ଦୁବାଇରେ ପ୍ରବଳ ବର୍ଷା, ଫସିଲେ ରାହୁଲ ବୈଦ୍ୟ ଏବଂ ପରିବାର, ସେୟାର କଲେ ଭିଡିଓ

ଦୁବାଇରେ ଘରେ ପାଣି ପସିଥିବା ବେଳେ ରନୱେ ସମୁଦ୍ର ପାଲଟିଛି । ଯାହାର ଭିଡିଓ ରାହୁଲ ବୈଦ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ରାହୁଲ ହାତରେ ଜୋତା ଧରି ପାଣି ଭିତରେ ଚାଲୁଥିବାର ନଜର ଆସିଛନ୍ତି ।

ପ୍ରବଳ ବର୍ଷାରେ ଉବୁଟୁବୁ ଦୁବାଇ । ସୋମବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଦୁବାଇରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଗୋଟିଏ ଦିନରେ ବର୍ଷକର ବର୍ଷା ହେବା ଫଳରେ ଏୟାରପୋର୍ଟ, ମେଟ୍ରୋ, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏମିତିରେ ବଲିଉଡର ଜଣାଶୁଣା ଗାୟକ ରାହୁଲ ବୈଦ୍ୟ ଫସିଯାଇଛନ୍ତି । ରାହୁଲ ନିଜ ପରିବାର ସହିତ ଛୁଟି କାଟିବା ପାଇଁ ଦୁବାଇ ଯାଇଥିଲେ, କିନ୍ତୁ ବର୍ଷା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା ।

ଦୁବାଇରେ ପ୍ରବଳ ବର୍ଷା ଯୋଗୁଁ ସହରର ଚାରିଆଡେ ପାଣି । ରାସ୍ତା ନଦୀରେ ପରିଣତ ହୋଇଛି । ଘରେ ପାଣି ପସିଥିବା ବେଳେ ରନୱେ ସମୁଦ୍ର ପାଲଟିଛି । ଯାହାର ଭିଡିଓ ରାହୁଲ ବୈଦ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ରାହୁଲ ହାତରେ ଜୋତା ଧରି ପାଣି ଭିତରେ ଚାଲୁଥିବାର ନଜର ଆସିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ରାହୁଲ ଆଣ୍ଠୁଏ ପାଣିରେ ଚାଲୁଛନ୍ତି । ଏହା ଦେଖି ଦୁବାଇ ସ୍ଥିତି ଆପଣ ଅନ୍ଦାଜା ଲଗାଇପାରୁଥିବେ ।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ୟ, ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଦୁବାଇ ବିମାନ ବନ୍ଦରରେ ୧୦୦ ରୁ ଅଧିକ ବିମାନ ଉଡାଣ ପାଇଁ ଆଶା କରାଯାଉଥିବାବେଳେ ଏଭଳି ଅସାଧାରଣ ପାଗକୁ ନଜରରେ ରଖି ସମସ୍ତ ବିମାନ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା ।

ରନୱେରେ ପାଣି ପଶିବା ଯୋଗୁଁ ବିମାନ ଚଳାଚଳ ବାତିଲ କରାଯାଇଛି । ଦୁବାଇରୁ ଭାରତ, ପାକିସ୍ତାନ, ଲଣ୍ଡନ ଯିବାକୁ ଥିବା ଅନେକ ବିମାନ ବାତିଲ ହୋଇଛି । ଦୁବାଇ, ଆବୁଧାବି, ସାରଜାହ,ଅମିରତ ଆଦି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.