୧୮ ଏପ୍ରିଲରେ ଲଞ୍ଚ ହେବ OnePlusର ଏହି ପ୍ରିମିୟମ ଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଗତ ବର୍ଷ ଅକ୍ଟୋବରରେ OnePlus 11R 5G ର ସୋଲାର ରେଡ୍ କଲର ଭରିଆଣ୍ଟ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ କମ୍ପାନୀ ଏହି ସୋଲାର ରେଡ୍ କଲର ଫୋନକୁ ଏପ୍ରିଲ ୧୮ ଅର୍ଥାତ ଆସନ୍ତା କାଲି ନୂଆ RAM ଏବଂ ଷ୍ଟୋରେଜ୍ ଭାରିଆଣ୍ଟ ସହିତ ଲଞ୍ଚ କରିବାକୁ ଯାଉଛି ।

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ୱାନପ୍ଲସର ସ୍ମାର୍ଟଫୋନ୍ ୟୁଜରମାନେ ବହୁତ ପସନ୍ଦ କରନ୍ତି । ଏହି କମ୍ପାନୀର ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ଫୋନ୍ ବହୁତ ଭଲ, କିନ୍ତୁ ଅଧିକ ମୂଲ୍ୟ ହେତୁ ଭାରତୀୟ ୟୁଜର୍ସମାନେ ଏହି ଫୋନ୍ କିଣିପାରନ୍ତି ନାହିଁ । ଗତ ବର୍ଷ ଅକ୍ଟୋବରରେ OnePlus 11R 5G ର ସୋଲାର ରେଡ୍ କଲର ଭରିଆଣ୍ଟ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ କମ୍ପାନୀ ଏହି ସୋଲାର ରେଡ୍ କଲରକୁ ନୂଆ RAM ଏବଂ ଷ୍ଟୋରେଜ୍ ଭାରିଆଣ୍ଟ ସହିତ ଲଞ୍ଚ କରିବାକୁ ଯାଉଛି ।

ଏହାପୂର୍ବରୁ, କମ୍ପାନୀ ୧୮GB RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ OnePlus 11R 5G ଉପସ୍ଥାପନ କରିଥିଲା । କମ୍ପାନୀ ଏହି ଫୋନକୁ ଏପ୍ରିଲ ୧୮ ଅର୍ଥାତ ଆସନ୍ତା କାଲି ୮GB RAM ଏବଂ ୧୨୭GB ର ଅନ୍ୟ ଏକ ଷ୍ଟୋରେଜ୍ କନଫିଗେରେସନରେ ଲଞ୍ଚ କରିବ । ଏହା ଆମାଜନର ଅଫିସିଆଲ୍ ୱେବସାଇଟରେ ଲିସ୍ଟେଡ ହୋଇସାରିଛି । ICICI Bank, HDFC Bank ଏବଂ One Card କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟରେ ଏହି ଡିଭାଇସ କିଣିବା ଉପରେ କମ୍ପାନୀ ତୁରନ୍ତ ୧୨୫୦ ଟଙ୍କା ଡିସକାଉଣ୍ଟ ଦେବାକୁ ଯାଉଛି ।

OnePlus 11R 5G ସୋଲାର ରେଡର ୧୮ GB RAM ଏବଂ ୫୧୨ GB ଭାରିଆଣ୍ଟର ମୂଲ୍ୟ ୪୫,୯୯୯ ଟଙ୍କା ଥିଲା । ବର୍ତ୍ତମାନ ଆଶା କରାଯାଉଛି ଯେ ଫୋନର ନୂଆ ଭରିଆଣ୍ଟର ମୂଲ୍ୟ ଏହାଠାରୁ କମ୍ ହୋଇପାରେ । OnePlus ର ନୂଆ ଭାରିଆଣ୍ଟ ଫୋନ୍ ୮GB LPDDR5 RAM ଏବଂ ୧୨୮GB ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଆସିବ । ଏହା ବ୍ୟତୀତ ଫୋନ୍ Qualcomm Snapdragon 8+ Gen 1 SoC ଚିପସେଟ ପାଇବାକୁ ଯାଉଛି, ଏହା SuperVOOC S ଚିପ ସହିତ ଆସିବ ଏବଂ 100W SuperVOOC ଚାର୍ଜିଂକୁ ସପୋର୍ଟ କରିବ । ସ୍ମାର୍ଟଫୋନରେ ଆପଣଙ୍କ ପାଖରେ ୫୦MP IMX890 ମେନ କ୍ୟାମେରା ସହିତ ଏକ ଟ୍ରିପଲ୍ ରିୟର କ୍ୟାମେରା ସିଷ୍ଟମ୍ ରହିବ ।

ଏହି OnePlus ଫୋନରେ ୬.୭୪ ଇଞ୍ଚ Fluid AMOLED ସ୍କ୍ରିନ୍, ୧୨୦Hz ର ରିଫ୍ରେସ ରେଟ, HDR10 + ସପୋର୍ଟ, ୧୪୫୦ ନଟ୍ସର ପିକ ବ୍ରାଇଟନେସ ଅଛି । ଏହାର ପଛ ପଟେ ୫୦MP + ୮MP + ୨MP ଟ୍ରିପଲ୍ କ୍ୟାମେରା ସେଟଅପ୍, ୧୬MP ଫ୍ରଣ୍ଟ କ୍ୟାମେରା, Qualcomm Snapdragon 8+ Gen 1 SoC ଚିପସେଟ, ୫୦୦୦mAh ବ୍ୟାଟେରୀ, ୧୦୦W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଅନେକ ଭଲ ଫିଚର୍ସ ଅଛି । ଏହି ଫୋନ ଗାଲାକ୍ଟିକ ସିଲଭର ଏବଂ ସୋଲାର ରେଡ କଲରରେ ଆସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.