ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, କୋଭିଡ ନେଗେଟିଭ ହେବା ପରେ ଆଜି ଟିମ୍‌ ସହିତ ଯୋଗ ଦେବେ ରାହୁଲ ଦ୍ରାବିଡ

ଏସିଆ କପ ୨୦୨୨ରେ ଆଜି ମୁହାଁମୁହିଁ ହେବେ ପାରମ୍ପିକ ପ୍ରତିଦ୍ୱନ୍ଦ୍ୱି ଭାରତ ଏବଂ ପାକିସ୍ତାନ। ତେବେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର ରହିଛି। ଟିମ୍‌ ଇଣ୍ଡିଆରେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଆଜି ଟିମ୍‌ ସହିତ ଯୋଗ ଦେଉଛନ୍ତି। ପାକିସ୍ତାନ ବିପକ୍ଷ ମୁକାବିଲାରେ ରାହୁଲ ଦ୍ରାବିଡ ଏବଂ ଭିଭିଏସ୍‌ ଲକ୍ଷ୍ମଣ ଦୁହେଁ ଡ୍ରେସିଂ ରୁମରେ ଏକାଠି ନଜର ଆସିବେ। ଗତ କିଛିଦିନ ତଳେ ଦ୍ରାବିଡ କରୋନା ପଜିଟିଭ ଆସିଥିବା ଯୋଗୁଁ ବିସିସିଆଇ ଲକ୍ଷ୍ମଣଙ୍କୁ କୋଚ୍‌ ଦାୟିତ୍ୱ ଦେଇଥିଲା।

ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆ ଦୁବାଇ ଗସ୍ତ ପୂର୍ବରୁ ୨୧ ଅଗଷ୍ଟରେ କୋଭିଡ ପଜିଟିଭ ଆସିଥିଲେ। ତେଣୁ ବାଙ୍ଗାଲୋରରେ ହୋମ ଆଇସୋଲେସନରେ ରହିଥିଲେ। ପରେ ଦ୍ରାବିଡ ଦୁଇଥର ଆରଟିପିସିଆର ଟେଷ୍ଟ କରିଥିଲେ। ଯାହାପରେ ରିପୋର୍ଟ ନେଗେଟିଭ ରିପୋର୍ଟ ଆସିଥିଲା । ତେଣୁ ଆଜି ଦ୍ରାବିଡ ୨୮ ଅଗଷ୍ଟ ସନ୍ଧ୍ୟାରେ ଦୁବାଇରେ ଟିମ୍‌ ସହିତ ଯୋଗ ଦେବେ।

ରାହୁଲ କରୋନା ପଜିଟିଭ ହେବା ପରେ ଟିମ୍‌ ପାଇଁ ଚିନ୍ତାର ବିଷୟ ରହିଥିଲା। କିନ୍ତୁ ଏବେ ସୁସ୍ଥ ହୋଇ ଟିମ୍‌ ସହିତ ଜଡିତ ହେବା ଟିମକୁ ଫାଇଦା ଦେବ। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଶେଷ ହେବା ପରେ ରାହୁଲ ଦ୍ରାବିଡ ବ୍ରେକରେ ଥିଲେ। କେଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାୱେ ବିପକ୍ଷରେ ମ୍ୟାଚ ଖେଳିଥିଲେ। ଦିନିକିଆ ସିରିଜ୍ ଖେଳିବା ପାଇଁ ଜିମ୍ବାୱେରେ ପହଞ୍ଚିଥିବା କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଏହି ଟିମ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଭିଭିଏସ୍ ଲକ୍ଷ୍ମଣଙ୍କ ସହ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। କେଏଲ ରାହୁଲ ଏବଂ ଭିଭିଏସ୍ ଲକ୍ଷ୍ମଣ ଜିମ୍ବାୱେ ବିପକ୍ଷରେ ଏକ କ୍ଲିନ ସୁଇପ୍ କରିଛନ୍ତି। ୟୁଏଇରେ ଅଗଷ୍ଟ ୨୭ ରୁ ଏସିଆ କପ୍ ଆରମ୍ଭ ହେବ। ଅଗଷ୍ଟ ୨୮ ରେ ଭାରତକୁ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ।

ଟିମ୍‌ ଇଣ୍ଡିଆ : ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡ୍ଡା, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍‌, ଅର୍ଷଦୀପ ସିଂ ଓ ଅଭେଷ ଖାନ୍‌, ୟୁଜବେନ୍ଦ୍ର ଚହଲ, ଆର୍‌. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ରବି ବିଷ୍ଣୋୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.