ପାସପୋର୍ଟର ରଙ୍ଗ ଭିନ୍ନ ହେବା ପଛରେ ରହିଛି ବିଶେଷ କାରଣ, ଜାଣିବା ପାଇଁ ପଢ଼ନ୍ତୁ

ଭାରତରେ ଅନେକ ପ୍ରକାରର ପାସପୋର୍ଟ ରହିଛି। ବିଶେଷ କରି ଆମ ଦେଶରେ ୪ପ୍ରକାରର ପାସପୋଟ ର୍ ରହିଛି। ଯାହାର ବିଶେଷତ୍ୱ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଏଥିରେ କିଛି ପାସପୋର୍ଟ ଭିସା ମୁକ୍ତ ଯାତ୍ରା ସହ ଶୀଘ୍ର ହିଁ ଇମିଗ୍ରେସନ କରିବାରେ ସାହାଯ୍ୟ କରିଥାଏ। ଦେଶରେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଘରୋଇ କିମ୍ବା ଅନ୍ତରାଷ୍ଟ୍ରୀୟ ଯାତ୍ରା ପାଇଁ ଏହାର ଉପଯୋଗ କରିଥାନ୍ତି। ଏବେ କିନ୍ତୁ ମୋଟ ୩ଟି ପାସପୋର୍ଟ ବ୍ୟବହାର କରାଯାଉଛି। ଜାଣନ୍ତୁ ଏହା ପଛରେ ଥିବା କାରଣ।
ଭାରତରେ ପ୍ରତ୍ୟେକ ପାସପୋର୍ଟର ଗୁରୁତ୍ୱ ଅଧିକ ରହିଛି। ଏବେ ଦେଶରେ ୩ଟି ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଉଛି। ଏମାନଙ୍କ କାର୍ଯ୍ୟ ମଧ୍ୟ ଅଲଗା ରହିଛି। ଏମାନଙ୍କ ମଧ୍ୟରେ ନୀଳରଙ୍ଗର ପାସପୋର୍ଟ ସମ୍ପର୍କରେ ପ୍ରାୟତଃ ସମସ୍ତେ ଜାଣିଥିବେ। ଏହାପରେ ଏକ ମେରୁନ ରଙ୍ଗର ଏବଂ ୩ୟରେ ଧଳା ରଙ୍ଗରେ ପାସପୋର୍ଟ ରହିଛି।
ଭାରତର ସମସ୍ତ ସାଧାରଣ ନାଗରିକଙ୍କୁ ନୀଳ ରଙ୍ଗର ପାସପୋର୍ଟ ଦିଆଯାଇଛି। ଏହା କଷ୍ଟମ, ଇମିଗ୍ରେସନ ଅଧିକାରୀ ଏବଂ ବିଦେଶରେ ଅନ୍ୟ ଅଧିକାରିଙ୍କୁ ସାଧାରଣ ନାଗରିକ ଏବଂ ଭାରତରେ ଉଚ୍ଚ ର୍ୟାଙ୍କର ସରକାରୀ ଅଧିକାରୀଙ୍କ ମଧ୍ୟରେ ପ୍ରଭେଦ ଜଣାଇଥାଏ।
ଭାରତ ସରକାର ବହୁତ ଜନସଂଖ୍ୟା ପାଇଁ ନାରଙ୍ଗୀ ବା କମଳା ରଙ୍ଗର ପାସପୋର୍ଟ ପାଇଁ ନିର୍ଦ୍ଦେଶ ଜାରୀ କରିଥିଲେ। ଏହା ସେହି ଲୋକମାନଙ୍କୁ ଚିହ୍ନଟ କରାଏ ଯେଉଁମାନଙ୍କର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗ୍ୟତା ଥିବ । ଏଥିରେ ଶେଷ ପୃଷ୍ଠା ନଥାଏ ଯେଉଁଥିରେ ଧାରକଙ୍କ ପିତାଙ୍କନାମ, ସ୍ଥାୟୀ ଠିକଣା ଏବଂ ଅନ୍ୟ ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ। ଯେଉଁମାନଙ୍କ ଶୈକ୍ଷିକ ଯୋଗ୍ୟତା ନାହିଁ ସେମାନଙ୍କୁ ଇସିଆର ବା ଇମିଗ୍ରେସନ ଚେକ ଅନ୍ତର୍ଭୁକ୍ତ କରାଯାଇଥାଏ। ଏହା ଅର୍ଥ ଏମାନେ ଯଦି ବିଦେଶ ଯାତ୍ରା କରିବେ ତେବେ ଏମାନଙ୍କୁ କିଛି ନିୟମ ଫଲୋ କରିବାକୁ ହୋଇଥାଏ। କିନ୍ତୁ ଏଥିରେ ଅସୁବିଧା ଉପୁଜିବାରୁ ସରକାର ଏହି କାର୍ଡକୁ ବନ୍ଦ କରିଦେଇଛନ୍ତି।
ଭାରତୀୟ ରାଜନେତା ତଥା ବରିଷ୍ଠ ସରକାରି ଅଧିକାରୀଙ୍କୁ ମେରୁନ ପାସପୋର୍ଟ ଦିଆଯାଇଥାଏ। ଉଚ୍ଚ ଗୁଣବତା ପାଇଁ ପାସପୋର୍ଟ କୁ ନେଇ ଅଲଗା ଆବେଦନ କରାଯାଇଥାଏ। ଏହାଦ୍ୱାରା ବିଦେଶ ଯାତ୍ରା ସମୟରେ ଅନେକ ଲାଭ ମିଳିଥାଏ। ଏହାସହିତ ବିଦେଶ ଯାତ୍ରା ପାଇଁ ଭିସାର ଆବଶ୍ୟକତା ପଡ଼ିନଥାଏ।
ତେବେ ସବୁ ଭିତରୁ ଧଳା ପାସପୋର୍ଟ ସବୁଠୁ ଶକ୍ତିଶାଳୀ ପାସପୋର୍ଟ । ସରକାରୀ ଅଧିକାରୀ ଧଳା ପାସପୋର୍ଟର ଅଧିକାରୀ ହୋଇଥାନ୍ତି। କାମ ପାଇଁ ବିଦେଶ ଯାତ୍ରା କରିବାକୁ ଅନୁମତି ମିଳିଥାଏ। ଏହାଦ୍ୱାରା ଅଧିକାରୀଙ୍କୁ ଚିହ୍ନିବା ସହଜ ହୋଇଥାଏ।