ଖୁବଶୀଘ୍ର ଭାରତରେ ଲଞ୍ଚ ହେବ OnePlusର ଏହି ଦମଦାର ଫୋନ, ଅପେକ୍ଷାରେ ମୋବାଇଲ ପ୍ରେମୀ

OnePlus Nord 3 5G କୁ ଅଲର୍ଟ ସ୍ଲାଇଡର ବଟନ ସହିତ ଲଞ୍ଚ କରାଯିବ । ଏହା ବ୍ୟତୀତ ଫୋନରେ ଫ୍ଲାଟ ଡିସପ୍ଲେ ମିଳିବ । ଏହି ଫୋନ ମିଷ୍ଟି ଗ୍ରୀନ ଏବଂ ଟେମ୍ପଟେଷ୍ଟ କଲର ରେ ଲଞ୍ଚ ହୋଇପାରେ । Nord 3 ସହିତ ୬.୭୪ ଇଞ୍ଚର ଫୁଲ ଏଚ୍‌ଡି ପ୍ଳସ ଏମୋଲେଡ ଡିସପ୍ଲେ ମିଳିବ ଯାହାର ରିଫ୍ରେସ ରେଟ 120Hz ହେବ ।

ମୋବାଇଲ ପ୍ରେମୀମାନଙ୍କ ପାଇଁ ଆସିଛି ଖୁସିଖବର । OnePlus ଭାରତୀୟ ବଜାରରେ OnePlus Nord 3 5G, OnePlus Nord CE 3 5G, OnePlus Nord Buds 2r ଏବଂ OnePlus BWZ2 ANC ର ଲଞ୍ଚିଙ୍ଗ ନେଇ ସୂଚନା ଦେଇଛି । ଏହି ୪ଟି ପ୍ରଡକ୍ଟ ୫ ଜୁଲାଇରେ ଭାରତରେ ଲଞ୍ଚ ହେବ । OnePlus BWZ2 ANC କମ୍ପାନୀର ନୂଆ ଇୟରବଡ୍ସ ହୋଇପାରେ । OnePlus ର ଏହି ସମସ୍ତ ପ୍ରଡକ୍ଟ ଭାରତରେ ୫ ଜୁଲାଇ ସନ୍ଧ୍ୟା ୭.୩୦ରେ ଲଞ୍ଚ କରାଯିବ ବୋଲି ଜଣା ପଡ଼ିଛି ।

ତେବେ OnePlus Nord 3 5G କୁ ଅଲର୍ଟ ସ୍ଲାଇଡର ବଟନ ସହିତ ଲଞ୍ଚ କରାଯିବ । ଏହା ବ୍ୟତୀତ ଫୋନରେ ଫ୍ଲାଟ ଡିସପ୍ଲେ ମିଳିବ । ଏହି ଫୋନ ମିଷ୍ଟି ଗ୍ରୀନ ଏବଂ ଟେମ୍ପଟେଷ୍ଟ କଲର ରେ ଲଞ୍ଚ ହୋଇପାରେ । Nord 3 ସହିତ ୬.୭୪ ଇଞ୍ଚର ଫୁଲ ଏଚ୍‌ଡି ପ୍ଳସ ଏମୋଲେଡ ଡିସପ୍ଲେ ମିଳିବ ଯାହାର ରିଫ୍ରେସ ରେଟ 120Hz ହେବ ।

ଏହି ଫୋନରେ ୩ ରିୟର କ୍ୟାମେରା ମିଳିପାରିବ, ଯେଉଁଥିରେ ପ୍ରାଇମେରୀ ଲେନ୍ସ ୫୦ ମେଗାପିକ୍ସେଲ ଥିବ । ଅନ୍ୟ ଲେନ୍ସ ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ ଆଙ୍ଗଲ ଥିବ ଏବଂ ତୃତୀୟ ଲେନ୍ସ ୨ ମେଗାପିକ୍ସେଲର ମାଇକ୍ରୋ ଲେନ୍ସ ହେବ ।

ଫୋନକୁ ଆଣ୍ଡ୍ରଏଡ 13, 5G ଏବଂ Dimensity 9000 ପ୍ରୋସେସର ବ୍ୟତୀତ ଇନ- ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହ ଲଞ୍ଚ କରାଯିବ । ଫୋନର ଆରମ୍ଭ ମୂଲ୍ୟ ୩୨,୯୯୯ ଟଙ୍କା ହୋଇପାରେ । OnePlus Nord 3 5G ରେ16 GB ପର୍ଯ୍ୟନ୍ତ RAM ଏବଂ 256 GB ପର୍ଯ୍ୟନ୍ତ ଷ୍ଟୋରେଜ ମିଳିପାରିବ ।

OnePlus Nord CE 3 5G ରେ ଅଲର୍ଟ ସ୍ଲାଇଡର ବଟନ ମିଳିବ ନାହିଁ । ଏଥିରେ ସ୍ନାପଡ୍ରାଗନ 782G ପ୍ରୋସେସର ସହିତ 5000mAhର ବ୍ୟାଟେରୀ ମିଳିବ, ଯାହା ସହିତ 80W ର ଓ୍ଵାୟର SuperVOOC ଫାଷ୍ଟ ଚାର୍ଜିଂ ର ସପୋର୍ଟ ରହିବ । ଫୋନରେ ୬.୭ ଇଞ୍ଚର ଏମୋଲେଡ ଡିସପ୍ଲେ ମିଳିବ, ଯାହା ସହିତ 120Hzର ରିଫ୍ରେସ ରେଟ ରହିବ । ଏଥିରେ 50 ମେଗାପିକ୍ସେଲର IMX890 ପ୍ରାଇମେରୀ ସେନ୍ସର ମିଳିବ । OnePlus Nord Buds 2r କୁ ବ୍ଲାକ ଏବଂ ବ୍ଲୁ କଲରରେ ଲଞ୍ଚ କରାଯିବ । ଏଥିରେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.