ଗାଜାରେ ୯୦୦ ବର୍ଷ ପୁରୁଣା ଚର୍ଚ୍ଚ ଉପରେ ଆକ୍ରମଣ, ଇସ୍ରାଏଲ୍କୁ ଦାୟୀ କଲା ହମାସ୍
ଇସ୍ରାଏଲ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛି ହମାସ୍। ୯୦୦ ବର୍ଷ ପୁରୁଣା ଏକ ଚର୍ଚ୍ଚ ଉପରେ ଇସ୍ରାଏଲ୍ ଆକ୍ରମଣ କରିଥିବା ହମାସ ଅଭିଯୋଗ କରିଛି। ଏହି ଆକ୍ରମଣରେ ବହୁ ସଂଖ୍ୟକ ବିସ୍ଥାପିତ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ କହିଛି।
ଇସ୍ରାଏଲ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛି ହମାସ୍। ୯୦୦ ବର୍ଷ ପୁରୁଣା ଏକ ଚର୍ଚ୍ଚ ଉପରେ ଇସ୍ରାଏଲ୍ ଆକ୍ରମଣ କରିଥିବା ହମାସ ଅଭିଯୋଗ କରିଛି। ଏହି ଆକ୍ରମଣରେ ବହୁ ସଂଖ୍ୟକ ବିସ୍ଥାପିତ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ କହିଛି।
ହମାସ ଦ୍ୱାରା ନିୟନ୍ତ୍ରିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ବିଳମ୍ବିତ ରାତିରେ ଗାଜା ଷ୍ଟ୍ରିପରେ ଥିବା ଏକ ଗ୍ରୀକ୍ ଅର୍ଥଡକ୍ସ ଚର୍ଚ୍ଚ ପରିସରରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ପରିସରରେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନେକ ଏଥିରେ ଆହତ ମଧ୍ୟ ହୋଇଛନ୍ତି।
ହମାସ ଦ୍ୱାରା ପରିଚାଳିତ ଗାଜାର ଏକ ସରକାରୀ ମିଡିଆ କାର୍ଯ୍ୟାଳୟ ଶୁକ୍ରବାର କହିଛି ଯେ ମୃତକଙ୍କ ମଧ୍ୟରେ ୧୮ ଜଣ ହେଉଛନ୍ତି ଖ୍ରୀଷ୍ଟିଆନ ପାଲେଷ୍ଟାଇନୀୟ। ବିସ୍ଫୋରଣ ପରେ ଚର୍ଚ୍ଚରେ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦ୍ୱାଦଶ ଶତାବ୍ଦୀର ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏଠାରେ ଅନେକ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଗାଜା ବାସିନ୍ଦା ଆଶ୍ରୟ ନେଇଥିଲେ। ଏହି ଆକ୍ରମଣରେ ଚର୍ଚ୍ଚର ବାହ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାର୍ଶ୍ୱରେ ଥିବା କୋଠା ଭୁଶୁଡି ପଡ଼ିଛି। ଏଥିରେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଇସ୍ରାଏଲ ସେନା ଗାଜାର ଏକ ହସ୍ପିଟାଲ ଉପରେ ଆକ୍ରମଣ କରିଥିବା ହମାସ୍ ଅଭିଯୋଗ କରିଥିଲା।