ଆଜି ନିଜ ଦେଶକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌, ୪ ବର୍ଷ ତଳେ ଦେଶ ଛାଡ଼ି ଚାଲିଯାଇଥିଲେ ଲଣ୍ଡନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ୪ ବର୍ଷ ପରେ ଆଜି ପାକିସ୍ତାନ ଫେରୁଛନ୍ତି। ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ। ନୱାଜ ସରିଫ୍‌ ପ୍ରଥମେ ଇସଲାମାବାଦ ଆସିବେ, ଏଠାରେ ୨ ଘଣ୍ଟା ରହିବା ପରେ ଲାହୋରରେ ପହଞ୍ଚିବେ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ୪ ବର୍ଷ ପରେ ଆଜି ପାକିସ୍ତାନ ଫେରୁଛନ୍ତି। ଗତ ୪ ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ। ନୱାଜ ସରିଫ୍‌ ପ୍ରଥମେ ଇସଲାମାବାଦ ଆସିବେ, ଏଠାରେ ୨ ଘଣ୍ଟା ରହିବା ପରେ ଲାହୋରରେ ପହଞ୍ଚିବେ।

କହି ରଖୁଛୁ, ଦୁଇ ଦିନ ତଳେ ନୱାଜ ସରିଫଙ୍କ ପାକିସ୍ତାନ ଫେରିବା କଥା ସ୍ପଷ୍ଟ ହୋଇଥିଲା। ଦୁଇଟି ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଅନ୍ୟ ଏକ ମାମଲାରେ ଜାରି ୱାରେଣ୍ଟକୁ କୋର୍ଟ ବାତିଲ କରି ଦେଇଥିଲେ।

୨୦୧୯ରେ ନୱାଜ ସରିଫଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଏହାପରେ ସେ ପାକିସ୍ତାନ ଛାଡି ବ୍ରିଟେନ ଚାଲି ଯାଇଥିଲେ। ପରେ ଅନେକ ଖବର ଆସିଛି ଯେ ସେ ନିଜ ଦେଶକୁ ଫେରୁଛନ୍ତି ଏବଂ ତାଙ୍କୁ ଗିରଫ କରି ନିଆଯାଇପାରେ। କିନ୍ତୁ ସେଭଳି କିଛି ହୋଇ ନ ଥିଲା। ହେଲେ ବର୍ତ୍ତମାନ ନୱାଜ ସରିଫ୍‌ ପାକିସ୍ତାନ ଫେରୁଛନ୍ତି।

ସୂଚନା ରହିଛି, ଶନିବାର ସନ୍ଧ୍ୟାରେ ଲାହୋରସ୍ଥିତ ମିନାର-ଏ-ପାକିସ୍ତାନରେ ନିଜ ଦଳ ‘ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ’ ଦ୍ୱାରା ଆୟୋଜିତ ଏକ ବିଶାଳ ରାଲିକୁ ସେ ସମ୍ବୋଧିତ କରିବେ।

ପଞ୍ଜାବ ଗୃହ ବିଭାଗ ଶୁକ୍ରବାର କହିଥିଲା ଯେ ମିନାର-ଏ-ପାକିସ୍ତାନ ରାଲିରେ ଯୋଗଦେବା ସମୟରେ ‘ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ’ର ସର୍ବୋଚ୍ଚ ନେତା ୭୩ ବର୍ଷୀୟ ନୱାଜ ସରିଫଙ୍କ ଜୀବନ ପ୍ରତି ବିପଦ ରହିଛି। ବିଭାଗ କହିଥିଲା, ସୁରକ୍ଷା ଏଜେନ୍ସି ତରଫରୁ ବିପଦ ସମ୍ପର୍କରେ ସୂଚନା ମିଳିବା ପରେ ପଞ୍ଜାବ ପୋଲିସକୁ ହାଇ ଆଲର୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.