Below header

ଢେଙ୍କାନାଳ ଖେସରା ଜଙ୍ଗଲରୁ ପୁଣି ଏକ ମାଈହାତୀର ମୃତଦେହ ଠାବ

ଢେଙ୍କାନାଳ(କେନ୍ୟୁଜ୍): ପୁଣି ଏକ ମାଈହାତୀର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଘାଘରାମୁଣ୍ଡା ଗାଁ ନିକଟ ଖେସରା ଜଙ୍ଗଲରୁ ମାଈହାତୀର ମୃତଦେହ ଠାବ ହୋଇଛି। ହାତୀଟିର ବୟସ ପ୍ରାୟ ୨୫ବର୍ଷ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଂଚିଛି ବନବିଭାଗ ।

ମହାବିରୋଡ ରେଞ୍ଜରେ ପ୍ରାୟ ୨ଶହ ହାତୀ ରହିଛନ୍ତି । ତେଣୁ ହାତୀ ମୃତ୍ୟୁକୁ ନେଇ ବନବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ଲୋକ । ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.