ଟିଭି କିଣିବାକୁ ଚାଁହୁଛନ୍ତି ତାହେଲେ ଆଉ କରନ୍ତୁନି ବିଳମ୍ବ, ୩୦ ପ୍ରତିଶତ ବଢିବାକୁ ଯାଉଛି ଟିଭି ଦାମ

ଆଜିକାଲି ଲୋକଙ୍କ ଘରେ ସ୍ମାର୍ଟ ଟିଭି ଏକ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସ୍ମାର୍ଟ ଟିଭିର ସୁବିଧା ହେଉଛି ଯେ ଆପଣ ଏଥିରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ଏବଂ ଟିଭିରେ ଶୋ ମଧ୍ୟ ଦେଖିପାରିବେ ଯାହା DTHରେ ଉପଲବ୍ଧ ନୁହେଁ । ଭାରତରେ ବିଶେଷତଃ ଧନତେରସ ଅବସରରେ ଟିଭି ପରି ଗ୍ୟାଜେଟ ବହୁତ କିଣାକିଣି କରାଯାଇଥାଏ । ଏହି ବର୍ଷ ମଧ୍ୟ ଆପଣଙ୍କ ମଧ୍ୟରୁ ଅନେକ ଦୀପାବଳି ଅବସରରେ ସ୍ମାର୍ଟ ଟିଭି କିମ୍ବା ଟିଭି କିଣିବାକୁ ଯୋଜନା କରିଥିବେ ।

ଯଦି ଆପଣ ପ୍ରକୃତରେ ଟିଭି କିଣିବାକୁ ଯୋଜନା କରୁଛନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ । ଆମେ ଏହା ଏଥିପାଇଁ କହୁଛୁ କାରଣ ପର୍ବପର୍ବାଣିରେ ଭାରତରେ ଟିଭି ମୂଲ୍ୟ 30 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାର୍କେଟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅକ୍ଟୋବର 2020 ସୁଦ୍ଧା ଟେଲିଭିଜନ ମୂଲ୍ୟରେ 20-30 ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ ଟିଭି ମୂଲ୍ୟ ବୃଦ୍ଧି ପଛର କାରଣ ହେଉଛି ମହଙ୍ଗା ପ୍ୟାନେଲ ଏବଂ କରୋନା କାରଣରୁ ଆମଦାନୀ ଅସୁବିଧା । ସୂଚନା ଅନୁଯାୟୀ ଅଧିକାଂଶ ଟିଭି ପ୍ୟାନେଲ ଚାଇନାରୁ ଆମଦାନୀ ହୋଇଥିବାବେଳେ ଭାରତ ସରକାର ଏଲସିଡି ଟିଭି ସମେତ କଲର ଟିଭି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଭଳି ପରିସ୍ଥିତିରେ ପ୍ୟାନେଲର ଅଭାବ ଦେଖାଦେଇଛି କିନ୍ତୁ ଉତ୍ସବ ଋତୁରେ ଚାହିଦା ଅଧିକ ହେଉଛି ।

Nokia Smart TV for demo

ଥମସନ ଏବଂ କୋଡକ ଟିଭିର ଲାଇସେନ୍ସପ୍ରାପ୍ତ ଟିଭି ପ୍ରସ୍ତୁତ କରୁଥିବା କମ୍ପାନୀ ସୁପର ପ୍ଲାଷ୍ଟ୍ରୋନିକ୍ସର ସିଇଓ ଅବନୀତ୍ ମାରୱା କହିଛନ୍ତି ଯେ ଉତ୍ସବ ଋତୁରେ ଟିଭି ମୂଲ୍ୟ 35% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଆଗାମୀ ଦିନରେ ଟିଭି ମୂଲ୍ୟ 20-30 ପ୍ରତିଶତ ବୃଦ୍ଧି ହୋଇପାରେ କାରଣ ଭାରତୀୟ ଟିଭି ଡିଲରମାନେ ଟିଭି ଆମଦାନୀ କରୁନାହାଁନ୍ତି ତାସହିତ ଆମଦାନୀ ହୋଇଥିବା ଟିଭି ଉପରେ ମଧ୍ୟ 20 ପ୍ରତିଶତ ଟିକସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.