ଡାଳିମ୍ବ ବ୍ୟବହାର କରି ଦାଗ ଓ ପିମ୍ପଲ୍‌ରୁ ପାଆନ୍ତୁ ମୁକ୍ତି, ଏପରି ତିଆରି କରନ୍ତୁ ଫେସ୍ ପ୍ୟାକ୍

ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ଗୋଟିଏ ଡାଳିମ୍ବ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଡାଳିମ୍ବର ବ୍ୟବହାର କରି ଆପଣଙ୍କ ନିଜ ଚେହେରାକୁ ଚମକାଇ ପାରିବେ ।

ଆଜିକାଲିର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେପରି କେତେ ବେଳେ ସ୍ୱାସ୍ଥ୍ୟ ସମସ୍ୟା ତ ଆଉ କେତେ ବେବେ ସ୍କିନ୍‌କୁ ନେଇ ସମସ୍ୟା । ତେବେ ଆପଣମାନେ ତ ଜାଣିଥିବେ ଯେ ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ଗୋଟିଏ ଡାଳିମ୍ବ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଡାଳିମ୍ବର ବ୍ୟବହାର କରି ଆପଣଙ୍କ ନିଜ ଚେହେରାକୁ ଚମକାଇ ପାରିବେ ।

ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ସ୍କିନ୍‌କୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବରେ ଜଳର ମାତ୍ରା ଅଧିକ ଥିବାରୁ ଏହା ସ୍କିନ୍‌କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ଏବଂ ରିଙ୍କଲ୍ସ ଏବଂ ଲାଇନ୍‌ ମଧ୍ୟ କମ୍‌ କରିଥାଏ । ଯାହା ଫଳରେ ଫେସ୍‌ ଭଲ ରହିଥାଏ ।

ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଦାଗ ଏବଂ ପିମ୍ପଲ୍ କମ୍‌ କରିବାରେ ସାହାଯ୍ୟ କରେ । ଡାଳିମ୍ବରେ ଭିଟାମିନ୍ C ଥାଏ, ଯାହା ସ୍କିନ୍‌କୁ ଭଲ ରଖିଥାଏ ଏବଂ ଏହାକୁ ଚମକାଇଥାଏ । ସେଥିପାଇଁ ଆପଣ ଡାଳିମ୍ବକୁ ଅନେକ ଉପାୟରେ ବ୍ୟବହାର କରିପାରିବେ ।

ଆପଣ ଘରେ ଡାଳିମ୍ବ ଫେସ୍ ପ୍ୟାକ୍ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ଡାଳିମ୍ବ ମଞ୍ଜି ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ । ଏହା ପରେ ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ, ତାପରେ ୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ । ଏପରି ଭାବେ ଆପଣ ପ୍ରତିଦିନ ଡାଳିମ୍ବ ରସ ମଧ୍ୟ ପିଇପାରିବେ । ଯାହା ଫଳରେ ଆପଣଙ୍କ ଶରୀରରେ ରକ୍ତ ସଠିକ୍‌ ଭାବେ ପ୍ରଭାହିତ ହୋଇଥାଏ । ଏହା ବ୍ୟତୀତ ଡାଳିମ୍ବ ଆହୁରି ଅନେକ ପ୍ରକାରର ଲାଭ ଦେଇଥାଏ ।

ଏହା ବ୍ୟତୀତ ଡାଳିମ୍ବ ମଞ୍ଜିରୁ ବହାରୁଥିବା ତେଲ ସ୍କିନ୍‌କୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ଆପଣ ଏହାକୁ ନିଜ ମୁହଁରେ ଲଗାଇ ପାରିବେ । ଡାଳିମ୍ବ ମାସ୍କ ସ୍କିନ୍‌ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ସେଥିପାଇଁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ମାସ୍କ ଲାଗାଇପାରିବେ ।

ଆପଣ ଡାଳିମ୍ବ ରସକୁ ମାସ୍କ ଭାବରେ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ, ତାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଡାଳିମ୍ବ ବ୍ୟବହାର କରିବା ପୂର୍ବରୁ, ଦେଖିବେ ଯେପରି ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ନହେବ । କାରଣ କିଛି ଲୋକଙ୍କୁ ଏଥିରେ ଆଲର୍ଜି ହୋଇଥାଏ । ଏହାକୁ ଲଗାଇବା କରିବା ପରେ ଯଦି କୌଣସି ଅସୁବିଧା ହେଉଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.