କେମିତି ବଦଳାଇବେ WhatsApp ଆକାଉଣ୍ଟ ନମ୍ବର, ଜାଣନ୍ତୁ ଚାଟ ଡିଲିଟ ହେବ କି ନାହିଁ

ଏହି ଫିଚର ସେତେବେେଳେ କାମରେ ଆସେ ଯେତେବେଳେ ଆପଣଙ୍କ ପୁରୁଣା ନମ୍ବର ବଦଳିଯାଏ କିମ୍ବା ଆପଣ ଅନ୍ୟ କୌଣସି ଦେଶରେ ରହିବାକୁ ଆରମ୍ଭ କରନ୍ତି । ଏହା ବ୍ୟତୀତ ଏପରି ଅନେକ କାରଣ ରହିଛି, ଯେଉଁଥିପାଇଁ ଲୋକଙ୍କ ମନରେ WhatsApp ନମ୍ବର ଚେଞ୍ଜ କରିବାର ଚିନ୍ତା ଆସେ ।

WhatsApp ଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଯାହାକୁ ସମଗ୍ର ବିଶ୍ୱରେ ଲୋକମାନେ ବ୍ୟବହାର କରୁଛନ୍ତି । ୟୁଜରମାନଙ୍କ ପାଇଁ କମ୍ପାନୀ ନୂଆ ଫିଚର ଉପରେ କାମ ଜାରି ରଖିଛି । ବର୍ତ୍ତମାନ ୟୁଜରମାନଙ୍କ ସୁବିଧା ପାଇଁ ଆପରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଫିଚର ଦିଆଯାଇଛି, ଏହି ସମସ୍ତ ଫିଚର ମଧ୍ୟରୁ ଗୋଟିଏ ହେଉଛି WhatsAppର ନମ୍ବର ଚେଞ୍ଜ ଫିଚର ।

ଏହି ଫିଚର ସେତେବେେଳେ କାମରେ ଆସେ ଯେତେବେଳେ ଆପଣଙ୍କ ପୁରୁଣା ନମ୍ବର ବଦଳିଯାଏ କିମ୍ବା ଆପଣ ଅନ୍ୟ କୌଣସି ଦେଶରେ ରହିବାକୁ ଆରମ୍ଭ କରନ୍ତି । ଏହା ବ୍ୟତୀତ ଏପରି ଅନେକ କାରଣ ରହିଛି, ଯେଉଁଥିପାଇଁ ଲୋକଙ୍କ ମନରେ WhatsApp ନମ୍ବର ଚେଞ୍ଜ କରିବାର ଚିନ୍ତା ଆସେ ।

WhatsApp ଆପ୍ ଆକାଉଣ୍ଟ୍ ନମ୍ବର ଚେଞ୍ଜ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କର WhatsApp ଆକାଉଣ୍ଟ ଖୋଲନ୍ତୁ । ଆପ୍ ଓପନ୍‌ କରିବା ପରେ, ଉପର ଡାହାଣ ସାଇଡରେ ଥିବା ତିନୋଟି ଡଟ୍‌ ଉପରେ କ୍ଲିକ୍ କରନ୍ତୁ, ଏଠାରେ ଆପଣଙ୍କୁ ସେଟିଂ ଅପ୍ସନ ଉପରେ ଟ୍ୟାପ୍ କରିବାକୁ ପଡିବ ।

ସେଟିଂ ଅପ୍ସନ୍ ଉପରେ କ୍ଲିକ୍ କରିବା ମାତ୍ରେ ଆପଣ କେବଳ ଗୋଟିଏ ନୁହେଁ ଅନେକ ଅପ୍ସନ ଦେଖିବା ଆରମ୍ଭ କରିବେ । ଏହି ଅପ୍ସନଗୁଡ଼ିକ ମଧ୍ୟରେ ଆପଣଙ୍କୁ ପ୍ରଥମେ ଆକାଉଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ଆକାଉଣ୍ଟ୍ ଅପ୍ସନ୍ ଉପରେ ଟ୍ୟାପ୍ କରିବା ପରେ ଆପଣ ଚେଞ୍ଜ ନମ୍ବର ଅପ୍ସନ୍ ଦେଖି ପାରିବେ, ଏହି ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଚେଞ୍ଜ ନମ୍ବର ଉପରେ କ୍ଲିକ୍ କରିବା ପରେ, ପରବର୍ତ୍ତୀ ଷ୍ଟେପରେ ଥିବା ନେକ୍ସଟ୍‌ ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

ନେକ୍ସଟ୍‌ ବଟନ୍ ଉପରେ ଟ୍ୟାପ୍ କରିବା ମାତ୍ରେ ଆପଣଙ୍କୁ ପୁରୁଣା ନମ୍ବର ଏଣ୍ଟ୍ରି କରିବାକୁ ପଡ଼ିବ । ପୁରୁଣା ନମ୍ବର ଏଣ୍ଟ୍ରି କରିବା ପରେ ଆପଣଙ୍କୁ ନୂଆ ଫୋନ୍ ନମ୍ବର ଏଣ୍ଟ୍ରି କରିବାକୁ ପଡିବ । ଉଭୟ ନମ୍ବର ଏଣ୍ଟ୍ରି କରିବା ପରେ, ଆପଣ ସ୍କ୍ରିନ ତଳେ ନେକ୍ସଟ୍‌ ଲେଖାଯାଇଥିବା ଦେଖିବାକୁ ପାଇବେ, ଏହି ଅପ୍ସନ ଉପରେ ଟ୍ୟାପ୍ କରନ୍ତୁ ।

ପୁରୁଣା ଏବଂ ନୂଆ ନମ୍ବର ଏଣ୍ଟ୍ରି କରିବା ପରେ ଏବଂ ନେକ୍ସଟ୍‌ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ । ପରେ ଆପଣଙ୍କ ପୁରୁଣା ନମ୍ବରଟି ନୂଆ ନମ୍ବରକୁ ଚେଞ୍ଜ ହୋଇଥିବା ଦେଖିବାକୁ ପାଇବେ ।

WhatsApp ଆକାଉଣ୍ଟ୍ ନମ୍ବର ଚେଞ୍ଜ କରିବା ସମୟରେ ଅନେକ ଲୋକଙ୍କ ମନରେ ଚିନ୍ତା ଥାଏ ଯେ ନମ୍ବର ଚେଞ୍ଜ କରିବା ପରେ ଜରୁରୀ ଚାଟ୍ ଡିଲିଟ୍‌ ହୋଇଯାଇପାରେ । ସୂଚନା ଥାଉ କି ଆପଣ ଯେତେବେଳେ ଆପଣଙ୍କ WhatsAppର ଏହି ଫିଚର ବ୍ୟବହାର କରି ଆପଣଙ୍କର ଆକାଉଣ୍ଟ୍ ନମ୍ବର ଚେଞ୍ଜ କରିବେ ଆପଣଙ୍କର ଜରୁରୀ ଚାଟ୍ ଡିଲିଟ୍‌ ହେବ ନାହିଁ ।

ଯଦିଓ ଆପଣଙ୍କର WhatsApp ଚାଟ୍ ଡିଲିଟ୍ ହେବ ନାହିଁ, କିନ୍ତୁ ଏହି ଷ୍ଟେପକୁ ଫୋଲୋ କରିବା ପୂର୍ବରୁ ଆପଣଙ୍କ ଚାଟ୍ ର ବ୍ୟାକଅପ୍ ନେବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.