ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ପରିବାରର ୫ ଜୀବନ

ଅଜଣା ଗାଡି ଧକ୍କାରେ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗ୍ରେଟର ନୋଏଡା ଯମୁନା ଏକ୍ସପ୍ରେସ ୱେରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଗ୍ରେଟର ନୋଏଡା ଯମୁନା ଏକ୍ସପ୍ରେସ ୱେର ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଜଣା ଗାଡି ସହିତ କାର ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହେବା ସହିତ ୩ ଜଣ ଗୁରୁତର ଆରମ୍ଭ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଯମୁନା ଏକ୍ସପ୍ରେସ ୱେରେ ଶୁକ୍ରବାର ରାତି ୧ ଟାରେ ରବୁପୁରା ଥାନା ଅନ୍ତର୍ଗତ ଜିରୋ ପଏଣ୍ଟ ଠାରୁ ୨୫ କିମି ଦୂରରେ ଏକ କାରକୁ ଅଜଣା ଗାଡି ପଛରୁ ଧକ୍କା ଦେଇଥିଲା । ଫଳରେ କାରଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଏଥିରେ ୮ ଜଣ ଲୋକ ଥିଲେ । ଯେଉଁଥିରେ ୫ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ କହିବା ଅନୁଯାୟୀ, ଭ୍ୟାନ୍‌ରେ ଥିବା ସମସ୍ତ ଲୋକ ଦିଲ୍ଲୀରୁ ଝାରଖଣ୍ଡ ଯାଉଥିଲେ । ଗ୍ରେଟର ନୋଏଡାରେ ଜେବର ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ମୃତକଙ୍କ ପରିଚୟ ଖୋଜି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.