୨୫,୦୦୦ ଜରିମାନା ଦେବା ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତ ଗାଡିରେ କରନ୍ତୁ ଏହି ପରିବର୍ତ୍ତନ, ନଚେତ୍‌ ଭରିବେ ବଡ ଚାଲାଣ

ନୂଆ ବର୍ଷ ୨୦୨୩ ଆରମ୍ଭ ହେବା ସହିତ ସାରା ଦେଶରେ ଅନେକ ନୂଆ ଟ୍ରାଫିକ୍ ନିୟମ ମଧ୍ୟ ଲାଗୁ ହୋଇଛି । ଏହି ଟ୍ରାଫିକ ନିୟମ ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ ଏହି ନିୟମ ବିଷୟରେ ଅବଗତ ନାହାଁନ୍ତି ତ’ ଆଉ କିଛି ଲୋକ ଜାଣିଶୁଣି ଏହି ନିୟମକୁ ଅଣଦେଖା କରନ୍ତି । ଏମିତିରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ନିୟମକୁ ଅଣଦେଖା କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଆପଣଙ୍କୁ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିପାରେ ।

କିନ୍ତୁ ତାପୂର୍ବରୁ ପ୍ରଥମେ ଜାଣନ୍ତୁ ଯେ, ଟ୍ରାଫିକ୍ ନିୟମ ଆମ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ନିୟମର ମୂଳ ଲକ୍ଷ୍ୟ ହେଉଛି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ଏବଂ ଯାତ୍ରାକୁ ସୁରକ୍ଷିତ କରିବା । କିନ୍ତୁ କିଛି ଲୋକ ସଉକ୍ ଏବଂ ଅଜାଣତରେ ଏହି ଟ୍ରାଫିକ ନିୟମ ଭାଙ୍ଗନ୍ତି । ଏହା ସହିତ ସେମାନେ ନିଜ ସହିତ ଅନ୍ୟ ଲୋକଙ୍କ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇଦିଅନ୍ତି । ତେଣୁ ଏଠାରେ ଆପଣଙ୍କୁ ଏପରି ୩ ଟି ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭାଙ୍ଗିବା ଦ୍ୱାରା ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିପାରେ ।

୧. ନମ୍ବର ପ୍ଲେଟ୍ ପାଇଁ କଟିପାରେ ଚାଲାଣ

ଦେଶରେ ୧ ଜାନୁଆରୀରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଲୋକମାନେ ୨୦୧୯ ଠାରୁ ପୁରୁଣା ଗାଡିରେ ମଧ୍ୟ ଫ୍ୟାନ୍ସି ନମ୍ବର ପ୍ଲେଟ୍ ରଖିପାରିବେ ନାହିଁ । ଆଉ ଯଦି ଏହା ନହୁଏ, ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ ଭରିବାକୁ ପଡିପାରେ । ତେଣିକି ଆପଣଙ୍କର ଗାଡ଼ି ଦୁଇ ଚକିଆ କିମ୍ବା ଚାରି ଚକିଆ ହେଉ, ସେଥିରେ ଆରଟିଓ ଦ୍ୱାରା ପ୍ରମାଣିତ ଏକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହିଁ ଲଗାନ୍ତୁ ।

୨. ଅଧିକ ସାଉଣ୍ଡ କରୁଥିବା ସାଇଲେନ୍ସର ପାଇଁ ଜୋରିମାନା

ବୁଲେଟ୍ ଚଳାଇବାକୁ ସଉକ୍ ରଖୁଥିବା ଲୋକମାନେ ନିଜ ବାଇକୁ ଅଧିକ ଷ୍ଟାଇଲିସ୍ କିମ୍ବା ଅଧିକ ଭଲ ଲୁକ୍‌ ଦେବା ପାଇଁ ମୋଡିଫାଏ କରନ୍ତି । ବାଇକରୁ ଅଧିକ ଜ୍ୱରରେ ଶବ୍ଦ ବାହାର କରିବାକୁ ଏଥିରେ ଅଧିକ ସାଉଣ୍ଡ ଥିବା ସାଇଲେନ୍ସର ଫିଟ୍ କରନ୍ତି । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋଟର ଯାନ ଅଧିନିୟମ ଅନୁଯାୟୀ, ଏହା କରିବା ବେଆଇନ ଅଟେ । ଯଦି ଧରାପଡ଼ନ୍ତି ତେବେ ଆପଣଙ୍କର ଭାରି ଚାଲାଣ କଟିପାରେ। ଏହି ଜରିମାନା ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଲାଗିପାରେ ।

୩. ଗାଡ଼ି ମୋଡିଫାଏ କରିବା ଉପରେ ଜୋରିମାନା

ମୋଟର ଯାନ ଅଧିନିୟମରେ, କୌଣସି ପ୍ରକାରର ଗାଡ଼ିର ଡିଜାଇନରେ ପରିବର୍ତ୍ତନ ଆଣିବା ମଧ୍ୟ ଟ୍ରାଫିକ୍ ନିୟମର ଉଲ୍ଲଂଘନ ବୋଲି ଧରାଯାଏ। ଟ୍ରାଫିକ ପୋଲିସ ଏବେ ଏଭଳି ବାଇକ ଏବଂ କାରଗୁଡ଼ିକୁ ଧରି ଚାଲାଣ ଆଦାୟ କରୁଛନ୍ତି। ମୋଡିଫିକେସନର ଅର୍ଥ ହେଉଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଡିଜାଇନରେ ପରିବର୍ତ୍ତନ କରିବା । ଏମିତି କରିବା ଦ୍ୱାରା ଆପଣଙ୍କୁ ଅଧିକ ଭାରି ଜରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଗାଡିକୁ ମଧ୍ୟ ଜବତ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.