Below header

ଟ୍ଵିଟରର ନୂଆ ଫିଚରTwitter Circle, ଯାହାକୁ ଚାହିଁବେ ତାକୁ ହିଁ ଦେଖାଯିବ ଟ୍ଵିଟ୍‌

ଆପଣ ଟ୍ଵିଟରରେ ଆକ୍ଟିଭ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ନୂଆ ଫିଚର ଆସିଛି ଟ୍ଵିଟର। ଆପଣ ହ୍ଵାଟସଆପ୍‌ ଭଳି ନିଜର ଷ୍ଟାଟସ ଯାହାକୁ ନ ଦେଖାଇବାକୁ ଚାହୁଁଛନ୍ତି, ଯେପରି ଲୁଚାଇପାରୁଛନ୍ତି, ସେହିପରି ଟ୍ଵିଟର ମଧ୍ୟ ଫିଚର ଆଣିଛି। ଆପଣ ଯଦି କିଛି ଟ୍ଵିଟ କେବଳ ଆପଣ ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଦେଖାଇବାକୁ ଚାହୁଁଚନ୍ତି, ତେବେ ଟ୍ଵିଟର ଆଣିଛି ଆପଣଙ୍କ ସମସ୍ୟାର ସମାଧାନ।

କମ୍ପାନୀ ‘ Twitter Circle’ ନାମରେ ଏକ ଫିଚର ଲଞ୍ଚ କରିଛି। ଫିଚର ଜରିଆରେ ୟୁଜର୍ସ ନିଜର ପ୍ରାଇଭେଟ ଟ୍ଵିଟ କରିପାରିବେ। ଏହି ଟ୍ଵିଟକୁ ଆପଣ ଯାହାକୁ ଦେଖାଇବାକୁ ଚାହୁଁଛନ୍ତି, ତାଙ୍କୁ ହିଁ କେବଳ ଦେଖାଇପାରିବେ।

ଏହି ଫିଚର ଲଞ୍ଚ କରିବାର ପରେ ଟ୍ଵିଟଣ ଟ୍ଵିଟ୍‌ କରି ଜଣାଇଛି। କମ୍ପାନୀ ଏହାର ଫିଚର ବିଷୟରେ କହିଛି। ରିପୋର୍ଟ ମୁତାବକ, ଟ୍ଵିଟର ସର୍କଲରେ ପାଖାପାଖି ୧୫୦ ଲୋକଙ୍କୁ ସାମିଲ କରିପାରିବେ। ଏହି ଫିଚର ଇନଷ୍ଟାଗ୍ରାମ ଫିଚର ‘କ୍ଲୋଜ ଫ୍ରେଣ୍ଡ’ ଫିଚର ଭଳି କାମ କରିବ । ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ୧୫୦ ଲୋକଙ୍କୁ ରଖି ଅନ୍ୟ ସମସ୍ତଙ୍କ ହାଇଡ କରି ଟ୍ଵିଟ୍‌ କରିପାରିବେ। ଏହି ସମୟରେ ଆପଣଙ୍କୁ ଟ୍ଵିଟରରେ କିଏ ଫଲୋ ଏବଂ କିଏ ଅନଫଲୋ କରି ତା’ର ନୋଟିଫିକେସନ ମିଳିବ ନାହିଁ।

କମ୍ପାନୀ କହିଛି କି, ୟୁଜର୍ସଙ୍କୁ ସର୍କଲ ରିମୁଭ କରିବାର ଅନୁମତି ମିଳିବ ନାହିଁ। ୟୁଜର୍ସ ଯଦି ସର୍କଲର ଭାଗ ନେବାକୁ ଚାହୁଁଛନ୍ତି, ତେବେ ସର୍କଲ କ୍ରିଏଟ କରୁଥିବା ବ୍ୟକ୍ତିଙ୍କୁ ବ୍ଲକ କରିପାରିବେ। ଏମିତି କରିବା ଦ୍ୱାରା ସେ ସର୍କଲରୁ ହଟିଯିବେ। ଏହି ଫିଚର ଯୋଗୁଁ ସର୍କଲରେ କରାଯାଇଥିବା ଟ୍ଵିଟ ଗ୍ରୀନ ବ୍ରିଜ ଭିତରେ ରହିବ। ଏହି ଟ୍ଵିଟରେ କୌଣସି ରିଟ୍ଵିଟ କରିପାରିବେନି କି ସେୟାର କରିପାରିବେ। ଏହି ଟ୍ଵିଟରେ ସମସ୍ତଙ୍କ ରିପ୍ଲାଏ ପ୍ରାଇଭେଟ ରହିବ। ଏହି ଫିଚରର ଟେଷ୍ଟିଂ କମ୍ପାନୀ ମଇ ମାସରୁ କରୁଥିଲା। ଏବେ ଏହାକୁ ଗ୍ଲୋବାଲି ଲଞ୍ଚ କରାଯାଇଛି। ଏହି ଫିଚର ପ୍ରାଇଭେସୀ ଅନୁସାରେ ମହତ୍ତ୍ୱପୂର୍ଣ୍ଣ ରହିଛି।

 

Also Read : ବଜାରରୁ ଆସିଲା କମ୍‌ ଦାମରେ ଛୋଟ ସୋଲାର ଜେନେରେଟର: ବିଦ୍ୟୁତ କଟିଲେ ବି ହେବନି ସମସ୍ୟା, ଚାଲିବ ଟିଭି ଓ ଲାପଟପ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.