ବଜାରରୁ ଆସିଲା କମ୍‌ ଦାମରେ ଛୋଟ ସୋଲାର ଜେନେରେଟର: ବିଦ୍ୟୁତ କଟିଲେ ବି ହେବନି ସମସ୍ୟା, ଚାଲିବ ଟିଭି ଓ ଲାପଟପ୍‌

ଆପଣଙ୍କର ଆଉ ବାରମ୍ବାର ବିଜୁଳି କଟିଲେ ମଧ୍ୟ ହେବନି କିଛି ସମସ୍ୟା। ଅଧିକାଂଶ ସମୟରେ ବାରମ୍ବାର ବିଜୁଳି କଟିବା ଯୋଗୁଁ ଘରେ ଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଜିନିଷ ବନ୍ଦ ହୋଇଯାଏ। ଏଥିଯୋଗୁଁଅନେକ କାମ ଉପରେ ମଧ୍ୟ ପ୍ରଭାବ ପଡେ। ସ୍ମାର୍ଟଫୋନ ହେଉ ଅବା ଲାପଟପ୍‌ କିମ୍ବା ଗ୍ରାଇଣ୍ଡର। ଏମିତି କିଛି ଜିନିଷ ରହିଛି, ଯାହା ପାଇଁ ବିଜୁଳି ନିତାନ୍ତ ଜରୁରୀ ହୋଇଥାଏ। ଏହିସବୁ ଜିନିଷ ନ ଚାଲିଲେ ହଇରାଣ ହେବାକୁ ପଡିଥାଏ। ତେବେ ଏମିତି ସବୁ ସମସ୍ୟାରୁ ପାଇପାରିବେ ମୁକ୍ତି। ମାର୍କେଟକୁ ଆସିଯାଇଛି ସୋଲାର ଜେନେରେଟର। ଯାହା ଆପଣଙ୍କ ଆବଶ୍ୟକତାକୁ ବହୁତ ସହଜରେ ପୂରଣ କରିପାରିବ। ଏହା ବ୍ୟବହାର କରିବାକୁ ଯେତିକି ସହଜ ସେତିକି ବଜେଟ ଫ୍ରେଣ୍ଡଲୀ।

SARRVAD Portable Solar Power Generator ST-500

ଏହି ଜେନେରେଟର ଆକାରରେ ବହୁତ ଛୋଟ। ଏହାକୁ ସହଜରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିବେ। ଟିଭି କିମ୍ବା ଲାପଟପ୍‌ ଭଳି ଛୋଟ ଡିଭାଇସକୁ ଚଲାଇବା ପାଇଁ ଏହାକୁ ବ୍ୟବହାର କରିପାରିବେ। ଏହା ଅନେକ ଘଣ୍ଟା ପର୍ଯ୍ୟନ୍ତ ପାଓ୍ଵର ବ୍ୟାକଅପ୍‌ ଦେଇଥାଏ।

ଏହାର କ୍ଷମତା ୬୦୦୦ mAh, SARRVAD 518 Wh/140000mAh,3.7V ରହିଛି। ଆପଣ ଏଥିରେ ଆଇଫୋନକୁ ୨୫ ଥର ଚାର୍ଜ କରିପରିବେ। ଏହାକୁ ଆପଣ ସୋଲାର ପ୍ୟାନେଲ100 W to 110W, 18-24V/5A ସହିତ ସୂର୍ଯ୍ୟ କିରଣରେ ଚାର୍ଜ ହେବ। ଏହାକୁ ଆପଣ ପାଓ୍ଵର ସକେଟରେ ମଧ୍ୟ ଚାର୍ଜ କରିପାରିବେ। କିନ୍ତୁ ଏମିତି ଚାର୍ଜ କଲେ ଟିକେ ଅଧିକ ସମୟ ଲାଗିପାରେ।

ଏହା ଏତେ ଛୋଟ ଯେ, ଆପଣ ଏହାକୁ ବ୍ୟାଗରେ ରଖି କ୍ୟାରି କରିପାରିବେ। ଲାପଟପ, ପାଓ୍ଵରବ୍ୟାଙ୍କ, ସ୍ମାର୍ଟଫୋନ ଭଳି ଛୋଟ ଡିଭାଇସ ଚାର୍ଜ କରିପାରିବେ। ଜରୁରୀକାଳୀନ ସ୍ଥିତିରେ ଏହା ବହୁତ କାମରେ ଆସିପାରେ।

ଦାମ୍‌:

SARRVAD Portable Solar Power Generator ST-500 ଦାମ୍‌ ପାଖାପାଖି ୫୦ ହଜାର ରହିଛି। ଏହାକୁ ଆପଣ ବିଭିନ୍ନ ଅନଲାଇନ ସାଇଟରୁ ଡିସକାଉଣ୍ଟରେ ମଧ୍ୟ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.