ମିଚେଲ ମାର୍ଶଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ଫ୍ୟାନ୍ସ, ଖୁସିରେ ଗଦଗଦ୍ ହୋଇପଡିଲେ ଖେଳାଳି
ଅଷ୍ଟ୍ରେଲିଆ ଶୁକ୍ରବାର ଦିନ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନକୁ ହରାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମର ମିଚେଲ ମାର୍ଶ ଏବଂ ଡେଭିଡ ଓ୍ଵାର୍ଣ୍ଣନର ଶତକୀୟ ପାରି ଖେଳିଥିଲେ । ଆଉ ଏହି ମ୍ୟାଚରେ ବେଙ୍ଗାଲୁରୁର ଜନତା ମାର୍ସଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । ଏହା ଦେଖି ମାର୍ଶ ଫ୍ୟାନ୍ସଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଉଛନ୍ତି ।

ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ନାହିଁ । ୫ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ହାରିଛି । ହେଲେ ବିଶ୍ୱକପରେ ଟିମ୍ ଧୀରେ ଧୀରେ କମବ୍ୟାକ୍ କରୁଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନକୁ ହରାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମର ମିଚେଲ ମାର୍ଶ ଏବଂ ଡେଭିଡ ଓ୍ଵାର୍ଣ୍ଣନର ଶତକୀୟ ପାରି ଖେଳିଥିଲେ । ଆଉ ଏହି ମ୍ୟାଚରେ ବେଙ୍ଗାଲୁରୁର ଜନତା ମାର୍ସଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ।
ବ୍ୟାଟିଂ କରିବା ପରେ ମାର୍ଶ ଯେତେବେଳେ ଫିଲ୍ଡିଂ କରିବାକୁ ଆସିଥିଲେ, ସେତେବେଳେ ଫ୍ୟାନ୍ସ ସେମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ବେଳେ ଦର୍ଶକେ ମାର୍ଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଦର୍ଶକେ ମାର୍ଶଙ୍କ ପାଇଁ ହାପି ବାର୍ଥ ଡେ ଗୀତ ଗାଉଛନ୍ତି । ଏହା ଦେଖି ମାର୍ଶ ଫ୍ୟାନ୍ସଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଉଛନ୍ତି । ମ୍ୟାଚ ଜିତି ମାର୍ସଙ୍କୁ ଟିମ୍ ଉପହାର ଦେଇଛି ।
Chinnaswamy crowds wishing Mitchell Marsh for a very happy birthday.
– This is so beautiful…!!! pic.twitter.com/rdGpCQeBlf
— CricketMAN2 (@ImTanujSingh) October 20, 2023
ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୬୮ ରନ ଲକ୍ଷ୍ୟ ଜବାବରେ ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ପ୍ୟାଟ୍ କମିନ୍ସ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ଅଷ୍ଟ୍ରେଲିଆ ଠାରୁ ୬୨ ରନରେ ପରାସ୍ତ ହୋଇ ଥିଲା । ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍ ହାରିବା ପରେ ପଏଣ୍ଟ ତାଲିକାର ୫ ନମ୍ବର ସ୍ଥାନକୁ ଖସି ଆସିଛି ପାକିସ୍ତାନ।