ବିନା ପରୀକ୍ଷାରେ ମିଳିବ NTPC ରେ ଚାକିରି, ଦେବାକୁ ପଡିବନି ଆବେଦନ ଶୁଳ୍କ

ଇଂଜିନିୟରିଂ କରିଥିଲେ ତୁରନ୍ତ NTPC ପାଇଁ କରନ୍ତୁ ଆବେଦନ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏନଟିପିସିର ଏହି ଭର୍ତ୍ତି ୧୧ଟି ପଦବୀରେ ହେବ । ଇଚ୍ଛୁକ ପ୍ରାର୍ଥୀ ୨୦ ଏପ୍ରିଲ ପୂର୍ବରୁ ଆବେଦନ କରିପାରିବେ ।

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଯେଉଁ ପ୍ରାର୍ଥୀ ଯୋଗ୍ୟତା ରଖୁଛନ୍ତି, ସେମାନେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଏନଟିପିସିର ଅଫିସିଆଲ େଓ୍ଵବସାଇଟ ntpc.co.in ଜରିଆରେ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଭର୍ତ୍ତି ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୨୦ ଏପ୍ରିଲ ପୂର୍ବରୁ କରିପାରିବେ ଆବେଦନ । ଏନଟିପିସିର ଏହି ଭର୍ତ୍ତି ୧୧ଟି ପଦବୀରେ ହେବ । ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ ।

ପଦବୀ ବିବରଣୀ :

ଆସୋସିଏଟ(ସିଭିଲ): ୨
ଆସୋସିଏଟ (ମେକାନିକାଲ): ୨
ଆସୋସିଏଟ : ୭

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୦ ଏପ୍ରିଲ ପୂର୍ବରୁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆସୋସିଏଟ (ସିଭିଲ) ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ ସିଭିଲି ଇଂଜିନିୟରିଂରେ ବିଇ କିମ୍ବା ବିଟେକ କରିଥିବା ଜରୁରୀ ।
ଆସୋସିଏଟ (ମେକାନିକାଲ) ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ମେକାନିକାଲ ଇଂଜିନିୟରିଂରେ ବିଇ କିମ୍ବା ବିଟେକ ଡିଗ୍ରୀ କରିଥିବା ଜରୁରୀ ।
ଆସୋସିଏଟ ପଦବୀ ପାଇଁ ବିଇ କିମ୍ବା ବିଟେକ ଡିଗ୍ରୀ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୬୪ ବର୍ଷ ନିର୍ଦ୍ଧାରିତ କରାଯାଇଛି । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଦରମା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.