କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା, DFOଙ୍କୁ ଗ୍ରୀନ ଟ୍ରିବ୍ୟୁନାଲର କାରଣ ଦର୍ଶାଅ ନୋଟିସ୍

କେନ୍ଦୁଝର: କେନ୍ଦୁଝରରେ ହାତୀ ସୁରକ୍ଷା ନେଇ ବଢ଼ୁଛି ଚିନ୍ତା । ରାଜ୍ୟରେ ସରକାରଙ୍କ ଘୋଷିତ ୧୪ଟି ହାତୀ ଚଲାପଥ ଥିବା ବେଳେ କେନ୍ଦୁଝରରେ ରହିଛି ୨ଟି । କାର – କରମପଦା ଓ ଅନ୍ୟଟି ତେଲକୋଇ – ପାଲଲହଡା । ୨୦୧୧ ମସିହାରେ ମୋଟ ୨୩ଟି କରିଡର ଚିହ୍ନଟ ହୋଇଥିବା ବେଳେ ୧୪ଟିକୁ ମାନ୍ୟତା ମିଳିଥିଲା ।

ଆଉ ଆଇନ ମୁତାବକ ଏସବୁ ଅଂଚଳରେ ଗଛ କଟା, ଜଙ୍ଗଲ ନଷ୍ଟ , ରାସ୍ତା ର୍ନିମାଣ ଓ ରେଳପଥ ଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ତେଲକୋଇ ପାଲଲହାଡ଼ା କରିଡରରେ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏନେଇ ଓଡ଼ିଶା ବନ୍ୟ ପ୍ରାଣୀ ସଂଗଠନ ପକ୍ଷରୁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା । ଯେଉଁଥିରେ ୬ ଫୁଟ ଉଚ୍ଚର ରାସ୍ତା ନିର୍ମାଣ କାରଣରୁ ଏହି ଚଲାପଥ ନଷ୍ଟ ହେବାକୁ ବସିଲାଣି । ଏହାକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦୁଝର ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.