Below header

ଏବେ ଫ୍ଲାଇଟରେ ହେବ ଆପଣଙ୍କ ସବୁ ଯାତ୍ରା, ଏହି ୱେବସାଇଟରେ ଟ୍ରେନ୍‌ ଦାମରେ ମିଳୁଛି ଫ୍ଲାଇଟ ଟିକେଟ୍‌

ଆପଣ ଶସ୍ତାରେ ବିମାନ ଯାତ୍ରା ଯଦି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ବଜେଟ ହିସାବରେ ଆପଣ ବିମାନ ଯାତ୍ରା ନିଶ୍ଚିତ କରିପାରିବେ । ଗୋଟେ ୱେବସାଇଟ ଅଛି ଯେଉଁଥିରେ ଟ୍ରେନ୍‌ ଖର୍ଚ୍ଚରେ ବିମାନ ଟିକେଟ ମିଳିଯାଏ । ଯଦି ଆପଣଙ୍କୁୁ ଏହା ବିଷୟରେ ଜଣାନାହିଁ ତାହେଲେ ଆମେ ଆପଣଙ୍କୁ ସେହି ୱେବସାଇଟ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ଅନ୍ୟ ରାଜ୍ୟରେ ରହି ଜବ୍‌ କରୁଛନ୍ତି କିମ୍ବା ପାଠ ପଢ଼ୁଛନ୍ତି ତାହେଲେ କେବେବି ଆପଣଙ୍କୁ ଅଚାନକ ରାଜ୍ୟ ବାହାରକୁ ଯିବାକୁ ପଡିପାରେ । ତାହାଛଡା କେବେବି ଆପଣଙ୍କୁ ଦେଶର କୌଣସି ଅନ୍ୟ ରାଜ୍ୟକୁ ବି ଯିବାକୁ ପଡିପାରେ । ଆଉ ଏମିତିରେ ଟ୍ରେନରେ ଯାତ୍ରା କଲେ ଆପଣଙ୍କୁ ଅଧିକ ସମୟ ଲାଗିଯିବ । ଫ୍ଳାଇଟ ଟିକେଟ ଖର୍ଚ୍ଚ ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଜଲଦି ପହଁଚିବା ମାମଲାରେ ଫ୍ଲାଇଟ୍‌ ଠାରୁ ଭଲ ଅପ୍ସନ ଆଉ କେଉଁଟା ବି ନାହିଁ । କିନ୍ତୁ ଫ୍ଲାଇଟ ଟିକେଟ ଦାମ୍‌ ବହୁତ ଅଧିକ ହୋଇଥାଏ ଆମେ ଚାହିଁଲେ ବି ସେଥିରେ ଯାତ୍ରା କରିପାରିନଥାଉ । କିନ୍ତୁ ଏମିତିରେ ଆପଣ ଶସ୍ତାରେ ବିମାନ ଯାତ୍ରା ଯଦି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ବଜେଟ ହିସାବରେ ଆପଣ ବିମାନ ଯାତ୍ରା ନିଶ୍ଚିତ କରିପାରିବେ । ଗୋଟେ ୱେବସାଇଟ ଅଛି ଯେଉଁଥିରେ ଟ୍ରେନ୍‌ ଖର୍ଚ୍ଚରେ ବିମାନ ଟିକେଟ ମିଳିଯାଏ । ଯଦି ଆପଣଙ୍କୁୁ ଏହା ବିଷୟରେ ଜଣାନାହିଁ ତାହେଲେ ଆମେ ଆପଣଙ୍କୁ ସେହି ୱେବସାଇଟ ବିଷୟରେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଯେଉଁ ୱେବସାଇଟ ବିଷୟରେ କହୁଛୁ ଯେଉଁଠାରେ ଆପଣ ମାର୍କେଟ ଠାରୁ ସବୁଠାରୁ ଶସ୍ତା ଫ୍ଲାଇଟ ଟିକେଟ ବୁକ୍‌ କରିପାରିବେ । ଏହି େଓ୍ଵବସାଇଟର ନାମ ହେଉଛି skyscanner.co.in। ଯେତେବେଳେ ଆପଣ ଏହି ୱେବସାଇଟକୁ ଯାଇ ନିଜ ଫ୍ଲାଇଟ ବିଷୟରେ ସୂଚନା ହାସଲ କରିବେ ସେତେବେଳେ ଏହା ଆପଣଙ୍କ ସାମ୍ନାରେ ଗୋଟିଏ ନୁହେଁ ବରଂ ଅନେକ ଫ୍ଲାଇଟ୍ସ ବିଷୟରେ ସୂଚନା ମିଳିପାରିବ । ଯେଉଁଥିରୁ ଆପଣ ନିଜ ପସନ୍ଦ ମୁତାବକ ବଜେଟ ମୁତାବକ ଫ୍ଲାଇଟକୁ ମାତ୍ର କେଇ ମିନିଟରେ ବୁକ କରିପାରିବେ । ଯେଉଁ ଦିନ ଆପଣଙ୍କୁ ଯାତ୍ରା କରିବାର ଅଛି ସେହି ଦିନକୁ ଛାଡି ଆପଣ ଫ୍ଲାଇଟ ଟିକେଟ ବୁକ୍‌ କରିବେ ତ ଏହାର ଦାମ୍‌ ଏତେ କମ୍‌ ରହିବ ଯେ ଆପଣଙ୍କୁ ଲାଗିବ ଯେପରି ଆପଣ ଟ୍ରେନ ଦାମରେ ଫ୍ଲାଇଟ ଟିକେଟ ବୁକ୍‌ କରୁଛନ୍ତି ।

ଯେଉଁ ୱେବସାଇଟ ବିଷୟରେ ଆମେ ଆପଣଙ୍କୁ କହୁଛୁ ସେ ଆପଣଙ୍କ ଡିଟେଲ୍ସ ହିସାବରେ ଅଲଗା ଅଲଗା ୱେବସାଇଟରେ ଫ୍ଲାଇଟ୍ସକୁ ସର୍ଚ୍ଚ କରିଥାଏ ଏବଂ ତାର ସୂଚନା ଆପଣଙ୍କ ସାମ୍ନାରେ ଶୋ କରାଏ ଏବଂ ଏଥିରେ ଅଧିକାଂଶ ଫ୍ଲାଇଟ୍ସ ରହିଥାଏ ଯାହା ସବୁଠାରୁ ଶସ୍ତା ହୋଇଥାଏ । ଏବଂ ଏହାକୁ ପାସେଞ୍ଜର୍ସ ବି ବହୁତ ଅଧିକ ପସନ୍ଦ କରନ୍ତି । ଯଦି ଆପଣଙ୍କୁ ଏହା ସ୍କାମ ଲାଗୁଥାଏ ତାହେଲେ ବିଲକୁଲ ବି ନାହିଁ କାହିଁକିନା ସ୍କାଇସ୍କାନର େଓ୍ଵବସାଇଟ ବାସ୍ତବରେ ସବୁଠାରୁ ଶସ୍ତା ଫ୍ଲାଇଟ ଟିକେଟ ବୁକ୍‌ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.