ନବରାତ୍ରି ସମୟରେ ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ଚଢାନ୍ତୁ ୧୬ ଶୃଙ୍ଗାର, ମିଳିବ ବିଶେଷ କୃପା

ଭାରତୀୟ ସଂସ୍କୃତି ରେ ନବରାତ୍ରି ପର୍ବ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମା' ଦୁର୍ଗାଙ୍କର ୧୬ ଶୃଙ୍ଗାର ବହୁତ ମହତ୍ୱ ରଖିଥାଏ । ଏହି ଅବସରରେ ରାୟପୁରର ପ୍ରସିଦ୍ଧ ମହାମାୟା ମନ୍ଦିରରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଯେଉଁଠାରେ ଭକ୍ତମାନେ ମା' ଦୁର୍ଗାଙ୍କୁ ୧୬ ଶୃଙ୍ଗାର ପ୍ରାଦନ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି ।

ନବରାତ୍ରି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ । ଦେବୀ ଦୁର୍ଗାଙ୍କର ଉପାସନା ପାଇଁ ଏହାକୁ ୯ ଦିନ ଧରି ଧୂମଧାମରେ ପାଳନ କରାଯାଏ । ନବରାତ୍ରୀରେ ମା’ଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଇଥାଏ । ଶକ୍ତି ଉପାସନାର ଏହି ଦିନରେ ଭକ୍ତମାନେ ମା’ଙ୍କ ବ୍ରତ ପୂଜା କରିଥାନ୍ତି । ଏହି ପର୍ବରେ ଗରବା ଏବଂ ଦାଣ୍ଡିଆ ଭଳି ଲୋକପ୍ରିୟ ନୃତ୍ୟ ମଧ୍ୟ କରାଯାଏ । ନବମୀରେ କନ୍ୟାପୂଜନ ସହ ଏହି ପର୍ବ ସମାପ୍ତ ହୋଇଥାଏ । ମାନ୍ୟତା ରହିଛି ଏହି ଦିନରେ ମା’ଙ୍କୁ ୧୬ ଶୃଙ୍ଗାର ଅର୍ପଣ କରିବା ଦ୍ୱାର ଘରେ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟର ବୃଦ୍ଧି ହୋଇଥାଏ ।

ନବରାତ୍ରୀରେ ମା’ ଦୁର୍ଗାଙ୍କୁ ୧୬ ଶୃଙ୍ଗାର ସହିତ ପୂଜା କରାଯାଏ । ଏହି ୧୬ ଶୃଙ୍ଗାର ମଧ୍ୟରେ ଲାଲ ଓଢଣୀ, ବିନ୍ଦି, ଚୁଡ଼ି, ଅତର, ସିନ୍ଦୁର, ମେହେନ୍ଦି, କାଜଲ ଆଦି ଶୃଙ୍ଗାର ଦ୍ରବ୍ୟ ରହିଥାଏ । ଯେଉଁ ନାରୀମାନେ ମା’ଙ୍କୁ ଏହି ୧୬ ଶୃଙ୍ଗାର ଅର୍ପଣ କରି ପୂଜା କରିଥାନ୍ତି, ସେମାନଙ୍କୁ ନିଜେ ମଧ୍ୟ ସେପରି ଭାବେ ଶୃଙ୍ଗାରରେ ସଜାଇ ହେବା ଉଚିତ । ଧାର୍ମିକ ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ମହିଳା ମାନଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ ଏବଂ ସେମାନଙ୍କ ସ୍ୱାମୀମାନେ ଦୀର୍ଘାୟୁ ହୋଇଥାନ୍ତି ।

ମହାମାୟା ମନ୍ଦିର ଛତିଶଗଡର ରାୟପୁରଠାରେ ଅବସ୍ଥିତ । ରାୟପୁରର ପୁରୁଣା ବସ୍ତିରେ ଥିବା ଏହି ମନ୍ଦିର ୧୪ ଶହ ବର୍ଷ ପୁରୁଣା ଅଟେ । ଏହି ମନ୍ଦିର ମା’ ଦୁର୍ଗାଙ୍କର ଅନ୍ୟ ଏକ ସ୍ୱରୂପ ମହାମାୟୀ ଦେବୀଙ୍କୁ ସମର୍ପିତ । ଏହି ମନ୍ଦିରରେ ନବରାତ୍ରି ସମୟରେ ବିଶେଷ ପୂଜାର ଆୟୋଜନ କରାଯାଏ । ଯେଉଁଥିରେ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଏହି ମନ୍ଦିର ଛତିଶଗଡର ପ୍ରମୁଖ ଧାର୍ମିକ ସ୍ଥାନ ଭାବେ ପରିଗଣିତ ହୋଇଥାଏ । କାରଣ ଏହା ଦେବୀଙ୍କର ବହୁ ପ୍ରାଚୀନ ମନ୍ଦିର ।

ଚଳିତ ବର୍ଷ ନବରାତ୍ରି ପାଇଁ ଏହି ମନ୍ଦିରକୁ ଅତି ସୁନ୍ଦର ଭାବରେ ସଜାଯାଇଛି । ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତ ଦେବୀ ମା’ଙ୍କୁ ପୂଜା କରିଥାନ୍ତି । ମନ୍ଦିର ନିକଟରେ ଏକ ସ୍ୱତନ୍ତ୍ର ଦୋକାନ ରହିଛି, ଯେଉଁଠାରେ ୧୬ ଶୃଙ୍ଗାରର ସମସ୍ତ ସାମଗ୍ରୀ ମିଳିଥାଏ । ଭକ୍ତମାନେ ଅତି କମ ଦାମରେ ଏହାକୁ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.