExpressରେ ପ୍ରି-ଅର୍ଡର କରି ପାରିବେ । ଆମେରିକାରେ V30 Pro ଦାମ୍‌ ୯୯୯ ଡଲାର କିନ୍ତୁ ସ୍ଥାନ ଉପରେ ନିର୍ଭର କରି ସ୍ମାର୍ଟଫୋନର ମୂଲ୍ୟ ଭିନ୍ନ ହୋଇପାରେ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.