ଆସିଲା ମହିଳା ASIଙ୍କ ମୃତ୍ୟୁର ଫରେନସିକ୍ ରିପୋର୍ଟ, ଅଧିକ ଉତ୍ତେଜିତ ହୋଇଥିବାରୁ ମୃତ୍ୟୁ ହୋଇଛି

ରାଉରକେଲା ଉଦିତନଗର ଥାନା ମହିଳା ASI ଅଲିସା ଲୁଗୁନଙ୍କ ମୃତ୍ୟୁର ଆସିଲା ଫରେନସିକ୍ ରିପୋର୍ଟ । ଡାକ୍ତରୀ ଟିମ୍ ଏବଂ ଏମ୍ସର ଫରେନସିକ୍ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଏକ୍ସାଇଟେଡ୍ ଡେଲିରିଅମରେ ତାଙ୍କର ମୃତ୍ୟୁ ହୋଇଛି।

ରାଉରକେଲା (କେନ୍ୟୁଜ): ରାଉରକେଲା ଉଦିତନଗର ଥାନା ମହିଳା ASI ଅଲିସା ଲୁଗୁନଙ୍କ ମୃତ୍ୟୁର ଆସିଲା ଫରେନସିକ୍ ରିପୋର୍ଟ । ଡାକ୍ତରୀ ଟିମ୍ ଏବଂ ଏମ୍ସର ଫରେନସିକ୍ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଏକ୍ସାଇଟେଡ୍ ଡେଲିରିଅମରେ ତାଙ୍କର ମୃତ୍ୟୁ ହୋଇଛି। ଏଏସଆଇଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ଏସପି କହିଛନ୍ତି । ଗତ ୧ ତାରିଖରେ ଡ୍ୟୁଟି ସମୟରେ ASI ଅଲିସା ଲୁଗୁନଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଖବର ଶୁଣି ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ ମହିଳା ଏଏସଆଇ ଅଲିସା ଲୁଗୁନ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ଅକ୍ଟୋବର ୨ରେ ରାଜା ଗୋଲ୍ଡ ବସ୍‌‌ ସୁନ୍ଦରଗଡ଼ ପଟରୁ ଆସୁଥିବା ବେଳେ କୋର୍ଟ ସମ୍ମୁଖରେ ଏକ କାରକୁ ଧକ୍କା ଦେଇ ରାଉରକେଲା ବସଷ୍ଟାଣ୍ଡ ଅଭିମୁଖେ ଦ୍ରୁତଗତିରେ ଚାଲିଯାଇଥିଲା। ପରେ ସ୍ଥାନୀୟ କିଛି ଯୁବକ ବସ୍‌‌ର ପିଛା କରି ରାଉରକେଲା ମହାନଗର ନିଗମ ଛକ ନିକଟରେ ଅଟକାଇବା ସହ ବସର କାଚ ଭଙ୍ଗାରୁଜା କରିଥିଲେ। ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲା। ପରେ ଅନ୍ୟ କେତେଜଣ ଯୁବକ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତେ ମିଶି ବସ ଚାଳକ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ପିସିଆର ଭ୍ୟାନରେ ଥିବା ଏଏସଆଇ ଲୁଗୁନ୍‌‌ ଜଣେ ଯୁବତୀ ସମେତ ଉତ୍ତେଜନା ସୃଷ୍ଟିକାରୀଙ୍କୁ ଥାନାକୁ ନେଇଥିଲେ। ଥାନାକୁ ନେବା ବାଟରେ ଏଏସଆଇ ଲୁଗୁନ୍‌‌ଙ୍କର ବାନ୍ତି ହେବା ସହ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ହାଇଟେକ୍‌‌ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

 

Leave A Reply

Your email address will not be published.