ଆଜି ୪୦ ବର୍ଷରେ ପାଦ ଦେଲେ ବଲିଉଡ୍‌ର ସବୁଠୁ ବିନ୍ଦାସ୍‌ ଗାର୍ଲ କରୀନା କପୁର, ନିରାଡ଼ମ୍ବର ଭାବେ ପାଳିଲେ ଜନ୍ମଦିନ

ଆଜି ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଜନ୍ମଦିନ। ସେପ୍ଟେମ୍ବର ୨୧ରେ କରୀନାଙ୍କୁ ୪୦ ବର୍ଷ ପୂରିଛି। କପୁର ଖାନ୍‌ଦାନ୍‌ର ଝିଅ ହେଉଛନ୍ତି କରୀନା କପୁର। କପୁର ପରିବାରର ପ୍ରାୟ ସମସ୍ତ ସଦସ୍ୟ ଷ୍ଟାର ହୋଇଥିଲେ ବି କରୀନା ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ନିଜ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜିଂ ରୋଲ୍‌ କରିଛନ୍ତି।

kareena2

କପୁର ଖାନ୍‌ଦାନ୍‌ର ଝିଅ କରୀନା ଓ ପଟୌଦି ଖାନ୍‌ଦାନ୍‌ର ବୋହୂ କରୀନା କପୁର ଆଜି ନିଜର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୧ ସେପ୍ଟେମ୍ବର ୧୯୮୦ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ କରୀନା। ରଣଧୀର କପୁର ଓ ବବିତା କପୁରଙ୍କ ସାନ ଝିଅ ହେଉଛନ୍ତି କରୀନା। କରୀନାଙ୍କ ବଡ଼ ଭଉଣୀ କରିସ୍ମା କପୁର ମଧ୍ୟ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ।

 

View this post on Instagram

 

Birthday girl ❤️❤️❤️ we love you #happybirthday #fabulousatanyage

A post shared by KK (@therealkarismakapoor) on

କରୀନା କପୁରଙ୍କ ଜନ୍ମଦିନରେ ଅନେକ ବଲିଉଡ୍‌ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କରୋନା ଯୋଗୁ ଚଳିତବର୍ଷ କରୀନା ନିଜ ଜନ୍ମଦିନ ନିରାମ୍ବରରେ ପାଳିବାକୁ ପ୍ଲାନ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ତୈମୁର ପରେ କରୀନା ଦ୍ୱିତୀୟ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ସୈଫ ଓ କରୀନାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେବାକୁ ଯାଉଛି। ଏହି ଖୁସି ଖବର କପୁର ପରିବାର ତରଫରୁ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.