ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା Realmeର ଏହି ଦମଦାର ଫୋନ, ଜାଣନ୍ତୁ ଦାମ ଓ ସ୍ପେସିଫିକେସନ୍‌

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ Realme P1 5G ଏବଂ Realme P1 Pro 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଏଥିରେ ଦିଆଯାଇଥିବା ଫିଚର ବିଷୟରେ କହିବାକୁ ଗଲେ, ଉଭୟ ମଡେଲରେ ହିଟକୁ କୁଲ୍‌ ଡାଉନ୍‌ କରିବା ପାଇଁ 3D VC କୁଲିଂ ସିଷ୍ଟମ୍ ଦିଆଯାଇଛି ।

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ Realme P1 5G ଏବଂ Realme P1 Pro 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଏଥିରେ ଦିଆଯାଇଥିବା ଫିଚର ବିଷୟରେ କହିବାକୁ ଗଲେ, ଉଭୟ ମଡେଲରେ ହିଟକୁ କୁଲ୍‌ ଡାଉନ୍‌ କରିବା ପାଇଁ 3D VC କୁଲିଂ ସିଷ୍ଟମ୍ ଦିଆଯାଇଛି ।

Realme P1 Seriesରେ ଆପଣ ରେନ୍‌ ଓ୍ଵାଟର୍‌ ଟଚ୍‌ ସପୋର୍ଟ ପାଇବେ । ଅନେକ ସମୟରେ ଫୋନରେ ବର୍ଷା ପାଣି ପଡ଼ିଲେ ଫୋନର ସ୍କ୍ରିନ୍ କିଛି କ୍ଷଣ ପାଇଁ କାମ କରିବା ବନ୍ଦ କରିଦିଏ । କିନ୍ତୁ ଏହି ଫୋନରେ ଦିଆଯାଇଥିବା ଫିଚର ଦ୍ୱାରା ଆପଣ ବର୍ଷାରେ ବି ଅତି ସହଜରେ ଫୋନକୁ ବ୍ୟବହାର କରିପାରିବେ ।

ଏହି ନୂଆ ସ୍ମାର୍ଟଫୋନରେ ତିନି ବର୍ଷ ପାଇଁ ଆଣ୍ଡ୍ରଏଡ୍ ଅପଡେଟ୍ ଏବଂ ଚାରି ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ମିଳିବ । ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଫୋନ୍ ଲାଟେଷ୍ଟ ସଫ୍ଟୱେରରେ କାମ କରିବ ଏବଂ ଆପଣଙ୍କ ଫୋନର ସିକ୍ୟୁରିଟି ବି ସବୁବେଳେ ଅପଡେଟ୍ ହେବ । ତେବେ ଆସନ୍ତୁ ଜାଣିବା Realmeର ଏହି ସ୍ମାର୍ଟଫୋନର ଦାମ୍‌ କେତେ ରହିଛି ।

Realme P1 5G ଦାମ୍‌ :
ଏହି ଲାଟେଷ୍ଟ 5G ସ୍ମାର୍ଟଫୋନର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଛି । ୬GB / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୪, ୯୯୯ ଟଙ୍କା ରହିଛି । ଏଥି ସହିତ ୮ ଜିବି / ୨୫୬ ଜିବି ଭାରିଆଣ୍ଟ ପାଇଁ ଆପଣଙ୍କୁ ୧୬,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
Realme P1 5G ସ୍ପେସିଫିକେସନ୍‌ :
ଡିସପ୍ଲେ : ଏହି ଫୋନରେ ୧୨୦ Hzର ରିଫ୍ରେସ୍‌ ରେଟ୍‌ ସହିତ ୬.୬୭ ଇଞ୍ଚ AMOLED ଡିସପ୍ଲେ ଅଛି ଯାହା ୨୦୦୦ ନିଟ୍ସ ପିକ୍‌ ବ୍ରାଇଟନେସ୍‌ ସପୋର୍ଟ କରେ ।
ପ୍ରୋସେସର୍ : ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଫୋନରେ ମିଡିଆଟେକ୍ ଡାଇମେନ୍ସନ୍ ୭୦୫୦ 5G ପ୍ରୋସେସର୍ ରହିଛି ।
ବ୍ୟାଟେରୀ : ଏହି ଫୋନରେ ୪୫ ୱାଟର ଫାଷ୍ଟ ଚାର୍ଜ ସପୋର୍ଟ ସହିତ ୫୦୦୦ mAh ବ୍ୟାଟେରୀ ଅଛି ।
କ୍ୟାମେରା ସେଟଅପ୍: ଫୋନର ବ୍ୟାକ୍‌ ସାଇଡରେ ୨ ମେଗାପିକ୍ସେଲ ସେକେଣ୍ଡାରୀ କ୍ୟାମେରା ସହିତ ୫୦MPର ପ୍ରାଇମେରୀ କ୍ୟାମେରା ସେନ୍ସର ଦିଆଯାଇଛି । ଏହା ବ୍ୟତୀତ ଫୋନର ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ସେଲଫି କ୍ୟାମେରା ସେନ୍ସର ରହିଛି ।

Realme P1 Pro 5G ଦାମ୍‌ :
କମ୍ପାନୀ ଏହି Realme ଫୋନରେ ଦୁଇଟି ଭାରିଆଣ୍ଟ ଲଞ୍ଚ କରିଛି । ୮ GB / ୧୨୮GB ଭାରିଆଣ୍ଟର ଦାମ୍‌ ୧୯,୯୯୯ ଟଙ୍କା ରହିଛି । ଅନ୍ୟପଟେ ଏହି ଫୋନର ୮ GB RAM / ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟ କିଣିବାକୁ ହେଲେ ଆପଣଙ୍କୁ ୨୦,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Realme P1 Pro 5G ସ୍ପେସିଫିକେସନ୍‌ :
ପ୍ରୋସେସର : ଏହି ଫୋନରେ ସ୍ପିଡ୍‌ ଏବଂ ମଲ୍ଟିଟାସ୍କିଂ ପାଇଁ ସ୍ନାପଡ୍ରାଗନ୍ ୬ ଜେନେରେସନ୍ 1 5G ପ୍ରୋସେସର୍‌ ବ୍ୟବହାର ହୋଇଛି ।
ସ୍କ୍ରିନ୍: ଏହି ଫୋନରେ ୬.୭ ଇଞ୍ଚର କର୍ଭଡ AMOLED ଡିସପ୍ଲେ ଅଛି ଯାହା ୨୦୦୦ ନିଟ୍ସ ପିକ୍‌ ବ୍ରାଇଟନେସ୍‌ ସପୋର୍ଟ କରେ ।
କ୍ୟାମେରା ସେଟଅପ୍: ରିୟର ସାଇଡରେ ୫୦MP ପ୍ରାଇମେରୀ କ୍ୟାମେରା ସହିତ ୮ MP ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସେଲଫି ଲଭର୍ସଙ୍କ ଆବଶ୍ୟକତାକୁ ନଜରରେ ରଖି ଫ୍ରଣ୍ଟରେ ୧୬MP କ୍ୟାମେରା ସେନ୍ସର ଦିଆଯାଇଛି ।
ବ୍ୟାଟେରୀ : ଫୋନରେ ୫୦୦୦ mAh ବ୍ୟାଟେରୀ ଅଛି ଯାହା ୪୫ ୱାଟ ଫାଷ୍ଟ ଚାର୍ଜକୁ ସପୋର୍ଟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.